ETV Bharat / state

ନୂଆଁ ଖାଇଲେ ପଥର୍ଲାବାସୀ, ଘୁମୁରା ବାଦ୍ୟରେ କମ୍ପିଲା ଗାଁ ଦାଣ୍ତ

author img

By

Published : Aug 29, 2022, 3:07 PM IST

ନୂଆଁ ଖାଇଲେ ପଥର୍ଲାବାସୀ, ଘୁମୁରା ବାଦ୍ୟରେ କମ୍ପିଲା ଗାଁ ଦାଣ୍ତ
ନୂଆଁ ଖାଇଲେ ପଥର୍ଲାବାସୀ, ଘୁମୁରା ବାଦ୍ୟରେ କମ୍ପିଲା ଗାଁ ଦାଣ୍ତ

ପଶ୍ଚିମ ଓଡିଶାରେ ଅନେକ ଅଞ୍ଚଳରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଏ ପର୍ବ ପାଳନ କରାଯାଇଥାଏ । ନୂଆଁଖାଇ ପର୍ବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ଏହି ପର୍ବ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ । ଅଧିକ ପଢନ୍ତୁ

ଭବାନୀପାଟଣା : ନୂଆଁଖାଇ ପର୍ବ ଅତି ନିଆରା ଓ ସ୍ବତନ୍ତ୍ରତା । ଏହା ଆଜି ପୁଣିଥରେ ପ୍ରମାଣିତ ହୋଇଛି କଳାହାଣ୍ଡିର ପଥର୍ଲା ଗାଁର ପ୍ରତି ଘରେ ଓ ପରିବାରରେ । ସବୁ ମନୋମାଳିନ୍ୟ ଭୁଲି ଏକାଠି ନୂଆ ଖାଇଛନ୍ତି ପଥର୍ଲାଗାଁର ଆବାଳବୃଦ୍ଧ ବନିତା । ପଶ୍ଚିମ ଓଡିଶାରେ ଅନେକ ଅଞ୍ଚଳରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଏ ପର୍ବ ପାଳନ କରାଯାଏ । ପର୍ବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ଏହି ପର୍ବ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ । ଜିଲ୍ଲାରେ ମହାନ ଗଣପର୍ବ ନୂଆଖାଇ ସପ୍ତପୁରୀ ଅମାବାସ୍ୟା ଠାରୁ ଆରମ୍ଭ ହୋଇ ଦଶହରାର ଦଶମୀରେ ଶେଷ ହୋଇଥାଏ । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି ।

ନୂଆଁ ଖାଇଲେ ପଥର୍ଲାବାସୀ, ଘୁମୁରା ବାଦ୍ୟରେ କମ୍ପିଲା ଗାଁ ଦାଣ୍ତ

ପ୍ରଥମେ ଗାଁରେ ସଭା ହୋଇ ନବାନ୍ନ ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୁଏ । ସପ୍ତପୁରୀ ଅମାବାସ୍ୟା ପର ଦିନ ଅର୍ଥାତ ଆଜି ଜିଲ୍ଲାର କେସିଙ୍ଗ ଅଞ୍ଚଳର ପଥର୍ଲା, ବାହାଦୁରପଦର, ପଲସାପଡା ଅଞ୍ଚଳର ଲୋକେ ନବାନ୍ନ ଭକ୍ଷଣ କରିଛନ୍ତି । ଗ୍ରାମବାସୀ ନୂଆ ଚୁଡା, ଗୁଡ, ଧାନ ସଂଗ୍ରହ କରି ସପ୍ତପୂରୀ ଅମାବାସ୍ୟା ପରଦିନ ନିଜ ଗ୍ରାମର ଇଷ୍ଟ ଦେବୀଙ୍କ ନିକଟରେ ପୂଜାପାଠ ପରେ ନବାନ୍ନ ଲାଗି କରାଯାଏ । ଏହାପରେ ଗାଁରେ ପାଳିତ ହୁଏ ନୂଆଁଖାଇ । ଗାଁର ପ୍ରତିଟି ଘରେ ପରିବାରର ସମସ୍ତଲୋକ ଏକାଠି ବସି ନୂଆଁଖାଇ ଥାନ୍ତି । ଏହାପରେ ଆରମ୍ଭ ହୋଇଥଏ ଜୁହାର ଭେଟର ପର୍ବ । ସାନମାନେ ମଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ଏହାପରେ ଜମେ ଖେଳକୁଦ, ନାଚଗୀତର ଆସର । ଢୋଲ,ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠେ ଗାଁ ମାଟି । ବାଦ୍ୟର ତାଳେ ତାଳେ ପାଦରେ ପାଦ ମିଳାଇ ନାଚି ଥାନ୍ତି । ଆଉ ଗାଁ ଲୋକଙ୍କ ନାଚରେ ଦୁଲୁକି ଉଠିଥିଲା ଗାଁ ଦାଣ୍ତ । ପୂର୍ବରୁ ନୂଆଁଖାଇ ଆସିଲେ ଜିଲ୍ଲା ଓ ରାଜ୍ୟ ବାହାରେ ଥିବା ପ୍ରତ୍ୟେକ ଲୋକେ ନିଜ ଘରକୁ ବାହୁଡି ଥାନ୍ତି । ଆଉ ରୋଜଗାର କରିଥିବା ଅର୍ଥକୁ ଧରି ଗାଁକୁ ଫେରି ବନ୍ଧୁ ବାନ୍ଧବ ପରିବାର ବର୍ଗଙ୍କ ସହ ମିଶି ନୂଆଁଖାଇଥାନ୍ତି । ପରିବାର ପରିଜନଙ୍କ ସହ ଖୁସିରେ ଦିନଟି କଟିଥାଏ ।

ଏହାବି ପଢନ୍ତୁ: ଏକତାର ପର୍ବ ନୂଆଁଖାଇ, ପର୍ଯ୍ୟାୟକ୍ରମେ ନୂଆ ଖାଇବେ କଳାହାଣ୍ଡିବାସୀ

ସୂଚନା ଥାଉକି, ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୁଏ । ପୁଣି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ନିକଟରେ ନବାନ୍ନ ଲାଗି ହୋଇ ସମସ୍ତ ଗଡ଼ଜାତ ଅଞ୍ଚଳରେ ପାଳନ ହୋଇଥାଏ । ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୯ଟା ୧୫ ମିନିଟରୁ ୧୦ଟା ସମୟ ମଧ୍ୟରେ କଳାହାଣ୍ଡିର ଆରାଧ୍ୟଦେବୀ ମା' ମାଣିକେଶ୍ବେରୀଙ୍କ ଠାରେ ନବାନ୍ନ ଲାଗି ହେବ । ପରେ ଦିନ ୧୧ ଘଟିକା ରୁ ୧୨ ଘଟିକା ୪୮ ମିନିଟ ମଧ୍ୟରେ ସର୍ବସାଧାରଣ ନୂଆଁଖାଇ ପାଳନ କରିବା ନେଇ ଧାର୍ଯ୍ୟ ହୋଇଛି ସମୟ ।

ଇଟିଭି ଭାରତ, କଳାହାଣ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.