ETV Bharat / state

Hockey World Cup: ଅସହ୍ୟ ଶୀତକୁ ଖାତିର ନକରି କେନ୍ଦ୍ରାପଡ଼ାରେ ହକି ବିଶ୍ୱକପ ଟ୍ରଫିକୁ ସ୍ବାଗତ

author img

By

Published : Jan 10, 2023, 8:41 AM IST

କେନ୍ଦ୍ରାପଡ଼ାରେ ହକି ବିଶ୍ୱକପ ଟ୍ରଫିକୁ ସ୍ବାଗତ
Hockey World Cup trophy tour

FIH ପୁରୁଷ ହକି ବିଶ୍ବକପକୁ ନେଇ ଉତ୍ସାହିତ ରାଜ୍ୟବାସୀ( Hockey World Cup )। ଅସହ୍ୟ ଶୀତକୁ ଖାତିର ନ କରି ପରିକ୍ରମାରେ ଥିବା ହକି ବିଶ୍ବକପ ଟ୍ରଫିକୁ ସ୍ବାଗତ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାବାସୀ । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ାରେ ହକି ବିଶ୍ୱକପ ଟ୍ରଫିକୁ ସ୍ବାଗତ

କେନ୍ଦ୍ରାପଡା: ହକି ଜ୍ବରରେ କମ୍ପୁଛି ରାଜ୍ୟ । FIH ପୁରୁଷ ହକି ବିଶ୍ବକପ ନେଇ ଦିନ ଯେତିକି ପାଖଉଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ସବୁଠି ଉଲ୍ଲାସ, ଉତ୍ସାହ ଆଉ ଉତ୍ସବ । ଏହାରି ଭିତରେ ସମସ୍ତ ଜିଲ୍ଲା ପରିକ୍ରମା କରୁଛି ହକି ବିଶ୍ବକପ ଟ୍ରଫି । ସୋମବାର କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛି ପୁରୁଷ ହକି ବିଶ୍ବକପ ଟ୍ରଫି । ଜିଲ୍ଲାରେ ଟ୍ରଫିଟୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା( welcome to hockey world cup trophy in kendrapara )। ଶୀତ ଓ କାକରକୁ ଖାତିର ନକରି ହଜାର ହଜାର ଛାତ୍ରଛାତ୍ରୀ ଓ କ୍ରୀଡାପ୍ରେମୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରଫିକୁ ସ୍ବାଗତ କରିଛନ୍ତି । ଏହା ପୂର୍ବରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଟ୍ରଫିକୁ ସ୍ବାଗତ କରାଯାଇଥିଲା । 16ଟି ରାଜ୍ୟରେ ବୁଲିବା ପରେ 25 ତାରିଖରୁ ଜିଲ୍ଲା ପରିକ୍ରମାରେ ବାହାରିଥିଲା ହକି ବିଶ୍ବକପ ଟ୍ରଫି । ଆଜି(ମଙ୍ଗଳବାର) ଜିଲ୍ଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବ । ଗୌରବ ଅଧ୍ୟାୟ ପାଇଁ ମାରାଥନ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ଦୌଡ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

ଡେରାବିଶ୍ ଥାନା ଅଧିନ ପଞ୍ଚୁପାଣ୍ଡଵ ଛକ ନିକଟରେ ଯାଜପୁର ଜିଲ୍ଲାରୁ ଟ୍ରଫି ହସ୍ତାନ୍ତର ହେବା ପରେ ସେଠାରେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଡେରାବିଶ୍ ବିଡିଓ ଓ ତହସିଲଦାରଙ୍କ ସମେତ ବହୁ ନେତା ଓ ଜନତା ଏକତ୍ର ହୋଇ ଟ୍ରଫିକୁ ବନ୍ଦାପନା କରିଥିଲେ । ଓଡ଼ିଶା ଟୁରିଜିମ ବସରେ ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଏହି ଟ୍ରଫିକୁ ବସ୍‌ ଭିତରୁ ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ । ଦୁହୁରିଆ, ତିନିମୁହାଣୀ, ବାରିମୂଳ ଛକ ଆଦି ସ୍ଥାନରେ ଟ୍ରଫିକୁ ମହିଳା ମଣ୍ଡଳ ଓ ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ବାରା ପାଛୋଟି ନିଆଯାଇଥିଲା। ଆଜି (ମଙ୍ଗଳବାର) ଟ୍ରଫି ଉଦ୍ଦେଶ୍ୟରେ ଏକ ମିନି ମାରାଥନ କରାଯାଇ ସର୍ବ ସାଧାରଣ ଟ୍ରଫିକୁ ସ୍ପର୍ଶ କରିବାର ସୁଯୋଗ ପାଇବେ ବୋଲି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଦୁଇଥର ହକି ବିଶ୍ବକପ ଆୟୋଜନ କରି ରାଜ୍ୟ କେତେ ଯେ ଏହି ଜାତୀୟ ଖେଳକୁ ଭଲପାଏ ତାହା ସୂଚନା ଦେବା ସହ ହକି ପ୍ରତି ଓଡ଼ିଆର ଜୀବନ ବୋଲି ବାର୍ତ୍ତା ଦେଇଥିବା କହିଛନ୍ତି ରାଜନଗର ବିଧାୟକ।

ଏହା ବି ପଢନ୍ତୁ....ରାଜନୀତିକୁ ଏଣ୍ଟ୍ରି ମାରିବେ କି ବିଜୟ ମହାପାତ୍ରଙ୍କ ପୁଅ, ସଙ୍କେତ ପରେ ବଢିଲା ଚର୍ଚ୍ଚା

ପ୍ରକାଶ ଥାଉ କି, ଆସନ୍ତା 13 ତାରିଖରୁ ଉଭୟ ଭୁବନେଶ୍ଵର ଏବଂ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । 13 ତାରିଖରେ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଏହାରି ଭିତରେ ବିଭିନ୍ନ ଦଳ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ହକି ବିଶ୍ବକପ ଟ୍ରଫି 16 ରାଜ୍ୟ ପରିକ୍ରମା କରିବା ସହିତ ବର୍ତ୍ତମାନ ଜିଲ୍ଲା ପରିକ୍ରମା କରୁଛି । ଆଜି(ମଙ୍ଗଳବାର) କଟକରେ ପହଞ୍ଚିବ ଟ୍ରଫି । ଏହା ପରେ ଟ୍ରଫିକୁ ସହର ପରିକ୍ରମା କରାଯିବ । 12 ତାରିଖରେ ସିଲଭର ସିଟିରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଆୟୋଜନ ହେବ । ଆଗାମୀ ଦିନରେ ବିଶ୍ବକର ପାଇଁ ରାଜଧାନୀକୁ ହକିପ୍ରେମୀ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.