ETV Bharat / state

ନୂଆଁଖାଇରେ ଯୁବକଙ୍କୁ ହତ୍ୟା ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

author img

By

Published : Sep 6, 2022, 3:12 PM IST

ନୂଆଁଖାଇରେ ଯୁବକଙ୍କୁ ହତ୍ୟା ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ
ନୂଆଁଖାଇରେ ଯୁବକଙ୍କୁ ହତ୍ୟା ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ନୂଆଁଖାଇ ଦିନ ବଳଦିଆମାଲ ଗାଁର ଯୁବକଙ୍କୁ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ଅଧିକ ପଢନ୍ତୁ

ଭବାନୀପାଟଣା: ନୂଆଁଖାଇ ଦିନ ଯୁବକଙ୍କୁ ହତ୍ୟା ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହତ୍ୟା କରାଯାଇଥିବା ଯୁବକ ହେଉଛନ୍ତି ବଳଦିଆମାଲ ଗାଁର ମାନସ ମେହେର । ଭାଇରାଲ ହୋଇଥିବା ଭିଡିଓରେ ରାସ୍ତା ମଝିରେ ଦୁଇଟି ବାଇକ ଧକ୍କା ହେବା ପରେ ସମସ୍ତେ ତଳେ ପଡିଯାଉଥିବା ଦେଖିବାକୁ ମିଳିଛି । ପ୍ରଥମ ବାଇକଟିରେ ଥିଲେ ମୃତ ମାନସ । ମାନସ ବସିଥିବା ବାଇକଟି ହଠାତ୍ ବାମ ପଟୁ ଆସି ରାସ୍ତାର ଡାହାଣ ପଟକୁ କ୍ରସିଂ କରୁଥିବା ବେଳେ ପଛପଟେ ଦୃତ ଗତିରେ ଆସୁଥିବା ବାଇକ ସହିତ ଧକ୍କା ହୋଇଥିଲା । ଦୁଇଟି ବାଇକ ଧକ୍କା ହେବା ପରେ ସମସ୍ତେ ତଳେ ପଡିଯାଇଥିଲେ । ଏହାପରେ ଜଣେ ବାଇକ ଆରୋହି ଅନ୍ୟ ଜଣେ ବାଇକ ଆରୋହି ମାନସ ମେହେରଙ୍କୁ ଗୋଡେଇ ଗୋଡେଇ ମାଡ ମାରୁଥୁବା ଦେଖିବାକୁ ମିଳିଛି । ଏହା ପରେ ରାସ୍ତାରେ ଲୋକଙ୍କ ଭିଡ ଜମିଥିବା ମଧ୍ୟ ଦେଖିବାକୁ ମିଳିଛି ।

ନୂଆଁଖାଇରେ ଯୁବକଙ୍କୁ ହତ୍ୟା ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ନୂଆଁଖାଇ ପାଇଁ ଚାରିଆଡେ ଆନନ୍ଦ ଚାରିଆଡେ ଆନନ୍ଦ, ଉଲ୍ଲାସ ରହିଥିବାବେଳେ ଜିଲ୍ଲାର ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଥିଲା । ମାନସ ମେହେର ଓ ତାଙ୍କ ଜଣେ ବନ୍ଧୁ ବାଇକରେ ଜୁନାଗଡ଼ ସହରରୁ ଘରକୁ ଫେରୁଥିଲେ । ଏହି ସମୟରେ ନୂଆ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏହି ସମୟରେ ଅନ୍ୟ ବାଇକରେ ବସିଥିବା ଯୁବକମାନେ ଉତ୍ୟକ୍ତ ହୋଇ ମାନସକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ମାନସ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ଜୁନାଗଡ଼ ସରକାରୀ ଡାକ୍ତରଖାନା ଓ ପରେ ରାୟପୁରଙ୍କୁ ନିଆଯାଇଥିଲା । କିନ୍ତୁ ବାଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଯୁବକଙ୍କୁ ହତ୍ୟା ଘଟଣା, ଦୁଇ ଅଭିଯୁକ୍ତ ଗିରଫ

ପୋଲିସ ଏହି ମାମଲାରେ ତଦନ୍ତ କରି ସମ୍ପୃକ୍ତ ୨ ଜଣ ଯୁବକକୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଜୁନାଗଡ଼ ଥାନା ଅଞ୍ଚଳର ନାବାଳକ ହୋଇଥିବା ବେଳେ ଅନ୍ୟଜଣେ ନକଟିଗୁଡାର ରଞ୍ଜନ ଗୁରୁ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଅଧିକ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ପରିବାର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସେପଟେ ଦୁର୍ଘଟଣାର ସିସିଟିଭି ଫୁଟେଜ ଏବେ ଭାଇରାଲ ହୋଇଛି । ମୋବାଇଲ ରୁ ମୋବାଇଲକୁ ଘୁରିବୁଲିଛି ଏହି ଭାଇରାଲ ଭିଡିଓ । ଏହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ପରିବାର ଲୋକେ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବ ପରେ ପୋଲିସ ଘଟଣାକୁ ଗୁରୁତ୍ବ ଦେଇ ତଦନ୍ତ କରୁଛି । ମୃତ ମାନସ ଏବଂ ଗିରଫ ଅଭିଯୁକ୍ତ ମଧ୍ୟରେ ପୂର୍ବ ଶତୃତା ରହିଥିଲା କି ନା ଅନ୍ୟ କିଛି କାରଣ ରହିଛି ସେନେଇ ଖୋଳତାଡ଼ କରୁଛି । ଆବଶ୍ୟକ ହେଲେ ଜେଲରେ ଥିବା ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରା ଉଚୁରା କରିବା ନେଇ ଆଲୋଚନା ହେଉଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.