ETV Bharat / sukhibhava

ଘାତକ ହେବନି Omicron BF.7 ଭାରିଆଣ୍ଟ, ବିଚଳିତ ନହେବାକୁ ବୈଜ୍ଞାନିକଙ୍କ ପରାମର୍ଶ

author img

By

Published : Dec 24, 2022, 7:54 AM IST

ଓମିକ୍ରନର ଉପ-ପ୍ରଜାତି(Omicron Sub-variant) BF.7 ଭୂତାଣୁକୁ ନେଇ ମିଳିଲା ଆଶ୍ବସ୍ତିକର ଖବର । ଭାରତରେ ସଂକ୍ରମଣ ବିଶେଷ ବୃଦ୍ଧି ପାଇବନି, ବିବ୍ରତ ହେବାର ଆବଶ୍ୟକ ନାହିଁ କହିଲେ ବୈଜ୍ଞାନିକ(BF.7 variant of coronavirus not worrisome for India) । ଅଧିକ ପଢନ୍ତୁ

Omicron BF.7
Omicron BF.7

ହାଇଦ୍ରାବାଦ: ଚୀନରେ ବ୍ୟାପୁଥିବା ଓମିକ୍ରନର BF.7 ପ୍ରକାରକୁ ନେଇ ସମଗ୍ର ବିଶ୍ବରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଭାରତକୁ ମିଳିଛି ଆଶ୍ବସ୍ଥି । ଶୁକ୍ରବାର(ଡିସେମ୍ବର 23)ରେ ଜଣେ ବିଶିଷ୍ଟ ବୈଜ୍ଞାନିକ କହିଛନ୍ତି ଭାରତକୁ ଏନେଇ ବିବ୍ରତ ହେବାର ଆବଶ୍ୟକ ନାହିଁ । ଏହା ଓମିକ୍ରନ୍ ଷ୍ଟ୍ରେନର ଏକ ଉପ-ପ୍ରଜାତି । ଜନସଂଖ୍ୟା କାରଣରୁ ସଂକ୍ରମଣ ବୃଦ୍ଧି ପାଇବ ସେପରି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି(BF.7 variant of coronavirus not worrisome for India) ।

ବେଙ୍ଗାଲୁରୁର ଟାଟା ଇନଷ୍ଟିଚ୍ୟୁଟ୍ ଫର୍ ଜେନେଟିକ୍ସ ଆଣ୍ଡ୍ ସୋସାଇଟି(TIGS)ର ନିର୍ଦ୍ଦେଶକ ରାକେଶ ମିଶ୍ରା PTIକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ‘‘ଫେସ୍ ମାସ୍କ ପିନ୍ଧିବା ଏବଂ ଜନପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ସର୍ବଦା ଗ୍ରହଣୀୟ । ଭାରତ ଯେଉଁପରି ପଡୋଶୀ ଦେଶ ମାଧ୍ୟମରେ ଭୂତାଣୁ ସଂକ୍ରମଣର ସମ୍ମୁଖୀନ ହୋଇଛି ଚୀନରେ ସେହିପରି ସଂକ୍ରମଣ ହୋଇନାହିଁ । ସେଠାରେ ଭାଇରସର ଉପ-ପ୍ରକାର ଅଦୃଶ୍ୟ ଭାବରେ ବୃଦ୍ଧି ଘଟୁଛି ।’’

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଓମିକ୍ରନର ଏକ ଉପ-ପ୍ରଜାତି । କିଛି ଛୋଟ ପରିବର୍ତ୍ତନ ବ୍ୟତୀତ ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ଓମିକ୍ରନ୍ ପରି ହେବ, ଏଥିରେ କୌଣସି ବଡ଼ ପାର୍ଥକ୍ୟ ନାହିଁ । ଆମ ମଧ୍ୟରୁ ଅଧିକାଂଶ ଓମିକ୍ରନ୍ ୱୋଭ୍‌ ଦେଇ ଗତିକରି ସାରିଛନ୍ତି । ତେଣୁ ଆମକୁ ଏଥିପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ଏହା ସମାନ ଭୂତାଣୁ ବୋଲି ସେ କହିଛନ୍ତି ।

ରାକେଶ ମିଶ୍ରା କହିଛନ୍ତି ଯେ, ଚୀନର ବୟସ୍କ ବ୍ୟକ୍ତିମାନଙ୍କର ଟୀକାକରଣ କରାଯାଇ ନାହିଁ । ଯେଉଁମାନଙ୍କର ଟୀକାକରଣ ହୋଇନାହିଁ ସେମାନେ ଅଧିକ ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବବର୍ଗଙ୍କର କୌଣସି ଅସୁବିଧା ହୋଇନାହିଁ । କିନ୍ତୁ ଟୀକାକରଣ ହୋଇନଥିବା ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି ।"

ତାଙ୍କ କହିବାନୁସାରେ, ଅଧିକାଂଶ ଭାରତୀୟ ହାଇବ୍ରିଡ ଇମ୍ୟୁନିଟି ହାସଲ କରିଛନ୍ତି, ଯାହାର ଅର୍ଥ ଟୀକାକରଣ ପରେ ରୋଗ ପ୍ରତିରୋଧକ ଶକ୍ତି ଆହୁରି ବୃଦ୍ଧି ଘଟିଛି । ଏଥିସହ ଓମିକ୍ରନ୍‌ର ବିଭିନ୍ନ ପ୍ରକାରକୁ ରୋକିବା ପାଇଁ ଭାରତରେ ଦିଆଯାଇଥିବା ଟିକା ପ୍ରଭାବଶାଳୀ । କାରଣ ଓମିକ୍ରନର ଦ୍ରୁତ ସଂକ୍ରମଣ ସମୟରେ ଭାରତରେ ଡାକ୍ତରଖାନାରେ ଭର୍ତ୍ତି ହେବା ରୋଗୀଙ୍କ ସଂଖ୍ୟା ଖୁବ୍ କମ୍ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.