ETV Bharat / state

ପ୍ରତିଶୃତି ରଖିଲାନି ବେଦାନ୍ତ ! କମ୍ପାନୀ ସମ୍ମୁଖରେ ଧାରଣାରେ ମୃତ ଶ୍ରମିକଙ୍କ ପରିବାର

author img

By ETV Bharat Odisha Team

Published : Dec 7, 2023, 6:00 PM IST

ପ୍ରତିଶୃତି ରଖିଲାନି ବେଦାନ୍ତ , କମ୍ପାନୀ ସମ୍ମୁଖରେ ଧାରଣା ଦେଲେ ମୃତ ଶ୍ରମିକଙ୍କ ପରିବାର
ପ୍ରତିଶୃତି ରଖିଲାନି ବେଦାନ୍ତ , କମ୍ପାନୀ ସମ୍ମୁଖରେ ଧାରଣା ଦେଲେ ମୃତ ଶ୍ରମିକଙ୍କ ପରିବାର

ବେଦାନ୍ତ କମ୍ପାନୀ ମାଳମାଳ ପ୍ରତିଶୃତି ଦେଇ ଠକି ଥିବା ଅଭିଯୋଗ । କମ୍ପାନୀରେ କାର୍ଯ୍ୟରତ ସମୟରେ ପ୍ରାଣ ହାରାଇଥିବା ଶ୍ରମିକଙ୍କ ପରିବାରକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ମୃତ ଶ୍ରମିକଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ

ପ୍ରତିଶୃତି ରଖିଲାନି ବେଦାନ୍ତ , କମ୍ପାନୀ ସମ୍ମୁଖରେ ଧାରଣା ଦେଲେ ମୃତ ଶ୍ରମିକଙ୍କ ପରିବାର

ଭବାନୀପାଟଣା: ବେଦାନ୍ତ ମୁଖ୍ୟ ଗେଟ୍ ସମ୍ମୁଖରେ ମହିଳାଙ୍କ ଧାରଣା । ଆଶା ଥିଲା କମ୍ପାନୀ ଆସିବ ଆମର ବିକାଶ ହେବ । ଅଞ୍ଚଳରେ ବିକାଶ ସହ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହେବ । ନିଯୁକ୍ତି ବଢ଼ିବ ଦାଦନ ହଟିବ । ଏଭଲି କିଛି ଆଶା ଓ ସ୍ୱପ୍ନ ନେଇ କମ୍ପାନୀ ହାତରେ ନିଜର ଭୀଟା ମାଟି ଟେକି ଦେଇଥିଲେ ଲୋକେ । କମ୍ପାନୀ ପ୍ରତିଶୃତି ଅନୁଯାୟୀ କିଛି ଲୋକଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରିଥିଲେ । ହେଲେ ସେହି ଶ୍ରମିକମାନଙ୍କ ମୃତ୍ୟୁ ପରେ କମ୍ପନୀ ଦେଇଥିବା ସମସ୍ତ ପ୍ରତିଶୃତି ଭୁଲିଯାଇଛି । ତେଣୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୃତକଙ୍କ ପରିବାର ଲୋକେ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗ଼ଡଠାରେ ଦୀର୍ଘ ୨୫ ବର୍ଷ ହେଲା ଗଢି ଉଠିଛି ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । କମ୍ପାନୀ ହେବା ସମୟରେ ଲୋକଙ୍କ ଜମି ଅଧିଗ୍ରହଣ ବେଳେ ପ୍ରତିଶ୍ରୁତି ଦେଇ ଜଗନ୍ନାଥ ପୁୁର, ବଳଭଦ୍ର ପୁର, ରେଙ୍ଗୋପାଲ, ବସନ୍ତ ପଡ଼ା, ନଙ୍ଗଲ ବେଡା ଆଦି ଗାଁର କିଛି ଯୁବକଙ୍କୁ କମ୍ପାନୀରେ ସିଧା ସଳଖ ନିଯୁକ୍ତି ମଧ୍ୟ ଦେଇଥିଲା କମ୍ପାନୀ । ହେଲେ ସେହି ଶ୍ରମିକମାନଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପବିବାରକୁ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ସୂଚନା ଅନୁଯାୟୀ ଗତ ୨୦୦୨ ମସିହାରେ ବେଦାନ୍ତ କମ୍ପାନୀରେ ପ୍ରାୟ ୬ ଟି ଗାଁର ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେହି ଶ୍ରମିକମାନେ କମ୍ପାନୀରେ କାମ କରିବା ସମୟରେ ବିଭିନ୍ନ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ଆଉ ସେହି ସମୟରେ ମୃତ ଶ୍ରମିକଙ୍କ ପରିବାରର ଜଣକୁ କମ୍ପାନୀ ସିଧା ସଳଖ ନିଯୁକ୍ତି ଓ ପେନସନ ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ହେଲେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ଦାବି ପୂରଣ ବର୍ତ୍ତମାନ ସୁଦ୍ଧା ହୋଇପାରି ନାହିଁ । ବାରମ୍ବାର ଏନେଇ କମ୍ପାନୀ କର୍ତ୍ତୁପକ୍ଷକୁ ଅନୁରୋଧ କରିବା ପରେ ମଧ୍ୟ କେହି କର୍ଣ୍ଣପାତ ରକରୁନଥିବା ଅଭିଯୋଗ ହୋଇଛି । ସେହିଭଳି ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ଦାବି କରି ନୟାନ୍ତ ହୋଇ ପଡ଼ିବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୃତ ଶ୍ରମିକଙ୍କ ପରିବାର ।

ଏହା ମଧ୍ୟ ପଢନ୍ତୁ....ମନମୁଖୀ କାର୍ଯ୍ୟକଳାପ ନେଇ ବିଦ୍ୟୁତ କର୍ମଚାରୀ ମହାସଂଘର ଗଣଧାରଣା

ଆନ୍ଦୋଳନକାରୀ ଦୀର୍ଘ ୩ ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ନ ଶୁଣିବାରୁ ଶେଷରେ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି । ଦାବି ପୂରଣ ନହେବେ ପର୍ଯ୍ୟନ୍ତ ବେଦାନ୍ତ ସମ୍ମୁଖରେ ଆମରଣ ଅନଶନରେ ବସି ରହିବେ ବୋଲି ମୃତ ଶ୍ରମିକଙ୍କ ପରିବାର ଲୋକେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.