ETV Bharat / state

କେନ୍ଦ୍ରାପଡାରେ କୂଅରୁ ବାହାରୁଛି ଡିଜେଲ !

author img

By

Published : Jun 1, 2023, 8:36 AM IST

କେନ୍ଦ୍ରାପଡାରେ କୂଅରୁ ବାହାରୁଛି ଡିଜେଲ
କେନ୍ଦ୍ରାପଡାରେ କୂଅରୁ ବାହାରୁଛି ଡିଜେଲ

କେନ୍ଦ୍ରାପଡାରେ କୂଅରୁ ବାହାରୁଛି ତେଲ । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣଙ୍କ କୂଅରୁ ତୈଳର ସନ୍ଧାନ ମିଳିଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ କୂଅରୁ ବାହାରୁଛି ଡିଜେଲ

କେନ୍ଦ୍ରାପଡା: ମାର୍ଶାଘାଇ ପରେ ପଟ୍ଟାମୁଣ୍ଡାଇରେ ମିଳିଲା ପ୍ରାକୃତିକ ତୈଳର ସନ୍ଧାନ ! ଏଥର ଏକ ବ୍ୟବହୃତ କୂଅରୁ ତେଲର ସନ୍ଧାନ ମିଳିଛି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବେଲତଳ 19ନଂ ୱାର୍ଡ ଅନ୍ତର୍ଗତ ଚୁନଢିଅ ବିଶ୍ବାସ ସାହିର ସୁଦର୍ଶନ ବିଶ୍ବାସଙ୍କ କୂଅରୁ ଶହ ଶହ ଲିଟର ଡିଜେଲ ବାହାରୁଥିବା ଦେଖିବାକୁ ମିଳିଛି । ଗତ ୩ ମାସ ତଳେ ସୁଦର୍ଶନଙ୍କ ପତ୍ନୀ ଉର୍ମିଳା କୂଅରୁ ପାଣି କାଢିଲା ବେଳେ ସେଥିରୁ ଡିଜେଲ ଭଳି ଏକ ତୈଳ ଇନ୍ଧନ ବାହାରୁଥିବା ଜାଣିବାକୁ ପାଇଥିଲେ । ଉର୍ମିଳା କୂଅରେ କଣ ପଡିଯାଇଛି ଅବା କିଏ ରାଗରେ କଣ ପକାଇ ଦେଇଥିବା ଭାବି ଉକ୍ତ କୂଅକୁ ୩ ମାସ ପର୍ଯ୍ୟନ୍ତ ଘୋଡାଇ ରଖିଥିଲେ ।

ତିନି ମାସ ବିତିବା ପରେ ସେ କୂଅରୁ ସବୁ ପାଣି ବାହାର କରିଥିଲେ । ଏବେ ପୁନର୍ବାର ଦୈନନ୍ଦିନ ବ୍ୟବହାର ପାଇଁ କୂଅରୁ ପାଣି କାଢ଼ିବାରୁ ପୁଣି ପାଣି ବଦଳରେ ଡିଜେଲ ବାହାରୁଥିବା ଦେଖିବାକୁ ପାଇଥିଲେ । ଘର ପାଖରେ ପେଟ୍ରୋଲ ଟାଙ୍କି ଥିବାରୁ ଟାଙ୍କିର କୌଣସି ପାଇପ ଫାଟି ଯାଇଥିବା ଭାବି କର୍ମଚାରୀମାନଙ୍କୁ ପଚାରିଥିଲେ । ହେଲେ ଟାଙ୍କିର କୌଣସି ଲିକେଜ ନଥିବା ସହିତ ପେଟ୍ରୋଲ ଟାଙ୍କିରେ ଷ୍ଟକ ଠିକ୍ ଥିବା କର୍ମଚାରୀ ଜଣାଇଥିଲେ । ପରେ ଉକ୍ତ ଟାଙ୍କିର କର୍ମଚାରୀମାନେ କୂଅରୁ ବାହାରୁଥିବା ତୈଳ ଭଳି ଏହି ପାଣିର ସାମ୍ପଲ ଗ୍ରହଣ କରି ତୈଳ କମ୍ପାନୀକୁ ପଠାଇଛନ୍ତି । ତେବେ ସେହି ତେଲରୁ ଜାଳିଲେ ତାହା ଜଳୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଘଟଣାକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏହାମଧ୍ୟ ପଢନ୍ତୁ : ଜୁନ ୧ରୁ ସାମୂହିକ ଛୁଟିରେ ଯିବେ ମିଳିତ ଅମଲା ମଞ୍ଚ, ଜିଲ୍ଲାପାଳଙ୍କୁ ଛୁଟି ଆବେଦନ

ଅନ୍ୟପଟେ 19 ନଂ କାଉନସିଲର ଗୋପୀବଲ୍ଲଭ ନାୟକ ଏ ବିଷୟରେ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ଏବଂ ଦମକଳକୁ ଜଣାଇବା ସହିତ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସି ତଦନ୍ତ କରିବା ସହିତ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ଚଳିତ ମାସ ମଧ୍ୟଭାଗରେ ମାର୍ଶାଘାଇ ଗୌଡ଼ଗାଁରେ ତୈଳର ସନ୍ଧାନ ମିଳିଥିବାରୁ ୧୧୪ଜଣ ହିତାଧିକାରୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ଜମି କ୍ରୟ କରାଯାଇ ୧୬ କୋଟିରୁ ଅଧିକ ଟଙ୍କା IOCL ପକ୍ଷରୁ ପ୍ରଦାନ କରାଯାଇଥିଲା । ଏବେ ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତୈଳର ସନ୍ଧାନ ମିଳିବା ଅନେକଙ୍କ ମନରେ ଆଶଙ୍କା ସହ ଉତ୍କଣ୍ଠା ସୃଷ୍ଟି କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.