ETV Bharat / city

ଗଣତନ୍ତ୍ରର ସୁରକ୍ଷାରେ ବୁଥସ୍ତରୀୟ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ମୁଖ୍ୟ ନିର୍ବାଚନ କମିଶନର

author img

By

Published : Sep 15, 2022, 7:25 AM IST

ବି.ଏଲ୍.ଓ ଇ-ପତ୍ରିକାର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଗଣତନ୍ତ୍ରର ସୁରକ୍ଷାରେ ବୁଥସ୍ତରୀୟ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଲେ ECI । ଅଧିକ ପଢନ୍ତୁ

ଗଣତନ୍ତ୍ରର ସୁରକ୍ଷାରେ ବୁଥସ୍ତରୀୟ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ : ମୁଖ୍ୟ ନିର୍ବାଚନ କମିଶନର
ଗଣତନ୍ତ୍ରର ସୁରକ୍ଷାରେ ବୁଥସ୍ତରୀୟ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ : ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ବି.ଏଲ୍.ଓ ଇ-ପତ୍ରିକା(BLO e-Patrika)ର ଶୁଭାରମ୍ଭ କରିଛନ୍ତି । ଭିସି ଜରିଆରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି ବି.ଏଲ୍.ଓ ଇ-ପତ୍ରିକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୧୦ ଲକ୍ଷ ବୁଥସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ''ଗଣତନ୍ତ୍ରର ସୁରକ୍ଷା ପାଇଁ ଜନସାଧାରଣ ଓ ନିର୍ବାଚନ ଆୟୋଗ ସହ ସଂଯୋଗ ସ୍ଥାପନ ଭଳି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ବୁଥସ୍ତରୀୟ ଅଧିକାରୀ କରିଥାନ୍ତି ବୋଲି ।''

ବି.ଏଲ୍.ଓ ଇ-ପତ୍ରିକା କାଗଜ ଶୂନ୍ୟ ମାଗାଜିନ୍ ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲ୍‌ରେ ସହଜରେ ଉପଲବ୍ଧ ହେବ । ବୁଥସ୍ତରୀୟ ଅଧିକାରୀମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା ଗୁଡ଼ିକର ସହଜ ସମାଧାନ, ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣରେ କାର୍ଯ୍ୟ କରୁଥିବା ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭାବର ଆଦାନ ପ୍ରଦାନ ଓ ସର୍ବୋପରି ନିର୍ବାଚନ ଆୟୋଗଙ୍କ ସହ ସିଧାସଳଖ ବାର୍ତ୍ତାଳାପ ହୋଇପାରିବ ବୋଲି ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି । ବି.ଏଲ୍.ଓ ଇ-ପତ୍ରିକା ପ୍ରତି ଦୁଇମାସରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରକାଶିତ ହେବ । ଏଥିରେ ନିର୍ବାଚନ ଆୟୋଗ ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ପଠାଇବା । ତଳସ୍ତରରୁ ଆୟୋଗଙ୍କୁ କାର୍ଯ୍ୟଧାରାର ଫିଡବ୍ୟାକ୍ ଓ ସଫଳ କାହାଣୀ ପ୍ରେରଣ ଇତ୍ୟାଦିରେ ବିଶେଷ ସହାୟକ ହୋଇପାରିବ ବୋଲି ନିର୍ବାଚନ କମିଶନର(ECI) ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆକ୍ସନ ମୁଡରେ ସମବାୟ ମନ୍ତ୍ରୀ

ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରଥମ କରି ପ୍ରକାଶିତ ହୋଇଥିବା ଇ-ପତ୍ରିକାରେ ଓଡ଼ିଶାର ୭୭ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୭୦ ବୁଥର ବୁଥସ୍ତରୀୟ ଅଧିକାରୀ ସୁକୁ ମାଝୀଙ୍କ ସଫଳ କାହାଣୀ ସ୍ଥାନିତ ହୋଇଛି । ବୁଥ୍‌ସ୍ତରୀୟ ଅଧିକାରୀ ସୁକୁ ମାଝୀ ୨୭୦ ନମ୍ବର ବୁଥ୍‌ରେ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ମହିଳା ଭୋଟର ପଞ୍ଜୀକରଣ ହାର ୧୭ % ରୁ ୬୭%କୁ ବୃଦ୍ଧି କରିଥିବାରୁ ଜିଲ୍ଲାର ଶ୍ରେଷ୍ଠ ବି.ଏଲ୍.ଓ ଭାବେ ପ୍ରଶଂସିତ ହୋଇଛନ୍ତି । ବି.ଏଲ୍. ଓ ଇ-ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ସମେତ ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀର ୧୦ ଜଣ ଶ୍ରେଷ୍ଠ ବୁଥସ୍ତରୀୟ ଅଧିକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.