ETV Bharat / state

ଚାର୍ଜସିଟରୁ ହତ୍ୟା ଅଭିଯୁକ୍ତ ନାଁ କାଟିଲା ପୋଲିସ ! ଜିଲ୍ଲା ଦୌରାଜଜଙ୍କୁ ଗୁହାରି କଲେ ମାହାଙ୍ଗା ଦମ୍ପତି

author img

By

Published : Sep 15, 2022, 12:41 PM IST

ହତ୍ୟା ଅଭିଯୁକ୍ତ କୋର୍ଟ କର୍ମଚାରୀ ହୋଇଥିବାରୁ ଚାର୍ଜସିଟ୍‌ରୁ ପୋଲିସ ତାଙ୍କ ନାଁ କାଟିଥିବା ଅଭିଯୋଗ । କେନ୍ଦ୍ରପଡା ଜିଲ୍ଲା ଦୌରାଜଜଙ୍କ ନିକଟରେ ପହଞ୍ଚି ନ୍ୟାୟ ପାଇଁ ଗୁହାରି କଲେ ଦମ୍ପତି । ଅଧିକ ପଢନ୍ତୁ

ଚାର୍ଜସିଟରୁ ହତ୍ୟା ଅଭିଯୁକ୍ତ ନାଁ କାଟିଲା ପୋଲିସ ! ଜିଲ୍ଲା ଦୌରାଜଜଙ୍କୁ ଗୁହାରି କଲେ ମାହାଙ୍ଗା ଦମ୍ପତ୍ତି
ଚାର୍ଜସିଟରୁ ହତ୍ୟା ଅଭିଯୁକ୍ତ ନାଁ କାଟିଲା ପୋଲିସ ! ଜିଲ୍ଲା ଦୌରାଜଜଙ୍କୁ ଗୁହାରି କଲେ ମାହାଙ୍ଗା ଦମ୍ପତ୍ତି

କେନ୍ଦ୍ରାପଡା: ୯ ବର୍ଷ ତଳେ ମାହାଙ୍ଗାରେ ଦୀପ୍ତିକାନ୍ତ ସାହୁ ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ କୁମାର ରାଉତ କେନ୍ଦ୍ରାପଡା କୋର୍ଟର ରେକର୍ଡ କିପର ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଭାଇ ସ୍ଥାନୀୟ ସରପଞ୍ଚ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀଙ୍କ ଖାସ୍ ଅନୁଗତ ମଧ୍ୟ ଅଟନ୍ତି । ଏହି କାରଣରୁ ପୋଲିସ ପ୍ରଶାନ୍ତଙ୍କ ନାଁ ଫାଇନାଲ ଚାର୍ଜସିଟ୍‌ରୁ କାଟି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ଭାଉଜ । ଏଥିପାଇଁ ସେମାନେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜଙ୍କ ନିକଟରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି ।

ଚାର୍ଜସିଟରୁ ହତ୍ୟା ଅଭିଯୁକ୍ତ ନାଁ କାଟିଲା ପୋଲିସ ! ଜିଲ୍ଲା ଦୌରାଜଜଙ୍କୁ ଗୁହାରି କଲେ ମାହାଙ୍ଗା ଦମ୍ପତ୍ତି

ଅଭିଯୋଗ ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ଥାନା ଅଧିନ ବାଜପୁରା ଗାଁର ଦୀପ୍ତିକାନ୍ତ ସାହୁଙ୍କୁ ୨୦୧୪ ଫେବ୍ରୁଆରୀ ୨୮ ତାରିଖ ଦିନ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ କେନ୍ଦ୍ରାପଡା କୋର୍ଟର ରେକର୍ଡ କିପର ଭାବେ କାମ କରୁଥିବା ପ୍ରଶାନ୍ତ କୁମାର ରାଉତ(ନଣ୍ଡା) ସହ ଅନ୍ୟ ୮ ଜଣଙ୍କ ସମ୍ପୃକ୍ତି ନେଇ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ ଦୀପ୍ତିଙ୍କ ଭାଉଜ ଅନ୍ନପୂର୍ଣ୍ଣା ସାହୁ । ତେବେ ଏହି ଘଟଣା ପରେ ପ୍ରଶାନ୍ତ ଫେରାର ହୋଇଯାଇ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇବାରେ ସକ୍ଷମ ହୋଇଥିଲେ । ଏହାପରେ ସେ ପୁଣି ଫେରି ଆସି ଅନ୍ନପୂର୍ଣ୍ଣାଙ୍କ ଚାଳ ଓ ଆଜବେଷ୍ଟସ ଘରକୁ ଭଙ୍ଗାରୁଜା କରିବା ସହ ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଅନ୍ୟପଟେ ୧୦ ଜଣ ପ୍ରତ୍ୟକ୍ଷଦର୍ଶୀ ଏହି ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ପ୍ରଶାନ୍ତଙ୍କ ସମ୍ପୃକ୍ତି ନେଇ ଥାନାରେ ସାକ୍ଷୀ ପ୍ରଦାନ କରିଥିଲେ । କିନ୍ତୁ ମାହାଙ୍ଗା ପୋଲିସ ଏହି ଘଟଣାରେ ଚାପଗ୍ରସ୍ତ ହୋଇ ପ୍ରଶାନ୍ତଙ୍କ ନାମକୁ ଚାର୍ଜସିଟରୁ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଅନ୍ନପୂର୍ଣ୍ଣା । କେବଳ ସେତିକି ନୁହେଁ, ପ୍ରଶାନ୍ତଙ୍କ ଭାଇ ସ୍ଥାନୀୟ ସରପଞ୍ଚ ହୋଇଥିବା ଓ ପୂର୍ବତନ ମନ୍ତ୍ରୀଙ୍କ ଖାସ୍ ଅନୁଗତ ହୋଇଥିବା କାରଣରୁ ଅନ୍ନପୂର୍ଣ୍ଣା ଓ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଏହି ପରିବାର ଆଜକୁ ଦୀର୍ଘ ୮ ବର୍ଷ ଧରି ଅନ୍ୟ ସ୍ଥାନରେ ଘରଭଡା ନେଇ ରହୁଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଗଣତନ୍ତ୍ରର ସୁରକ୍ଷାରେ ବୁଥସ୍ତରୀୟ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ମୁଖ୍ୟ ନିର୍ବାଚନ କମିଶନର

ତେବେ ଏନେଇ ଅନ୍ନପୂର୍ଣ୍ଣା ଜିଲ୍ଲା ଦୌରାଜଜଙ୍କ ନିକଟରେ ଫେରାଦ ହୋଇ ତାଙ୍କ ଦିଅର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ପ୍ରଶାନ୍ତଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କଲେ ନ୍ୟାୟିକ ପ୍ରକ୍ରିୟା ଚାପମୁକ୍ତ ହେବ ଓ ପୋଲିସ ନିଜର କାମକୁ ଠିକ ଭାବେ କରିପାରିବ ବୋଲି କହିଛନ୍ତି । ସେପଟେ ଏନେଇ ଆମେ ପ୍ରଶାନ୍ତଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ହେଁ ସେ ଏ ସମ୍ପର୍କରେ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.