ETV Bharat / state

ତାତିରୁ ମିଳିବ ତ୍ରାହି; ପଶ୍ଚିମା ଝଡ ଆଣିବ ବର୍ଷା, ଭିଜିବ ରଙ୍ଗର ପର୍ବ ହୋଲି

author img

By

Published : Mar 6, 2023, 8:50 PM IST

ପଶ୍ଚିମା ଝଡ ଆଣିବ ବର୍ଷା। ଏହାର ପ୍ରଭାବରେ ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।

IMD predicts  rainfall
IMD predicts rainfall

IMD predicts rainfall

ଭୁବନେଶ୍ବର : ତାତିରୁ ମିଳିବ ତ୍ରାହି ପଶ୍ଚିମା ଝଡ ଆଣିବ ବର୍ଷା। ଭିଜିବ ରଙ୍ଗର ପର୍ବ ହୋଲି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ମାର୍ଚ୍ଚ ଆରମ୍ଭରୁ ସ୍ୱାଭାବିକ ଠାରୁ ୨ରୁ 3 ଡିଗ୍ରୀ ଯାଏ ଅଧିକା ରହିଥିଲା। ଏନେଇ ଟାଣ ଖରା ସହ ଅସମ୍ଭାଳ ତାତି ଅନୁଭୂତ ହେଉଥିଲା। ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବିଶେଷ ଭାବେ ଗରମ ଅନୁଭୂତ ହେଉଥିଲା । ଗତକାଲି 38.8 ଡିଗ୍ରୀ ତାପମାତ୍ରା ରେକର୍ଡ ସହ ସବୁଠୁ ଉତ୍ତପ୍ତ ସହର ଥିଲା ତାଳଚେର । ଏହାପରେ ରାଜଧାନୀ ଭୁବନେଶ୍ୱର ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଦିନର ସର୍ବୋଚ୍ଚ ତାପମାତ୍ରା 38. 4 ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୋଳରେ ୩୮. ୧ଡିଗ୍ରୀ , ଝାରସୁଗୁଡ଼ା ଓ ଭଦ୍ରକରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଏବେ ରାଜ୍ୟରେ ପାଗ ଶୁଖିଲା ରହୁଥିବା ବେଳେ ବାୟୁମଣ୍ଡଳର ଆଦ୍ରତା କମ୍ ରହିଛି ।

ବର୍ତ୍ତମାନ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ରହିଛି। ଏନେଇ ଏକ ନିମ୍ନ ଚାପରେଖା ଆରବ ସାଗର ପର୍ଯ୍ୟନ୍ତ ଲମ୍ବିଛି । ଆସନ୍ତା ମଙ୍ଗଳବାର ଠାରୁ ରାଜ୍ୟର ୭ ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ୮ ତାରିଖରେ ୧୪ଟି ଜିଲ୍ଲା ଏବଂ ୯ ତାରିଖରେ 7 ଟି ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ସେପଟେ ଗତ ୨୪ ଘଣ୍ଟାରେ ୧୫ ସହରର ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତି କମିବ ବୋଲି ଆଗୁଆ ଆକଳନ କରିବା ସହ ପଶ୍ଚିମ ଝଡ କମିବା ପରେ ପୁଣି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ତାପମାତ୍ରା ମାର୍ଚ୍ଚରୁ ବୃଦ୍ଧି ପାଇଥିବା ବେଳେ ବର୍ଷା କମିବା ପରେ ପୁଣି ବଢିବ ତାତି । ଆଉ ଏପ୍ରିଲ ରୁ ଅସମ୍ଭାଳ ତାତି ହେବା ସହ ଅସହ୍ୟ ଗରମ ଫଳରେ ଝାଞ୍ଜି ପବନ ବହିବ। ଅନ୍ୟପଟେ କାଳବୈଶାଖୀ ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ବାୟୁମଣ୍ଡଳରେ ଆଦ୍ରତା ବଢିବ ସହ କୁହୁଡି ବି ଆଉ ଦେଖିବାକୁ ମିଳିବନି ବୋଲି ପ୍ରତିକ୍ରିୟା ରଖିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.