ETV Bharat / state

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ୨୦୨୪ ପାଇଁ ବଳ ଗୋଟାଉଛି ବିଜେପି

author img

By

Published : Apr 23, 2023, 12:22 PM IST

ଦ୍ବିତୀୟ ଥର ପାଇଁ କେନ୍ଦ୍ରାପଡା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । 2024 ଫାଇନାଲ ପୂର୍ବରୁ ଦଳୀୟ ସଙ୍ଗଠନ, ଦଳ ଓ ଦଳର ନୀତିକୁ ସାଧାରଣ ଲୋକଙ୍କ ସମସ୍ୟାର ସମଧାନ ପାଇଁ ବିଜେପି ଗାଁ ଗାଁ ଅଭିଯାନରେ କେନ୍ଦ୍ରାପଡା ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

bisheshwar tudu visits kendrapara
କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

କେନ୍ଦ୍ରାପଡା: 2024 ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେପି । 2024 ଫାଇନାଲ ପୂର୍ବରୁ ଦଳୀୟ ସଙ୍ଗଠନ, ଦଳ ଓ ଦଳର ନୀତିକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି । ଦିଲ୍ଲୀରେ ଥିବା ମନ୍ତ୍ରୀମାନେ ଏବେ ଗାଁ ଗାଁ ବୁଲି ଲୋକଙ୍କ ଫିଡବ୍ୟାକ ନେଉଛନ୍ତି । ଲୋକମାନଙ୍କ ପାଖକୁ ଆସି ଲୋକମାନଙ୍କ ସମସ୍ୟା ବୁଝିବା ସହ ସମାଧାନ ବାଟ ବାହାର କରିବେ ଏବଂ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବେ । ଯେଉଁଥିପାଇଁ ୬ ମାସ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାକୁ ଛୁଟିଛି କେନ୍ଦ୍ରମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ,ଓଡିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ସୁଅ । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କେନ୍ଦ୍ରପଡା ଗସ୍ତ କରିଛନ୍ତି । ଆଜି (ରବିବାର) ପଟ୍ଟାମୁଣ୍ଡାଇରେ ଅକ୍ଷୟ ତୃତୀୟା ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଦ୍ବିତୀୟ ଥର ପାଇଁ କେନ୍ଦ୍ରାପଡା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ବର ଟୁଡୁ । ଶନିବାର ରାତ୍ର ୮ ଘଟିକା ସମୟରେ କେନ୍ଦ୍ରାପଡା ଜିଲ୍ଲା ପ୍ରଦକ୍ଷଣ ଭବନ (ସର୍କିଟ ହାଉସ)ରେ ପହଞ୍ଚି କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକକଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଜଳ ସଂରକ୍ଷଣ ଦିଗରେ ଯେଉଁଭଳି ରାଜ୍ୟ ସରକାର ଫେଲ ମାରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କର ଅମୃତ ସରୋବର ଯୋଜନାକୁ କିଭଳି ରାଜ୍ୟରେ ପହଞ୍ଚାଇବା ଦିଗରେ ରାଜ୍ୟ ସରକାର ଅବହେଳା କରିଛନ୍ତି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପୁରଣା ଜଳାଶୟ ଗୁଡିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...Naba Diganta Chit fund scam: 2000 ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଇଡି

କେନ୍ଦ୍ରାପଡା ଏକ କୃଷିପ୍ରଧାନ ଜିଲ୍ଲା । ଏଠାରେ ଜଳସେଚନ ସୁବିଧା ନଥିବା ଓ ରାଜ୍ୟ ସରକାର ଏନେଇ ତତ୍ପର ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଭୂତଳ ଜଳସ୍ତର ଜିଲ୍ଲାର କମିକମି ଆସୁଥିବା ବେଳେ କାହିଁକି ଅନ୍ୟ ଜିଲ୍ଲାକୁ ପାଣି ଦିଆଯିବ ସେନେଇ ପ୍ରଶ୍ନରେ ଚୁପ ରହିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କର ଏହା ଦ୍ଵିତୀୟ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ରହିଥିବା ବେଳେ ଦୁଇଦିନିଆ ଗସ୍ତରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ । ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ବୁଝିବେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.