ETV Bharat / bharat

ସରକାରଙ୍କ ସମାଲୋଚନା ଦେଶ ବିରୋଧୀ ନୁହେଁ: ସୁପ୍ରିମକୋର୍ଟ

author img

By

Published : Apr 5, 2023, 8:16 PM IST

ମାଲାୟଲମ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ଲାଗିଥିବା ବ୍ୟାନ ହଟାଇଲେ ସୁପ୍ରିମକୋର୍ଟ । ସରକାର ଗଣମାଧ୍ୟମକୁ ନିଜ ସପକ୍ଷରେ ଖବର ପ୍ରସାରଣ ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅଧିକ ପଢ଼ନ୍ତୁ

supreme court hearing on Malayalam news channel
ମାଲାୟଲମ ନ୍ୟୁଜ ଚ୍ୟାନେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ମାଲାୟଲମ ନ୍ୟୁଜ ଚ୍ୟାନେଲ ପ୍ରସାରଣ ନେଇ କେନ୍ଦ୍ର ସରକାର ଲଗାଇଥିବା ପ୍ରତିବନ୍ଧକ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ସମ୍ପୃକ୍ତ ଚ୍ୟାନେଲ ପ୍ରସାରଣକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଜାତୀୟ ନିରାପତ୍ତାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିଲେ । ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା କୌଣସି ଗଣମାଧ୍ୟମ ସଂସ୍ଥାନକୁ ଦେଶ ବିରୋଧୀ କୁହାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଶୁଣାଣି କରି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Calcutta High Court Order: ହନୁମାନ ଜୟନ୍ତୀ ବେଳେ କେନ୍ଦ୍ରୀୟ ଫୋର୍ସର ସହାୟତା ନିଅ

ମାଲାୟଲମ୍‌ ନ୍ୟୁଜ ଚ୍ୟାନେଲର ସିକ୍ୟୁରିଟି କ୍ଲିୟରାନ୍ସ ମଞ୍ଜୁର କରିବା ଲାଗି କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରଦ୍ଦ କରିଛନ୍ତି । ଜାତୀୟ ସୁରକ୍ଷା ବିପନ୍ନ କଥା ଉଠାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୋର୍ଟଙ୍କ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି । ବୁଧବାର ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧିନ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ, ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ମୁକ୍ତ ଗଣମାଧ୍ୟମର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Amazon Book Depository: ଏପ୍ରିଲ 26ରେ ଅନଲାଇନ୍ ବୁକ୍ ଷ୍ଟୋର ବୁକ୍ ଡିପୋଜିଟରୀ ବନ୍ଦ କରିବ ଆମାଜନ

ମଜଭୁତ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରେସର ଭୂୂମିକା ଗୁରୁତ୍ବପୂର୍ଣ୍ଣ ଅଟେ । ସରକାରଙ୍କ ନୀତିକୁ ସମାଲୋଚନା କରିବା କୌଣସି ଗଣମାଧ୍ୟମ ସଂସ୍ଥାନକୁ ଦେଶ ବିରୋଧୀ କୁହାଯାଇ ପାରିବ ନାହିଁ । ଗଣମାଧ୍ୟମ ଚିନ୍ତାଧାରାର ସ୍ବାଧିନତା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ । କୌଣସି ଗଣମାଧ୍ୟମ ସଂସ୍ଥାର ସମାଲୋଚକ ଦୃଷ୍ଟିକୋଣକୁ ସରକାର ବିରୋଧୀ କୁହାଯାଇ ପାରିବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ବିରୋଧୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ସିବିଆଇ ଓ ଇଡି ବିରୋଧରେ ଦାଖଲ ହୋଇଥିବା ଆବେଦନ ଖାରଜ

ମୁକ୍ତ ଗଣମାଧ୍ୟମ ଓ ଗଣମାଧ୍ୟମ ସ୍ବାଧିନତା ଉପରେ ପ୍ରଭାବ ପକାଉଥିବା କହି ସରକାର ଅଜଥାରେ କୌଣସି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଜାତୀୟ ନିରାପତ୍ତା ପ୍ରସଙ୍ଗ କହି ସମସ୍ତ ଖବରକୁ ଗୁପ୍ତ ରଖାଯାଇପାରିବ ନାହିଁ । ଯେତେବେଳେ ଏହିପରି ରିପୋର୍ଟ ଲୋକ ଏବଂ ଅନୁଷ୍ଠାନର ଅଧିକାର ଉପରେ ପ୍ରଭାବ ପକାଇଥାଏ, କେନ୍ଦ୍ର ଅନୁସନ୍ଧାନ ରିପୋର୍ଟ ବିରୁଦ୍ଧରେ ସମ୍ପୂର୍ଣ୍ଣ ପ୍ରତିରକ୍ଷା ଦାବି କରିପାରିବ ନାହିଁ । ସୁରକ୍ଷା ଆଳରେ କେନ୍ଦ୍ର ସରକାର ନାଗରିକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.