ETV Bharat / state

କଳାହାଣ୍ଡିରେ ନାବାଳିକାକୁ ଗଣଦୁଷ୍କର୍ମ, ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Dec 24, 2023, 7:28 AM IST

Minor Girl Gang Raped: ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଆଗକୁ ପଢ଼ନ୍ତୁ

ନାବାଳିକାକୁ ଗଣଦୁଷ୍କର୍ମ
ନାବାଳିକାକୁ ଗଣଦୁଷ୍କର୍ମ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲଜ୍ୟା । ଭବାନୀପାଟଣା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । କିଛି ଦୁର୍ବୃତ୍ତ ନାବାଳିକାଙ୍କୁ ଏକ ଜଙ୍ଗଲ ମଧ୍ୟକୁ ଟେକି ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଜୁନାଗଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହି ପାଶବିକତା ଭିଆଇଥିବା ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ପୋଲିସ ଛାନଭିନ୍ କରୁଛି । ସେପଟେ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡିତା ନାବାଳିକା ।

ଅଭିଯୋଗ ଅନୁସାରେ, ପୀଡ଼ିତା ଜଣକ ଜୁନାଗଡ ବ୍ଳକ ଅନ୍ତର୍ଗତ କନ୍ଧବ୍ରାହ୍ମଣୀଗୁଡା ଗାଁର ନିଜ ସମ୍ପର୍କୀୟ ଘରକୁ ବୁଲିବାକୁ ଯାଇଥିଲେ । ରାତିରେ ସେ ହାତ ଧୋଇବା ପାଇଁ ବାହାରକୁ ଆସିଥିଲେ । ସେହି ସମୟରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କୁ ନିକଟସ୍ଥ ଏକ ଜଙ୍ଗଲକୁ ଟେକି ନେଇଥିଲେ । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାକୁ ପୀଡିତା ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ । ଏହାପରେ ପୀଡିତା ମରି ଯାଇଥିବା ଭାବି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ସମ୍ପର୍କରେ କଳଙ୍କ ଲଗାଇଲା ସଇତାନ ମାମୁଁ, 10 ବର୍ଷୀୟ ଭାଣେଜୀକୁ କଲା ଦୁଷ୍କର୍ମ

ସକାଳୁ ସ୍ଥାନୀୟ ଲୋକେ ନାବାଳିକାଙ୍କୁ ମୂର୍ମୂଷୁ ଅବସ୍ଥାରେ ପଡିଥିବା ଦେଖିଥିଲେ । ଏନେଇ ସେମାନେ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ଜୁନାଗଡ ଥାନକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ନାବାଳିକାଙ୍କୁ ପଚରାଉଚରା କରିବା ପରେ ତଦନ୍ତ ଆରମ୍ଭ କରିଛି । ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିଛି । ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଅନ୍ୟପଟେ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନାବାଳିକାଙ୍କ ପରିବାର ଲୋକେ ଦାବି କରିଛନ୍ତି । ତେବେ ଅଭିଯୁକ୍ତ ସେହି ଗାଁର ଜଗା ଗହୀର ଓ ତାଙ୍କର ୫ ଜଣ ବନ୍ଧୁ ବୋଲି ଜଣାପଡିଛି । ରାଜ୍ୟରେ ଦୁଷ୍କର୍ମ ଘଟଣା ବଢ଼ି ଚାଲିଛି । ଯୁବତୀଙ୍କ ଠାରୁ ନେଇ ଛୋଟ ନିର୍ବୋଧ ଶିଶୁ ଶିକାର ହେଉଛନ୍ତି ଏହିଭଳି ଜଘନ୍ୟ ଅପରାଧର ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.