ETV Bharat / state

ନୂଆଁଖାଇରେ ଅଘଟଣ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

author img

By

Published : Sep 2, 2022, 8:30 PM IST

କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ସୂଚନା ଅନୁଯାୟୀ ଜୁନାଗଡ଼ ସହରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ନୂଆଁଖାଇରେ ଅଘଟଣ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ନୂଆଁଖାଇରେ ଅଘଟଣ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇରେ ଘଟିଛି ଅଘଟଣ । ଜୁନାଗଡ ସହରରେ ମାନସ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଯୁବକଙ୍କ ମୃତ୍ୟୁକୁ ନେଇ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପରିବାର ଲୋକ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।

ତେବେ ପଶ୍ଚିମ ଓଡିଶାର ଗଣପର୍ବ ବା କୃଷିଭିତ୍ତିକ ପର୍ବ ନୂଆଁଖାଇ। ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟାୟକ୍ରମରେ ନୂଆଁ ଖାଇଥାନ୍ତି । ପର୍ବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ଏହି ପର୍ବ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥାଏ । ଜିଲ୍ଲାରେ ମହାନ ଗଣପର୍ବ ନୂଆଁଖାଇ ସପ୍ତପୁରୀ ଅମାବାସ୍ୟା ଠାରୁ ଆରମ୍ଭ ହୋଇ ଦଶହରାର ଦଶମୀରେ ଶେଷ ହୋଇଥାଏ । ତେବେ ଏନେଇ କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ପାଇଁ ଚାରିଆଡେ ଆନନ୍ଦ ଚାରିଆଡେ ଆନନ୍ଦ, ଉଲ୍ଲାସ ରହିଥିବାବେଳେ ଜିଲ୍ଲାର ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଜୁନାଗଡ ସହରରେ ମାନସ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ,ମାନସ ଓ ତାଙ୍କର ଜଣେ ବାଇକରେ ଜୁନାଗଡ଼ ସହରରୁ ଘରକୁ ଫେରୁଥିବାବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଏହି ସମୟରେ ଅନ୍ୟ ବାଇକରେ ବସିଥିବା ଯୁବକ ମାନେ ଉତ୍ୟକ୍ତ ହୋଇ ମାନସକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମାନସ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜୁନାଗଡ଼ ସରକାରୀ ଡାକ୍ତରଖାନା ଓ ପରେ ରାୟପୁରଙ୍କୁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି।

ଅନ୍ୟପଟେ, ପରିବାର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଥାନାରେ ଅଭିଯୋଗ ଆଣିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ପରିବାର ଓ ସମ୍ପର୍କୀୟ ଲୋକେ ଜୁନାଗଡ଼ ଥାନାର ଦ୍ବାରସ୍ତ ହୋଇଛନ୍ତି। ତେବେ ଜୁନାଗଡ଼ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଦେଇଛି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.