ETV Bharat / state

Christmas 2022: ରାତି ପାହିଲେ ବଡଦିନ, ସଜେଇ ହେଉଛି ଚର୍ଚ୍ଚ

author img

By

Published : Dec 24, 2022, 1:28 PM IST

christmas
ବଡଦିନ

ବଡଦିନ ପାଇଁ ସଜେଇ ହେଲାଣି ଚର୍ଚ୍ଚ ପରିସର । କନ୍ଧମାଳରେ ଥିବା ଚର୍ଚ୍ଚ ଗୁଡିକ ସନ୍ଧ୍ୟା ପରେ ଆଲୋକମାଳାରେ ଝଲସୁଛି । ଯୀଶୁଙ୍କୁ ସ୍ବାଗତ କରିବା ଲାଗି ଖ୍ରୀଷ୍ଟଧର୍ମୀମାନେ ସବୁପ୍ରକାର ପ୍ରସ୍ତୁତି ଶେଷ କରିସାରିଲେଣି । ଅଧିକ ପଢ଼ନ୍ତୁ

ରାତି ପାହିଲେ ବଡଦିନ

ଫୁଲବାଣୀ: ରାତି ପାଇଲେ ବଡଦିନ । ଧରା ପୃଷ୍ଟରେ ଅବତରଣ କରିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି କନ୍ଧମାଳ ଜିଲ୍ଲାର ପୁରପଲ୍ଲୀ । ଜିଲ୍ଲାର ସମସ୍ତ ଗିର୍ଜା ଗୃହ ଗୁଡିକ ସଜେଇ ହୋଇଛି । ରାତିରେ ଚିକ୍‌ମିକ ଆଲୁଅରେ ଝଲସୁଛି ସମସ୍ତ ଚର୍ଚ୍ଚ । ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ଫିକା ପଡିଥିଲା ବଡଦିନ ଓ ନବ ବର୍ଷ । ତେଣୁ ଚଳିତ ବର୍ଷ ଧୁମ ଧାମରେ ବଡ ଦିନ ପାଳନ କରିବା ନେଇ ଉତ୍ସାହିତ ଅଛନ୍ତି ଖ୍ରୀଷ୍ଟ ଧର୍ମାଲମ୍ବୀ ।

ଧରାବତଣ କରିବେ ପ୍ରଭୁ ଯୀଶୁ

ଆଉ କିଛି ସମୟର ଅପେକ୍ଷା ପରେ ପ୍ରଭୁ ଯୀଶୁ ଧରାବତରଣ କରିବେ । ଆଡମ୍ବରର ସହ ଯିଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାଜ୍ୟ ବାହାରେ ରହୁଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀ ନିଜ ନିଜକୁ ଘରକୁ ଫେରିବା ଆରମ୍ଭ କଲେଣି । ଆତ୍ମୀୟ ସ୍ୱଜନଙ୍କ ସହିତ ମିଶି ବଡଦିନ ପାଳନ କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଲୋକମାଳାରେ ସୁସଜ୍ଜିତ ହେଲାଣି ଚର୍ଚ୍ଚ ଏବଂ ପ୍ରାଥର୍ନା ଗୃହ । ମହାମାରୀ କୋରୋନା ସଂକ୍ରମଣରୁ ଦୁଇବର୍ଷ ବଡଦିନ ପର୍ବକୁ ଫିକା କରି ଦେଇଥିବା ବେଳେ ଚଳିତବର୍ଷ ମହା ଆଡମ୍ବରରେ ପାଳନ କରିବାକୁ ଜୋର ସୋରରେ ପ୍ରସ୍ତୁତି ଚାଳିଛି ।

ସଜେଇ ହେଲାଣି ଫୁଲବାଣୀର ଚର୍ଚ୍ଚ

ଫୁଲବାଣୀରେ ଥିବା କ୍ୟାଥିଲିକ ଚର୍ଚ୍ଚ, ବାପିଷ୍ଟ ଚର୍ଚ୍ଚ ସଜେଇ ହୋଇଥିବାବେଳେ ଜି. ଉଦୟଗିରି,ରାଇକିଆ, ବାଲିଗୁଡା ଚର୍ଚ୍ଚ ମାନଙ୍କରେ ମଧ୍ୟ ପ୍ରସ୍ତୁତି ଶେଷ ହେଲାଣି । ବଜାରରେ ଆଲୋକମାଳା, ଏକ୍ସମାକ୍ସ ଟ୍ରି, କ୍ୟାଣ୍ଡେଲ, ବିଭିନ୍ନ ପ୍ରକାର କେକ, ସହିତ ଭଳି କି ଭଳି ମିଠା ଦେଖିବାକୁ ମିଳୁଛି । ବଡଦିନ ଅବସରରେ କ୍ୟାଣ୍ଡେଲ ଶୋଭାଯାତ୍ରା, ସାମୁହିକ ପ୍ରାର୍ଥନା, ମନୋରଞ୍ଜନ କାର୍ଯ୍ୟକ୍ରମ, ରାତ୍ର ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ, ଖେଳକୁଦ ପ୍ରତିଯୋଗିତାର ଆୟୋଜନ କରାଯିବାର ସୂଚନା ରହିଛି । ବଡଦିନକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାର ସମ୍ବଦେନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରଯାଇଛି । ଜଳେସପଟା ଓ ଚକାପାଦ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଗାଡିମଟର ଯାଞ୍ଚ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Omicron BF.7: 27ରେ ସମସ୍ତ ହସ୍ପିଟାଲରେ ମକଡ୍ରିଲ, ଭୟଭୀତ ନହେବାକୁ ପରାମର୍ଶ

ସୁରକ୍ଷା ପାଇଁ 27 ପ୍ଲାଟୁନ ଫୋର୍ସ ମୁତୟନ

ସେହିପରି ଜିଲ୍ଲାରେ ସମୁଦାୟ ୨୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସମ୍ବେଦନଶୀଳ ଓ ଅତି ସେମ୍ବେଦନସୀଳ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ବହୁ ଅତିରିକ୍ତ ଆରକ୍ଷି ଅଧିକାରୀ , ଡିଏସପି ଓ ବରିଷ୍ଟ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯିବା ସହ ସମସ୍ତ ଥାନା ଅଞ୍ଚଳରେ ବିଶେଷ ଧ୍ୟାନ ଦିଆଯାଇଥିବା କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି । କୋରୋନାର ନୂଆ ଭାରିଆଣ୍ଟ ଯୋଗୁଁ ଶାନ୍ତି ଶୃଙ୍ଖଳାରେ ବଡ ଦିନ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେପଟେ ବାରଖମାରେ ଆଦୀବାସୀ ନେତା ଖଗେଶ୍ୱର ମଲ୍ଲିକଙ୍କ ଶହୀଦ ଦିବସ ପାଳନ କରିବେ କୁଇସମାଜ । ୨୫ ଡିସେମ୍ବର ୨୦୦୮ ଦଙ୍ଗାରେ ଖଗେଶ୍ୱର ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା । ଶହୀଦ ଦିବସରେ କନ୍ଧମାଳ ଜିଲ୍ଲାର ବହୁ ଆଦିବାସୀ ନେତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.