ETV Bharat / state

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଦୁର୍ନୀତି, ଗୋଲାମୁଣ୍ଡାରେ ଚାଷୀଙ୍କ ଧାରଣା

author img

By

Published : Oct 1, 2022, 12:00 PM IST

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଦୁର୍ନୀତି ଅଭିଯୋଗ, ଗୋଲାମୁଣ୍ଡା ବ୍ଲକରେ ଚାଷୀଙ୍କ ଧାରଣା
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଦୁର୍ନୀତି ଅଭିଯୋଗ, ଗୋଲାମୁଣ୍ଡା ବ୍ଲକରେ ଚାଷୀଙ୍କ ଧାରଣା

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଶତାଧିକ ଚାଷୀ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଘେରାଉ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଶତାଧିକ ଚାଷୀ ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଦୁର୍ନୀତି ଅଭିଯୋଗ, ଗୋଲାମୁଣ୍ଡା ବ୍ଲକରେ ଚାଷୀଙ୍କ ଧାରଣା

ମରୁଡି ସମୟରେ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସଙ୍କଟ ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଣୟନ କରିଥିଲେ । ହେଲେ ପ୍ରକୃତରେ ଚାଷୀଙ୍କ କାମରେ ଆସୁନି ସରକାରଙ୍କ ଏହି ଯୋଜନା । ବାରମ୍ବାର ଚାଷୀ ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ ମିଳି ପାରୁନାହିଁ କ୍ଷତିପୂରଣ ସହାୟତା । ଯାହାକୁ ନେଇ ଚାଷୀ ଏବେ ଆନ୍ଦୋଳନ ମୁହାଁ ହୋଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାରେ ବିଗତ ୨୦୨୦-୨୧ ବର୍ଷରେ ଗୋଲାମୁଣ୍ଡା ବ୍ଲକରେ ବର୍ଷା ଅଭାବ ଯୋଗୁଁ ଚାଷୀମାନଙ୍କ ଧାନ ଫସଲ ବ୍ୟାପକ ନଷ୍ଟ ହୋଇଥିଲା । ନଷ୍ଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଆବେଦନ କରିଥିଲେ । ହେଲେ ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାରେ ଟାଳଟୁଳ ନୀତି କରାଯାଇଥିବା ଅଭିଯୋଗ ହୋଇଛି ।

ଫଳରେ ଗତକାଲି (ଶୁକ୍ରବାର) କ୍ଷତିପୂରଣ ଦାବିରେ ଚାଷୀ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଶତାଧିକ ଚାଷୀ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ଏନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଯଥା ଶୀଘ୍ର ପ୍ରଶାସନ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି । ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.