ETV Bharat / state

ଦାବି ପୁରଣ ନହେଲେ ଅଙ୍ଗନୱାଡି ସଂଘ ଆନ୍ଦୋଳନକୁ ଓହ୍ଲାଇବ

author img

By

Published : Mar 6, 2023, 10:01 PM IST

କନ୍ଧମାଳରେ ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ରାଜ୍ୟରେ ଶ୍ରମ ନିୟମ ଉଲଂଘନ ହୋଇଥିବା ନେଇ ଭାରତୀୟ ମଜଦୂର ସଂଘର ଉଦବେଗ ପ୍ରକାଶ । ଅଧିକ ପଢ଼ନ୍ତୁ
Indian Labor Union Meeting in kandhmal
କନ୍ଧମାଳରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପ୍ରେସ୍ କ୍ଳବ ଠାରେ ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉପସଭାପତି ଏ ଶ୍ରୀନିବାସ ରାଓଙ୍କ ପୌରୋହିତ୍ୟରେ ଦୁଇ ଦିନ ଧରି ଏହି ବୈଠକ ଚାଲିଥିଲା । ୧୯୫୫ ମସିହାରେ ଦନ୍ତପନ୍ତ ଠେଙ୍ଗଡୀଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିବା ଏହି ବିଏମଏସର କାର୍ଯ୍ୟ କାରିଣୀ ବୈଠକ ପ୍ରଥମ ଥର ପାଇଁ ଫୁଲବଣୀରେ ଅନୁଷ୍ଠିତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Adani Group Row: ଆଦାନୀ ଗ୍ରୁପ୍ ଆର୍ଥିକ ଜାଲିଆତି ନେଇ କଂଗ୍ରେସର ଗଣବିକ୍ଷୋଭ, ୧୩ରେ ବିଶାଳ ରାଲି

ସରକାରୀ ବେସରକାରୀ ଓ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ଉନ୍ନତି କଳ୍ପେ ଭାରତୀୟ ମଜଦୂର ସଂଘ କାର୍ଯ୍ୟ କରୁଛି । ଠିକା କର୍ମଚାରୀ, ଦାଦନ ଶ୍ରମିକ, ଗ୍ରାମୀଣ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଅସୁବିଧାରେ ପଡିଲେ ଏବଂ ସେମାନଙ୍କ ନାର୍ଯ୍ୟ ଅଧିକାରରୁ ବଞ୍ଚିତ ହେଲେ ବିଏମଏସ ସେଥିପାଇଁ ଲଢେଇ କରିଥାଏ । କନ୍ଧମାଳ ଜିଲ୍ଲାରୁ ହଜାର ହଜାର ଶ୍ରମିକ ଦାଦନ ଯାଉଥିବା ବେଳେ ସେମାନଙ୍କ ସୁରକ୍ଷା ନଥିବାରୁ ଶ୍ରମ କମିଶନରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି । ଦାଦନ ପଞ୍ଜୀକରଣ ନେଇ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ଶ୍ରମ ନିୟମକୁ ଉଲଂଘନ କରାଯାଉଥିବାରୁ ଉଦବେଗ ପ୍ରକାଶ ପାଇଥିଲା । ଅନ୍ୟପଟେ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଦାବି ପୂରଣ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଙ୍ଗନବାଡ଼ି ସଂଘ ଚେତାବନୀ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ତାତିରୁ ମିଳିବ ତ୍ରାହି; ପଶ୍ଚିମା ଝଡ ଆଣିବ ବର୍ଷା, ଭିଜିବ ରଙ୍ଗର ପର୍ବ ହୋଲି

ରାଜ୍ୟ ସମ୍ପାଦକ ବିନୟ ତ୍ରିପାଠୀ ଓ ରାଜ୍ୟ ସଂଗଠନ ସମ୍ପାଦକ ଗିରିଷ ମହନ୍ତ ସାଙ୍ଗଠନିକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକ ଅବସରରେ କେନ୍ଦ୍ରୀୟ ଅଙ୍ଗନବାଡ଼ି ୱାର୍କରର୍ସ ଆସୋସିଏସନର ସଂଗଠନ ସମ୍ପାଦକ ଅଞଳୀ ପଟେଲ ଓ ରାଜ୍ୟ ସମ୍ପାଦକ ଝୁନୁପମା ଶତପଥି ଏଥିରେ ଯୋଗ ଦେଇଥିଲେ । ସେହିପରି ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ମାନଙ୍କ ସହ ରାଜ୍ୟର ଜିଲ୍ଲା ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । କନ୍ଧମାଳ ବିଏମଏସର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଗୋପାଳ ବେହେରା, କାହ୍ନୁଚରଣ ବେହେରା, ରଞନ କହଁର , ଶାରଦା ପରିଛା, ଅମ୍ବିକା ବେହେରା, ଆରତୀ ବେହେରା ପ୍ରମୁଖଙ୍କ ସହଯୋଗରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ ହୋଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.