ETV Bharat / state

Omicron BF.7: 27ରେ ସମସ୍ତ ହସ୍ପିଟାଲରେ ମକଡ୍ରିଲ, ଆତଙ୍କିତ ନହେବାକୁ ପରାମର୍ଶ

author img

By

Published : Dec 24, 2022, 12:38 PM IST

Updated : Dec 24, 2022, 1:19 PM IST

Omicron BF.7
Omicron BF.7

ଓମିକ୍ରୋନ ସବ୍‌-ଭାରିଆଣ୍ଟ BF.7କୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ । ଅଧିକ ପଢ଼ନ୍ତୁ

27ରେ ସମସ୍ତ ହସ୍ପିଟାଲରେ ମକଡ୍ରିଲ

ଭୁବନେଶ୍ବର: ଚୀନରେ ଓମିକ୍ରୋନ ସବ୍‌-ଭାରିଆଣ୍ଟ BF.7 (Omicron Sub-variant)ର ଦ୍ରୁତ ଭାବେ ବଢ଼ି ଚାଲିଛି । ଦେଶରେ BF.7 ଆକ୍ରାନ୍ତ ଚିହ୍ନଟ ପରେ ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ କୋଭିଡକୁ ନେଇ ଆତଙ୍କିତ ନହେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି । ଭାରତରେ ସଂକ୍ରମଣ ବୃଦ୍ଧି ପାଇନଥିବାରୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର (Health Director Bijay Mohapatra) ।

ଏହା ମଧ୍ୟ ପଢ଼ନ୍ତୁ: ଘାତକ ହେବନି Omicron BF.7 ଭାରିଆଣ୍ଟ, ବିଚଳିତ ନହେବାକୁ ବୈଜ୍ଞାନିକଙ୍କ ପରାମର୍ଶ

ବିଦେଶରେ ଓମିକ୍ରୋନ ସବ୍‌-ଭାରିଏଣ୍ଟ BF.7 ସଂକ୍ରମଣ ଭୟଙ୍କର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଏତେଟା ସଂକ୍ରମଣ ବୃଦ୍ଧି ପାଇନଥିବା ବେଳେ ଏହାକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " BF.7 ଭାରିଏଣ୍ଟ ଦୁଇ ବର୍ଷ ହେଲାଣି ରହିଛି । ଯେହେତୁ ଚୀନ ସମେତ ଆମେରିକା, ୟୁରୋପ ଦେଶ ଭଳି ଅନେକ ଦେଶରେ ଏହି ଭାରିଆଣ୍ଟ ପାଇଁ ସଂକ୍ରମଣ ବଢୁଛି । ତେଣୁ ଏହାକୁ ନେଇ ସବୁଠି ଚର୍ଚ୍ଚା ବଢ଼ିଯାଇଛି । ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି, କିନ୍ତୁ ଏହାର ଫାଟାଲିଟି ଓ ମୋଟାଲିଟି ନାହିଁ । ତୃତୀୟ ଡୋଜ ଟିକା ନେବା ଫଳରେ ଆମ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି । ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ । "

ଏହା ମଧ୍ୟ ପଢ଼ନ୍ତୁ: Omicron BF.7 Fear: ଭୟଭୀତ ନହୋଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ରାଜ୍ୟରେ ୩ ମାସରୁ ଅଧିକ ହେଲାଣି ପଜିଟିଭ ହାର ବୃଦ୍ଧି ପାଇନାହିଁ । ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ ହସ୍ପିଟାଲାଇଜେଶନ ଅଧିକ ମଧ୍ୟ ନାହାନ୍ତି । ଯଦି ସଂକ୍ରମଣ ବୃଦ୍ଧି ଘଟେ ଏହାକୁ କିପରି ମୁକାବିଲା କରାଯାଇପାରିବ, ସେନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସେ କହଛନ୍ତି । ରାଜ୍ୟରେ ସର୍ଭେଲାନ୍ସ, ଟେଷ୍ଟିଂକୁ ଜୋରଦାର କରାଯିବ । ଯାହା ଶରୀରରେ ଲକ୍ଷଣ ଦେଖାଯିବ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି । ଆବଶ୍ୟକ ପଡ଼ିଲେ ହସ୍ପିଟାଲ ମାନଙ୍କରେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ । ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୭ ତାରିଖରେ ହସ୍ପିଟାଲ ଓ ଅକ୍ସିଜେନ୍ ପ୍ଲାଣ୍ଟ ମାନଙ୍କରେ ମକ୍ ଡ୍ରିଲ୍ କରାଯିବ । ଲୋକଙ୍କୁ ଭୟଭୀତ କଲାଭଳି ମନ୍ତବ୍ୟ ନଦେବା ପାଇଁ ସେ ଅନୁରୋଧ କରିଛନ୍ତି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିଛନ୍ତି । ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ । ତେଣୁ ଯେଉଁମାନେ ଆସୁଛନ୍ତି, ଗାଇଡ ଲାଇନ ହିସାବରେ ଟେଷ୍ଟ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 24, 2022, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.