ETV Bharat / state

ରାଜନୀତିକୁ ଏଣ୍ଟ୍ରି ମାରିବେ କି ବିଜୟ ମହାପାତ୍ରଙ୍କ ପୁଅ, ସଙ୍କେତ ପରେ ବଢିଲା ଚର୍ଚ୍ଚା

author img

By

Published : Jan 9, 2023, 10:06 AM IST

ନୂଆ ବର୍ଷ 2023 ପାଇଁ କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଦ୍ବାରା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି (BJP leader Bijoy mahapatra ) । ବନ୍ଧୁ ମିଳନ ନାଁରେ ଶକ୍ତି ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଛି । ବିଜୟ ମହାପାତ୍ରଙ୍କୁ ପୁଅ ଅରବିନ୍ଦ ମହାପାତ୍ର ରାଜନୀତିରେ ଯୋଗ ଦେବା ନେଇ ସଙ୍କେତ ଦେଇଛନ୍ତି । ଅଧିକ ପଢନ୍ତୁ

bijaya mahapatra son may join politics
ରାଜନୀତିରେ ଏଣ୍ଟ୍ରି ମାରିବେ କି ବିଜୟ ମହାପାତ୍ରଙ୍କ ପୁଅ

ବିଜୟ ମହାପାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କେନ୍ଦ୍ରପଡା: ସକ୍ରିୟ ରାଜନୀତିକୁ ଏଣ୍ଟ୍ରି ମାରିବେ କି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ବାପାଙ୍କ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ବଢାଉଛନ୍ତି ବାପାପୁଅ । ବନ୍ଧୁମିଳନ ନାଁରେ ଏକ କାର୍ଯ୍ୟକ୍ରମ କରି ଶକ୍ତି ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତିକନପୁର ପଞ୍ଚାୟତର ଖେଳପଡିଆ ପରିସରରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଦ୍ବାରା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ନାମ ବନ୍ଧୁ ମିଳନ ମାତ୍ର କାର୍ଯ୍ୟକ୍ରମର ଦୃଶ୍ୟ ଦେଖି ବନ୍ଧୁ ମିଳନ ହେଉଥିବା କୌଣସି ଦିଗରୁ ଲାଗୁ ନଥିଲା । କାର୍ଯ୍ୟକ୍ରମଟି ଏକ ନିର୍ବାଚନୀ ସଭା ପରି ମନେ ହେଉଥିଲା । ବନ୍ଧୁମିଳନ ନାଁରେ ହେଭିୱେଟ ରାଜନେତା ବିଜୟ ମହାପାତ୍ର ଶକ୍ତି ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଛି । ହେଲେ କଥାକୁ ଏଡାଇ ଦେଇଛନ୍ତି ଲୋକେ ତ ଚର୍ଚ୍ଚା କରିବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର । ସେପଟେ ଗୋଟିଏ ମଞ୍ଚରେ ବାପାପୁଅ ଏକାଠି ହେବା ସଭାରେ ଏତେ ସଂଖ୍ୟକ ଜନ ସମାଗମ ହେବା କିଛି ଅଲଗା ସଙ୍କେତ ହେଉଛି । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ରାଜନୀତିରେ ଯୋଗ ଦେବା ନେଇ ଗୁଜବ ଉଠୁଥିବାବେଳେ କେଉଁ ଦଳରେ ସାମିଲ ହେବେ ସେ ନେଇ ସ୍ପଷ୍ଟ ହୋଇନାହିଁ ।

କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ ସହିତ ଜିଲ୍ଲାର ମାର୍ଶାଘାଇ, ଗରଦପୁର,ଡେରାବିଶ ଭଳି ବିଭିନ୍ନ ବ୍ଲକ ଅଞ୍ଚଳର ବିଜୟ ମହାପାତ୍ର ସମର୍ଥକ ମାନେ ଯୋଗ ଦେଇଥିଲେ । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏହି ବନ୍ଧୁ ମିଳନରେ ଉପସ୍ଥିତ ରହିଥିଲେ । ୨୦୨୩ ମସିହା ଓଡିଶା ରାଜନୀତି ଏବଂ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଏକ ଐତିହାସିକ ପରିବର୍ତ୍ତନ ହେବ ବୋଲି ବିଜୟ ମହାପାତ୍ର ଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରା ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜୟଙ୍କ ସମର୍ଥକ ଯୋଗ ଦେଇଥିଲେ । ଗୋଟିଏ ମଞ୍ଚରେ ପିତାପୁତ୍ର ଏକାଠି ହେବା ଓ ପୁତ୍ର ଅରବିନ୍ଦ ରାଜନୀତିରେ ଏଣ୍ଟ୍ରି ମାରିବା ନେଇ ସଙ୍କେତ ଦେଉଥିବା ବେଳେ ବିଜୟ ମହାପାତ୍ର ଏହାକୁ ସଙ୍ଗଠନ କରିବା କହିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ପୁଅ ରାଜନୀତିକୁ ଓହ୍ଲାଇବା ନେଇ ବିଜୟ ମହାପାତ୍ର ସ୍ପଷ୍ଟ କରି ନଥିବା ବେଳେ ଆସନ୍ତା ନିର୍ବାଚନରେ ଏକ ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଉଛି ।

ଏହା ବି ପଢନ୍ତୁ...ପ୍ରଥମ ଥର ଦିଲ୍ଲୀ ବାହାରେ ବସିଲା AIIMS CIB ବୈଠକ, ଅଧ୍ୟକ୍ଷତା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

୨୦୦୯ରେ ବିଜୟ ମହାପାତ୍ର ବିଜେପିରୁ ନବଗଠିତ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦୀ ବିଜେଡିର ବେଦପ୍ରକାଶ ଅଗ୍ରୱାଲଙ୍କ ଠାରୁ ପରାସ୍ତ ହୋଇ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଥିଲେ । ସେହିପରି ୨୦୧୪ରେ ମହାକାଳପଡ଼ାରୁ ଲଢ଼ି ପରାସ୍ତ ହେବା ପରେ ପୁନଃଶ୍ଚ ୨୦୧୯ ମସିହାରେ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ୨୦୧୯ରୁ ୨୦୨୩ ମସିହା ଦୀର୍ଘ ୪ ବର୍ଷ ବ୍ୟବଧାନ ପରେ ଗତକାଲି (ରବିବାର) ବନ୍ଧୁମିଳନ ଓ ପୁଅ ଅରବିନ୍ଦଙ୍କୁ ମଞ୍ଚ ଉପରେ ବସାଇବାକୁ ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ରାଜନୀତି ସମୀକ୍ଷକ । ଅରବିନ୍ଦ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ କରିନଥିଲେ ସୁଦ୍ଧା ରାଜନୀତିକୁ ଓହ୍ଲାଇବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି । ଅପରପକ୍ଷରେ ପୁଅ ଅରବିନ୍ଦ ଏବେ ରାଜନୀତି କରିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ ହେଁ ଓଡିଶା ରାଜନୀତି ଖୁବଶୀଘ୍ର ଏକ ନୂଆ ଦିଗ ଦେଖିବ ବୋଲି ଦୃଢୋକ୍ତି କରିଛନ୍ତି ବିଜୟ ମହାପାତ୍ର ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.