ETV Bharat / state

ଚାଷୀଙ୍କ ପେଟକୁ ବିଦ୍ୟୁତ ବିଭାଗର ଲାତ: ମୋଟର ନଥାଇ ଆସୁଛି ମୋଟା ଅଙ୍କର ବିଲ !

author img

By

Published : Jan 25, 2022, 8:30 PM IST

ମୋଟର ନଥାଇ ଆସୁଛି ମୋଟା ଅଙ୍କର ବିଲ !
ଚାଷୀଙ୍କ ପେଟକୁ ବିଦ୍ୟୁତ ବିଭାଗର ଲାତ , ମୋଟର ନଚାଇ ଆସୁଛି ମୋଟା ଅଙ୍କର ବିଲ

ଫସଲ ଅମଳ ସମୟରେ ଉଠା ଜଳସେଚନ ପ୍ରକଳ୍ପରୁ କାଟି ଦେଲା ବିଦ୍ୟୁତ୍ । ଫସଲ ପାଇଁ ପାଣି ତ ଆସୁନି କିନ୍ତୁ ଆସୁଛି ମୋଟା ଅଙ୍କର ବିଲ । ଫସଲ ପାଇଁ ପାଣି ନପାଇ ଏବେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କନ୍ଧମାଳ ଜିଲ୍ଲା ମିଣିଆ ପଞ୍ଚାୟତର ଚାଷୀ । ଅଧିକ ପଢନ୍ତୁ

କନ୍ଧମାଳ : ବିଦ୍ୟୁତ ବିଭାଗର ମନମାନି । ଗୋଟିଏ ପଟେ ଚାଷୀଙ୍କ ପେଟକୁ ଲାତ ମାରି ଅନ୍ୟପଟେ ଜଳସେଚନ ପାଇଁ କରିଛି ହଜାର ହଜାର ଟଙ୍କାର ବିଲ । ଟଙ୍କା ପୈଠ ନକରିବାରୁ ଶେଷରେ ବିଦ୍ୟୁତ କାଟି ଦେଲା ବିଦ୍ୟୁତ ବିଭାଗ । ଗତବର୍ଷ ବର୍ଷ ଧାନ ଅମଳ ସମୟରେ ବାତ୍ୟା ଜୱାଦ ଦାଉ ସାଧିଥିବା ବେଳେ ଅଦିନିଆ ବର୍ଷାରେ ଉଜୁଡିଥିଲା ଫସଲ । ଚାଷୀ କୂଳ ହତାଶ ହୋଇ ପନି ପରିବା ଚାଷ ଆରମ୍ଭ କରିଥିଲେ । ଆଉ ସପ୍ତାହେ ମଧ୍ୟରେ ଫସଲ ବଜାରକୁ ଯାଇଥାନ୍ତା ବିକ୍ରି ପାଇଁ । ହେଲେ ଏହି ସମୟରେ ପ୍ରକୃତି ନୁହଁ, ଖୋଦ ବିଦ୍ୟୁତ ବିଭାଗ ଚାଷୀଙ୍କ ପେଟକୁ ଲାତ ମାରିଛି । ଉଠା ଜଳ ସେଚନ ପ୍ରକଳ୍ପରେ ବିଦ୍ୟୁତ ବିଚ୍ଛିନ୍ନ କରିଛି ବିଦ୍ୟୁତ ବିଭାଗ । ସେପଟେ ପାଣି ନ ଚଲାଇ ମଧ୍ୟ ମାସକୁ ହଜାର ହଜାର ଟଙ୍କା ବିଲ ଆସୁଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ମିଣିଆ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ ।

ମୋଟର ନଥାଇ ଆସୁଛି ମୋଟା ଅଙ୍କର ବିଲ !

ମିଣିଆ ପଞ୍ଚାୟତର ପିଶୁପଦର, ଜ୍ରାକିପଡା, ଗଏରୀବାଟା ଏବଂ ଶିରାବିରାରେ ଚାଷୀଙ୍କ କ୍ଷେତକୁ ପାଣି ଯୋଗାଇ ଦେବା ଲାଗି ସାଲୁଙ୍କି ନଦୀରେ ହୋଇଛି ଉଠା ଜଳସେଚନ ପ୍ରକଳ୍ପ । ଏହି ୪ଟି ପ୍ରକଳ୍ପ ଅଧିନରେ ୮୦ ଏକର ରୁ ଉର୍ଦ୍ଧ୍ବ ଚାଷ ଜମି ଫସଲ କରୁଛନ୍ତି ଚାଷି । ଜ୍ରାକିପଡାରେ ବସିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ଜ୍ରାକିପଡା ଏବଂ ପିଶୁପଦର ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ଦିଆଯାଇଥିଲା । ୨୦୧୬ରେ ଜ୍ରାକିପଡା ପ୍ରକଳ୍ପ ହେବାରୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଲ ଠିକ ସମୟରେ ଦିଆଗଲା ନାହିଁ । ଦୀର୍ଘ ୪ ବର୍ଷ ପରେ ୨୦୨୦ରେ ୨୨ ହଜାର ଟଙ୍କା ଏକ ବିଲ ଆସିଲା । ସେତବେଳେ ତିତିଲି ପ୍ରଭାବରେ ପ୍ରକଳ୍ପରେ ଲାଗିଥିବା ବିଦ୍ୟୁତ୍ ମୋଟରଟି ପୋଡି ଯାଇଥିଲା । ଚାଷୀମାନେ ମୋଟର କାମ କରିବାରୁ ବିଦ୍ୟୁତ ବିଲ ଦେଇ ପାରିନ ଥିଲେ ।

ହେଲେ ଚଳିତ ଜାନୁଆରୀରେ ବିଦ୍ୟୁତ୍ ବିଭାଗ ୨୦୨୧ ବର୍ଷର ବିଲ ଦେଇଛି ଯେଉଁଥିରେ କି ୭୯ ହଜାର ଟଙ୍କା ଲେଖା ହୋଇଛି । ତେବେ ଏତେ ବିଲ କିପରି ଆସିଲା ତାହା ଚାଷୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମାତ୍ର ୨ରୁ ୩ ମାସ ପ୍ରକଳ୍ପରୁ ପାଣି ଚାଲୁ ହୋଇଥିବା ବେଳେ ସପ୍ତାହରେ ଥରେ ମୋଟର ଚାଲେ । ତେଣୁ ଏତେ ଟଙ୍କାର ବିଲ ନେଇ ପ୍ରଶ୍ନ କରିବାରୁ ଟଙ୍କା ପୈଠ ନ ହେଲେ ବିଦ୍ୟୁତ୍ କାଟି ଦେବୁ ବୋଲି ଧମକ ଦେଇଥିଲା ବିଦ୍ୟୁତ ବିଭାଗ । ଚାଷୀମାନେ ଫସଲ ଅମଳ ପରେ ବିଲ ଦେବାକୁ କହିବାରୁ ବିଭାଗ ସେମାନଙ୍କ କଥା ନ ଶୁଣି ବିଦ୍ୟୁତ କାଟିଦେଇଥିଲା । ଫଳରେ ଖାଲି ଜ୍ରାକିପଡା ନୁହଁ, ପିଶୁପଦର ପ୍ରକଳ୍ପ ଅଧିନରେ ଥିବା ଚାଷୀ ଏବେ କ୍ଷେତରେ ପାଣି ନ ମଡାଇ ପାରି ହତାଶ ହୋଇପଡିଛନ୍ତି ।

ପିଶୁପଦର ଜଳେସେଚନ ପାଇଁ ମଧ୍ୟ ମାତ୍ରାଧିକ ବିଲ କରାଯାଇଛି ବୋଲି ଅଭଯୋଗ କରିଛନ୍ତି ଚାଷୀ । ସେହିପରି ଗଏରୀବାଟା, ଶିରାବିରା ଏଲଆଇ ପଏଣ୍ଟରେ ମଧ୍ୟ ଅନୁରୁପ ଅବସ୍ଥା । ଗଏରୀବାଟାରେ ବିଦ୍ୟୁତ୍ ବିଲ ୨୨ ହଜାର ଟଙ୍କା ଆସିଥିବା ବେଳେ ଶିରାବିରାରେ ଆଦୌ ମୋଟର ନ ଚାଲି ୧୦ ହଜାର ପାଖାପାଖି ବିଲ ଆସିଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ସେପଟେ ବକେୟା ଟଙ୍କାରୁ କିଛି ଟଙ୍କା ଜମାକାଲେ ବିଦ୍ୟୁତ ସଂଯୋଗ କରିଯିବା ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.