ETV Bharat / state

ଯୁବକଙ୍କୁ ହତ୍ୟା ଘଟଣା, ଦୁଇ ଅଭିଯୁକ୍ତ ଗିରଫ

author img

By

Published : Sep 4, 2022, 10:54 PM IST

accused arrested on young man murder case in kalahandi
ଯୁବକଙ୍କୁ ହତ୍ୟା ଘଟଣା, ଦୁଇ ଅଭିଯୁକ୍ତ ଗିରଫ

ନୂଆଁଖାଇରେ ଯୁବକଙ୍କୁ ହତ୍ୟା ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ନୂଆଁଖାଇ ଦିନ ଜଣେ ଯୁବକଙ୍କୁ ମରଣାନ୍ତକ କରାଯିବା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସୂଚନା ଥାଉକି, ମୃତ ଯୁବକ ହେଉଛନ୍ତି ବଳଦିଆମାଲ ଗ୍ରାମର ମାନସ ମେହେର । ମାନସ ଓ ତାଙ୍କ ଜଣେ ବନ୍ଧୁ ବାଇକରେ ଜୁନାଗଡ଼ ସହରରୁ ଘରକୁ ଫେରୁଥିବାବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା ।

ଏହି ସମୟରେ ଅନ୍ୟ ବାଇକରେ ବସିଥିବା ଯୁବକମାନେ ଉତ୍ୟକ୍ତ ହୋଇ ମାନସକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ମାନସ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜୁନାଗଡ଼ ସରକାରୀ ଡାକ୍ତରଖାନା ଓ ପରେ ରାୟପୁରଙ୍କୁ ନିଆଯାଉଥିବାବେଳେ ବାଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ନୂଆଁଖାଇରେ ଅଘଟଣ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପରିବାର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୨ ଜଣ ଯୁବକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଜୁନାଗଡ଼ ଥାନା ଅଞ୍ଚଳର ନାବାଳକ ହୋଇଥିବା ବେଳେ ଅନ୍ୟଜଣେ ନକଟିଗୁଡାର ରଞ୍ଜନ ଗୁରୁ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଅଧିକ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.