ETV Bharat / state

ଜୁନ ୧ରୁ ସାମୂହିକ ଛୁଟିରେ ଯିବେ ମିଳିତ ଅମଲା ମଞ୍ଚ, ଜିଲ୍ଲାପାଳଙ୍କୁ ଛୁଟି ଆବେଦନ

author img

By

Published : May 30, 2023, 9:31 PM IST

ଗ୍ରେଡ ପେ ଓ ଲେବୁଲ ବୃଦ୍ଧି ଦାବିରେ ଜୁନ ୧ ତାରିଖରୁ ସାମୂହିକ ଛୁଟି ପାଇଁ ଜିଲ୍ଲାପାଳନଙ୍କ ନିକଟରେ ଆବେଦନ କଲେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ । ଅଧିକ ପଢ଼ନ୍ତୁ

bureaucrats demands for increase grade pay
ଗ୍ରେଡ ପେ ବୃଦ୍ଧି ଦାବିରେ ମିଳିତ ଅମଲା ମଞ୍ଚର ସାମୂହିକ ଛୁଟି

ଗ୍ରେଡ ପେ ବୃଦ୍ଧି ଦାବିରେ ମିଳିତ ଅମଲା ମଞ୍ଚର ସାମୂହିକ ଛୁଟି

କେନ୍ଦ୍ରାପଡ଼ା: ଆସନ୍ତା ଜୁନ ୧ ତାରିଖରୁ ସାମୂହିକ ଛୁଟିରେ ଯିବେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ । କେନ୍ଦ୍ରାପଡ଼ା ଶାଖାର ପ୍ରାୟ ୪୧ଟି ବିଭାଗରେ କାମ କରୁଥିବା ୭୦୦ରୁ ଊର୍ଦ୍ଧ୍ବ ଅମଲା କର୍ମଚାରୀମାନେ ଗ୍ରେଡ ପେ ଓ ଲେବୁଲ ବୃଦ୍ଧି ଏକଦଫା ଦାବି ନେଇ ସାମୂହିକ ଛୁଟିରେ ଯିବେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ତାଙ୍କ ନିକଟରେ ରାଜସ୍ୱ ଅମଲା ସଂଘ କର୍ମଚାରୀ ସାମୂହିକ ଛୁଟି ଆବେଦନ କରିଥିଲେ ।

ଗତ ଏପ୍ରିଲ ୯ ତାରିଖରୁ ମିଳିତ ଅମଲା ମଞ୍ଚ ଗ୍ରେଡ ପେ ଓ ଲେବୁଲ ବୃଦ୍ଧି ଏକଦଫା ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରି ଆସୁଥିଲେ । କିନ୍ତୁ ସରକାର ଏମାନଙ୍କ ପ୍ରତି ଅବହେଳା କରି ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରୁଥିବା ମଞ୍ଚ ଅଭିଯୋଗ କରିଛି । ଏନେଇ ଗତ ମେ ମାସ ୨୨ ତାରିଖରୁ ୩୧ ପର୍ଯ୍ୟନ୍ତ ଅମଲାମାନେ କଳାବ୍ୟାଚ ପରିଧାନ କରି ଆସୁଛନ୍ତି । ସରକାରଙ୍କୁ ଦିଆଯାଇଥିବା ମହଲତର ବୁଧବାର ଶେଷ ଦିନ ଥିବା ବେଳେ ୧ ତାରିଖରୁ ପେନ ଡାଉନ କରି ସାମୂହିକ ଛୁଟିରେ ଯିବା ପାଇଁ ସ୍ଥିର କରିଛି ମିଳିତ ଅମଲା ମଞ୍ଚ। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ସୁକାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ତତ୍ ସଂଲଗ୍ନ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ସାମୂହିକ ଛୁଟି ଆବେଦନ କରିଥିଲେ । ତେବେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।

ସଂଘ ସଭାପତି କହିଛନ୍ତି, "ଏପ୍ରିଲ ୯ ରୁ ମେ ୩୦ ପର୍ଯ୍ୟନ୍ତ ଦୀର୍ଘ ଏକମାସ କୋଡିଏ ଦିନ ବିତିଥିଲେ ମଧ୍ୟ ରାଜ୍ୟ ସରକାର ଅମଲା ମାନଙ୍କ ଦାବି ସମ୍ପର୍କରେ ଆଲୋଚନା ନକରିବା ସରକାରଙ୍କ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବକୁ ସ୍ପଷ୍ଟ କରୁଛି । ବୁଧବାର ମାତ୍ର ଗୋଟିଏ ଦିନ ଏହି ଆନ୍ଦୋଳନକୁ ଅଛି । ତେଣୁ ସରକାର ଏ ଦିଗରେ ଆଲୋଚନା କରିବେ ବୋଲି ଆଶାବାଦୀ ଅଛୁ ।" ଆସନ୍ତା ୧ ତାରିଖରୁ ଅମଲାମାନେ ସାମୂହିକ ଛୁଟିରେ ଗଲେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ । ତେବେ ରାଜ୍ୟ ସରକାର ଅମଲାଙ୍କ ୧୯୦୦ ଗ୍ରେଡ ପେକୁ ୪୨୦୦ ଯାଏ ବଢ଼ାଇବା ଓ ଲେବୁଲ ୪ ରୁ ଲେବୁଲ ୯ ପର୍ଯ୍ୟନ୍ତ ନ ଆଣିବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଅମଲା କର୍ମଚାରୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.