ETV Bharat / state

ଲାଞ୍ଚ ମାମଲାରେ ଜୁନାଗଡ ତହସିଲର ପୂର୍ବତନ କିରାଣୀଙ୍କୁ ଜେଲ୍

author img

By

Published : Dec 15, 2022, 7:32 AM IST

ଲାଞ୍ଚ ମାମଲାରେ ଜୁନାଗଡ ତହସିଲର ପୂର୍ବତନ କିରାଣୀଙ୍କୁ ଜେଲ୍
ଲାଞ୍ଚ ମାମଲାରେ ଜୁନାଗଡ ତହସିଲର ପୂର୍ବତନ କିରାଣୀଙ୍କୁ ଜେଲ୍

ଲାଞ୍ଚ ମାମଲାରେ ଜୁନାଗଡ ତହସିଲର ପୂର୍ବତନ କିରାଣୀଙ୍କୁ ଜେଲ୍ । ଲାଞ୍ଚ ମାଗିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅଧିକ ପଢନ୍ତୁ

ଭବାନୀପାଟଣା: ଲାଞ୍ଚ ମାମଲାରେ ଜୁନାଗଡ଼ ତହସିଲର ପୂର୍ବତନ ବରିଷ୍ଠ କିରାଣୀ ତଥା ଧର୍ମଗଡ ବ୍ଳକ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେଭଲପମେଣ୍ଟ ବିଭାଗର କିରାଣୀ ଘନଶ୍ୟାମ ମେହେର ଦଣ୍ଡିତ ହୋଇଛନ୍ତି । କଳାହାଣ୍ଡି ଭିଜିଲାନ୍ସ କୋର୍ଟ ତାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଜମିଜମା ସଂପର୍କିତ ମାପ ସକାଶେ ରାଜସ୍ବ ନିରୀକ୍ଷକଙ୍କୁ ଚିଠି ପଠାଇବା ପାଇଁ ଘନଶ୍ୟାମ ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଇଥିଲେ । ଏହା ପ୍ରମାଣିତ ହେବା ପରେ ବୁଧବାର କୋର୍ଟ ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ଘନଶ୍ୟାମ ମେହେର ଜୁନାଗଡ଼ ତହସିଲରରେ ବରିଷ୍ଠ କିରାଣୀ ରୂପେ କାର୍ଯ୍ୟରତ ଥିଲେ । ସେହି ସମୟରେ ଜୁନାଗଡ ତହସିଲଦାରଙ୍କ ଦ୍ବାରା ଜାରି କରାଯାଇଥିବା ଜମି ମାପ ସମ୍ପର୍କିତ ଏକ ଚିଠିକୁ କୁଲିହାରୀ ରାଜସ୍ବ ନିରୀକ୍ଷକଙ୍କୁ ପ୍ରେରଣ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରା ପଡିଥିଲେ । ଏନେଇ କୋରାପୁଟ ଭିଜିଲାନ୍ସ ଡିଭିଜନ କେସ୍ ନଂ ୪୮ ତା ୧୦/୯/୨୦୧୫ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିଥିଲା । ପୂର୍ବତନ ଡିଏସପି ଏ.କେ ମାଝୀ ଓ ଅଶ୍ଵିନୀ କୁମାର ସାହୁ ଏହି ମାମଲାର ତଦନ୍ତ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଲାଞ୍ଚ ନେଉଥିଲେ ବେଗୁନିଆ ତହସିଲଦାର, ଧରିଲା ଭିଜିଲାନ୍ସ

ବୁଧବାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଭବାନୀପାଟଣା ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ଅଭିଯୁକ୍ତ ମେହେରଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ୍ ଦଣ୍ଡ ସହ ଧାରା ୧୩(୨) ଅନୁଯାୟୀ ପୁଣି ୬ ମାସ କାରାଦଣ୍ଡାଦେଶ ଓ ୫୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ୧ ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ମେହେରଙ୍କୁ ଚାକିରିରୁ ବହିଷ୍କାର ପାଇଁ ଭିଜିଲାନ୍ସ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.