ETV Bharat / state

ଲାଞ୍ଚ ନେଉଥିଲେ ବେଗୁନିଆ ତହସିଲଦାର, ଧରିଲା ଭିଜିଲାନ୍ସ

author img

By

Published : Dec 14, 2022, 11:03 PM IST

ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲଦାର । ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ । ଅଧିକ ପଢ଼ନ୍ତୁ

Begunia tehsildar arrested by vigilance while taking bribe
ଲାଞ୍ଚ ନେଉଥିଲେ ବେଗୁନିଆ ତହସିଲଦାର, ଧରିଲା ଭିଜିଲାନ୍ସ

ଲାଞ୍ଚ ନେଉଥିଲେ ବେଗୁନିଆ ତହସିଲଦାର, ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା: ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ । ଜମିର କିସମ ପରିବର୍ତ୍ତନ ପାଇଁ ଏହି ଲାଞ୍ଚ ନେଉଥିଲେ ତହସିଲଦାର ବାବୁ । ଦୁର୍ନୀତିକୁ ରୋକିବା ପାଇଁ ସରକାର ଗୋଟିଏ ପଟେ ୫ଟି ଆଉ ମୋ ସରକାରର ନାରା ଦେଉଥିବା ବେଳେ ଦୁର୍ନୀତି କିନ୍ତୁ କମିବାରେ ନାଁ ଧରୁନାହିଁ ।

ପ୍ରତିଦିନ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ଜାଲ ରେ ପଡ଼ୁଛନ୍ତି । ଜଣେ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲଦାରଙ୍କ ପାଖକୁ ଆସିଥିଲେ । ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବା ପରେ ମଧ୍ୟ କାମ ହୋଇପାରୁନଥିଲା । ତେବେ ସରକାରୀ କାମ କରାଇ ଦେବାକୁ ୪୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ତହସିଲଦାର ପୃଥ୍ବୀରାଜ ମଣ୍ଡଳ । ଏହାକୁ ନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ନିକଟର ଅଭିଯୋଗ କରିଥିଲେ ।

ଏହାପରେ ଯୋଜନା ମୁତାବକ ଆଜି ବ୍ୟକ୍ତି ଜଣକ ତହସିଲଦାରଙ୍କୁ ଲାଞ୍ଚ ଦେଉଥିବା ଧରିଛି ଭିଜିଲାନ୍ସ ବିଭାଗ । ତହସିଲଦାରଙ୍କୁ ନେଇ ବେଗୁନିଆ ତହସିଲ କାର୍ଯ୍ୟାଳୟର ବିଭନ୍ନ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.