ETV Bharat / state

Naba Diganta Chit fund scam: 2000 ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଇଡି

author img

By

Published : Apr 23, 2023, 9:24 AM IST

ନବଦିଗନ୍ତ ମାମଲାରେ ଇଡିର ଚାର୍ଜସିଟ୍ ଦାଖଲ । ୨ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ତେବେ ପୁଣି ଅଡୁଆ ଘେରକୁ ଆସିପାରନ୍ତି ନେତା ଠିକାଦାର ଓ କମ୍ପାନିର ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ନବଦିଗନ୍ତ ମାମଲାରେ EDର ଚାର୍ଜସିଟ୍
ନବଦିଗନ୍ତ ମାମଲାରେ EDର ଚାର୍ଜସିଟ୍

ଭୁବନେଶ୍ବର: ନବଦିଗନ୍ତ ଚିଟଫଣ୍ଡର ମନିଲଣ୍ଡରି ମାମଲା । ୨ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ତେବେ ଏଥର ଚିଟଫଣ୍ଡ ମାମଲାରେ ପୁଣି ଅଡୁଆ ଘେରକୁ ଆସିବେ ଓଡିଶା ନେତା । ପୂର୍ବତନ ବିଜେଡି ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ପରି ଆର୍ଥିକ କାରବାର ନେଇ କୋର୍ଟରେ ହୋଇପାରେ ବଡ ନିଷ୍ପତ୍ତି । ଇଡି ଦାଖଲ କରିଥିବା ଚାର୍ଜସିଟରେ ପୂର୍ବତନ ବିଜେଡି ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ସମେତ କମ୍ପାନୀ ନିର୍ଦେଶକ ଅଞ୍ଜନ ବଳିୟାର ସିଂ, ସୁବର୍ଣ୍ଣ ନାୟକ, ହିତେଶ ବଗର୍ତି ଓ ଅନ୍ୟ 2ଜଣଙ୍କ ନାଁରେ ତଥ୍ୟ ଉଲ୍ଲେଖ କରିଛି ଇଡି ।

ବିଚାରପ୍ରକ୍ରିୟା ପାଇଁ କୋର୍ଟରେ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଏହାକୁ ଅପରାଧିକ ବିଚାରପ୍ରକ୍ରିୟା ନେଇ କୋର୍ଟ ଏହାକୁ ଗ୍ରହଣ କରିଛନ୍ତି । ତେବେ ଏହି ତଥ୍ୟରେ ନବଦିଗନ୍ତର ୪ଟି କମ୍ପାନୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହାର ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଦିଆଯାଇଛି । ଏଥିରେ 2.15 କୋଟି ସମ୍ପତ୍ତି ବ୍ୟାଜ୍ୟାପ୍ତି ସହ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ଉଲ୍ଲେଖ କରିଛି ଇଡି । ତେବେ ଏଥିରେ ଦର୍ଶାଯାଇଛି ଯେ, ବିନା ରସିଦରେ ଲୋକଙ୍କ ବିଶ୍ୱାସକୁ ଭାଙ୍ଗି କିପରି ଅଧିକରୁ ଅଧିକ ସୁଧ ହାରରେ ଲୋଭନୀୟ ସ୍କିମ ଦେଇ ନବଦିଗନ୍ତ ଚିଟଫଣ୍ଡ କମ୍ପାନୀ ନିରିହ ଲୋକଙ୍କଠୁ ଟଙ୍କା ଠକିନେଇଛି । ଏପରିକି ଏହି ଠକେଇ ଟଙ୍କାରେ ବିଭିନ୍ନ ପ୍ରକାରେ ବିନିଯୋଗ କରି ଅନେକ ମୁନାଫା କରିଛି । ଯାହାକି ସେହି ମୁନାଫା ଟଙ୍କାକୁ ମିଳିମିଶି ଭାଗ ବାଣ୍ଟି ନେଇଛନ୍ତି । ଏଭଳି ଅଭିଯୋଗର ତଥ୍ୟ କୋର୍ଟରେ ଉପସ୍ଥାପନା ପରେ ଏହାକୁ ଗ୍ରହଣ କରିଛନ୍ତି କୋର୍ଟ ।

ତେବେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ନୋଟିସ କରି ଏହି ମାମଲାରେ ଥିବା ବ୍ୟକ୍ତି ବିଶେଷଙ୍କୁ ତଦନ୍ତ ପରିସରକୁ ନେବା ସମୟରେ ହାଜର‌ ହୋଇ ପକ୍ଷ ରଖିବାକୁ ଓ ଓକିଲ ଜରିଆରେ ତଥ୍ୟ ରଖିବାକୁ କୁହାଯାଇଥିଲା । ଏପରିକି ଏହି କମ୍ପାନିର ଆକାଉଣ୍ଟରୁ ଆସିଥିବା ଟଙ୍କାକୁ କେଉଁ କେଉଁ ଲୋକ କିପରି ନେଇ ନିଜ ନିଜର ବ୍ୟକ୍ତି ଗତ ବ୍ୟବସାୟିକ ଓ ବିଭିନ୍ନ ଆକାରରେ ବିନିଯୋଗ ରି ସେସବୁ ଟଙ୍କାକୁ ଧୂଳିସାତ କରିଛନ୍ତି । ଲୋକଙ୍କ ଟଙ୍କାକୁ ଠକି ନେଇ ସେ ସବୁ ଟଙ୍କାରେ ନିଜ ନିଜର ଫାଇଦା ସହ ମଉଜ ମଜଲିସ ସହ ଆତ୍ମସାତ କରିଛନ୍ତି । ପୂର୍ବରୁ ସିବିଆଇ ଏହି ମାମଲା ଖୋଳତାଡ଼ କରିଥିଲା । ତଦନ୍ତ କରି ପଚରା କରି ଏହାର ଅପରାଧିକ ଦିଗ ନେଇ ତଦନ୍ତ କରି 2015 ରୁ 2017ରେ ଚାର୍ଜସିଟ ଦାଖଲକରିଥିଲା ସିବିଆଇ । ପରେ ଏହା ବିଚାର‌ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଏହି ପୁଣି ଇଡି ସ୍କାନରକୁ ଆସିବା ପରେ ଏବେ ଏହାର ବିଚାର ପ୍ରକ୍ରିୟାକୁ ଆସିଲେ ଏହା ପୁଣି ଅଡୁଆ ଘେରକୁ ଆସିପାରନ୍ତି ନେତା ଠିକାଦାର ଓ କମ୍ପାନିର ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.