ETV Bharat / state

ଦିନକ ପରେ ନୂଆଁଖାଇ, ପାରମ୍ପରିକ ବାଦ୍ୟ ନୃତ୍ୟରେ ଦୁଲୁକିବ ପଶ୍ଚିମ ଓଡିଶା

author img

By

Published : Aug 30, 2022, 2:17 PM IST

ଦିନକ ପରେ ନୂଆଁଖାଇ, ପାରମ୍ପରିକ ବାଦ୍ୟ ନୃତ୍ୟରେ ଦୁଲୁକିବ ପଶ୍ଚିମ ଓଡିଶା
ଦିନକ ପରେ ନୂଆଁଖାଇ, ପାରମ୍ପରିକ ବାଦ୍ୟ ନୃତ୍ୟରେ ଦୁଲୁକିବ ପଶ୍ଚିମ ଓଡିଶା

ଗଣପର୍ବ ନୂଆଁଖାଇ ପାଖେଇ ଆସୁଥିବାରୁ ଉତ୍ସବମୁଖର ପଶ୍ଚିମ ଓଡିଶାର ପୁରଠୁ ପଲ୍ଲୀ । ଦୁଇ ବର୍ଷ ହେଲା ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଗଣପର୍ବ ପାଳନ କରାଯାଉଥିଲା । ମାତ୍ର ଚଳିତ ଥର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠିବ ମଞ୍ଚ । ଏନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଅଧିକ ପଢନ୍ତୁ

ଭବାନୀପାଟଣା: ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ(Nuakhai) । ପାରମ୍ପରିକ ବାଦ୍ୟଯନ୍ତ୍ରରେ ଦୁଲୁକିବ ନୂଆଁ ଖାଇ ମଞ୍ଚ । ଏନେଇ କଳାହାଣ୍ଡି ଜିଲ୍ଲାର ପୁରଠୁ ପଲ୍ଲୀ ଉତ୍ସବର ମାହୋଲ । ପ୍ରତି ବର୍ଷ ନୂଆଁଖାଇକୁ ବେଶ ଉତ୍ସାହର ସହ ଅନାଇ ବସିଥାନ୍ତି ପଶ୍ଚିମ ଓଡିଶାବାସୀ(western odisha) । ନୂଆଁଖାଇ ଦିନ ନବାନ୍ନ ଲାଗି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭେଟ୍‍ଘାଟ୍‍ ଆରମ୍ଭ ହେବ । ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠେ ମଞ୍ଚ ଓ ବାଦ୍ୟର ତାଳେ ତାଳେ ପାଦରେ ପାଦ ମିଳାଇ ନାଚିବେ କଳାକାର । ଏନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ।

ଦିନକ ପରେ ନୂଆଁଖାଇ, ପାରମ୍ପରିକ ବାଦ୍ୟ ନୃତ୍ୟରେ ଦୁଲୁକିବ ପଶ୍ଚିମ ଓଡିଶା

କୋରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଗଣପର୍ବ ପାଳନ କରାଯାଉଥିଲା । ଯାହା କଳାକାରଙ୍କ ପାଦରେ ବେଡି ପକାଇବା ସହ ନୂଆଁ ଖାଇକୁ ପୁରା ଫିକାପକାଇ ଦେଇଥିଲା । କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଭେଟଘାଟରେ ରସର୍‍କେଲି, ଡାଲ୍‍ଖାଇ, ମାଏଲାଜଡ, ଚଟ୍‍କୁ ଚୁଟା ଓ ଢାପ୍‍ ଗୀତର ତାଳେ ତାଳେ ମତୁଆଲା ହେବ ପଶ୍ଚିମ ଓଡିଶାବାସୀ ।

ଏହା ମଧ୍ୟ ପଢନ୍ତୁ-ନୂଆଁ ଖାଇଲେ ପଥର୍ଲାବାସୀ, ଘୁମୁରା ବାଦ୍ୟରେ କମ୍ପିଲା ଗାଁ ଦାଣ୍ତ

ଏନେଇ ନୂଆଁ ଖାଇ ପୂର୍ବରୁ ଗଣ୍ଡାବାଜା ସାଙ୍ଗକୁ ପାରମ୍ପରିକ ବେଶଭୂଷାରେ ନୃତ୍ୟ ପ୍ରସ୍ତୁତି ଚଲାଇଛନ୍ତି କଳାକାର । ନୂଆଁ ଖାଇରେ ନୃତ୍ୟ ପରିବେଷଣ ନେଇ କଳାକାର ମାନେ ବେଶ ଖୁଶିଥିବାବେଳେ, କଳାହାଣ୍ଡିର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ବାରା ପ୍ରସ୍ତୁତି ଜୋରଦାର ଚାଲିଛି ।

ଏକତାର ପର୍ବ ନୂଆଁଖାଇ, ପର୍ଯ୍ୟାୟକ୍ରମେ ନୂଆ ଖାଇବେ କଳାହାଣ୍ଡିବାସୀ

ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୁଏ । ପୁଣି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ନିକଟରେ ନବାନ୍ନ ଲାଗି ହୋଇ ସମସ୍ତ ଗଡ଼ଜାତ ଅଞ୍ଚଳରେ ପାଳନ ହୋଇଥାଏ । ସପ୍ତପୂରୀ ଅମାବାସ୍ୟା ପରଦିନ ନିଜ ଗ୍ରାମର ଇଷ୍ଟ ଦେବୀଙ୍କ ନିକଟରେ ପୂଜାପାଠ ପରେ ନବାନ୍ନ ଲାଗି କରାଯାଏ । ଏହାପରେ ଗାଁରେ ପାଳିତ ହୁଏ ନୂଆଁଖାଇ ।

ଜିଲ୍ଲାର ଗ୍ରାମ ଗୁଡିର ପ୍ରତି ଘରେ ଘେରେ ପରିବାର ସଦସ୍ୟ ଏକାଠି ବସି ନୂଆଁଖାଇଥାନ୍ତି । ଏହାପରେ ଆରମ୍ଭ ହୋଇଥଏ ଜୁହାର ଭେଟର ପର୍ବ । ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ଏହାପରେ ଜମେ ନାଚଗୀତର ଆସର । ଢୋଲ, ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠେ ଗାଁ ମାଟି । ବାଦ୍ୟର ତାଳେ ତାଳେ ପାଦରେ ପାଦ ମିଳାଇ ନାଚି ଥାନ୍ତି ।

ପୂର୍ବରୁ ନୂଆଁଖାଇ ଆସିଲେ ଜିଲ୍ଲା ଓ ରାଜ୍ୟ ବାହାରେ ଥିବା ପ୍ରତ୍ୟେକ ଲୋକେ ନିଜ ଘରକୁ ବାହୁଡି ଥାନ୍ତି । ତେବେ ଚଳିତ ବର୍ଷ ନୂଆଁ ଖାଇକୁ ଟିକିଏ ନାଚ ଗୀତର ରଙ୍ଗରେ ରଙ୍ଗେଇ ଦେବା ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ନୂଆଖାଇ ଭେଟଘାଟ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.