ETV Bharat / state

ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା, ଆଲୋକମାଳାରେ ଝଲସୁଛି ଭବାନୀପାଟଣା ସହର

author img

By

Published : Oct 3, 2022, 12:42 PM IST

ଆଲୋକ ମାଳାରେ ଝଲସୁଛି ସହର, ସେପଟେ ମଣ୍ଡପରେ ପୂଜା ପାଉଛନ୍ତି ଜଗଜନନୀ ମା ଦୁର୍ଗା
ଆଲୋକ ମାଳାରେ ଝଲସୁଛି ସହର, ସେପଟେ ମଣ୍ଡପରେ ପୂଜା ପାଉଛନ୍ତି ଜଗଜନନୀ ମା ଦୁର୍ଗା

କଟକଣା ମୁକ୍ତ ଦୁର୍ଗା ପୂଜା ହେଉଥିବାବାରୁ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର । ପୂଜା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆକର୍ଷଣୀୟ ମେଢ ସାଙ୍ଗକୁ ସୁସଜ୍ଜିତ ତୋରଣ ଓ ଆଖି ଝଲସା ଆଲୋକମାଳାରେ ନବବଧୂ ପରି ସଜେଇ ହୋଇଛି ସହର । ଅଧିକ ପଢନ୍ତୁ

କଳାହାଣ୍ଡି: ଆସିଛି ପାର୍ବଣ ଋତୁ । ଧରାବତରଣ କରିଛନ୍ତି ଜଗତ ଜନନୀ ମା' ଦୁର୍ଗା । ଏନେଇ ଚାରିଆଡେ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗା ପୂଜା ହେଉଥିବାବାରୁ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର । ପୂଜା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆକର୍ଷଣୀୟ ମେଢ ସାଙ୍ଗକୁ ସୁସଜ୍ଜିତ ତୋରଣ ଓ ଆଖି ଝଲସା ଆଲୋକମାଳାରେ ନବବଧୂ ପରି ସଜେଇ ହୋଇଛି ଭବାନୀପାଟଣା ସହର । ଚଳିତ ବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ପ୍ରଦର୍ଶିତ ହୋଇଛି ରାଷ୍ଟ୍ରପତି ଭବନ ।

ଆଲୋକ ମାଳାରେ ଝଲସୁଛି ସହର, ସେପଟେ ମଣ୍ଡପରେ ପୂଜା ପାଉଛନ୍ତି ଜଗଜନନୀ ମା ଦୁର୍ଗା

ଚଳିତ ବର୍ଷ ଭବାନୀପାଟଣା ସହରର ବିବିସିପଡା ପୂଜା କମିଟି, ଜନତା ପୂଜା କମିଟି, ପ୍ରଦେଶୀପଡା ପୂଜା କମିଟି ଓ ନକଟିଗୁଡା ପୂଜା କମିଟି ଭଳି ଛୋଟ ବଡ ୧୦ଟି ପୂଜା ମଣ୍ଡପରେ ପ୍ରସ୍ତୁତ ହୋଇଛି ଆକର୍ଷଣୀୟ ମେଢ ଓ ତୋରଣ । ଏଥିସହ ମା'ଙ୍କର ଜୀବନ୍ତ ପ୍ରାୟ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି । ଏଥିସହ ସୁସଜ୍ଜିତ ଆଲୋକମାଳାରେ ଝଲସି ଉଠୁଛି ସାରା ଭବାନୀପାଟଣା ସହର । ଏସବୁ ଭିତରେ ଶ୍ରଦ୍ଧାଳୁ ଓ ଦର୍ଶକମାନଙ୍କ ପାଇଁ ମୀନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

ତେବେ ଏନେଇ ପୂଜା କମିଟି ପକ୍ଷରୁ ୭ ଦିନବ୍ୟାପୀ ମନୋରଞ୍ଜନ ପାଇଁ ମେଲୋଡି, ମୀନା ବଜାର ଓ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଛି । ଏ ସବୁକୁ ନେଇ କମିଟିର କର୍ମକର୍ତ୍ତା ମଧ୍ୟ ବେଶ ଉତ୍ସାହିତ । କାରଣ ଗତ ଦୁଇବର୍ଷ କୋଭିଡ କଟକଣା କାରଣରୁ ବିନା ଭକ୍ତରେ ପୂଜା ଅନୁଷ୍ଠିତ ହୋଇଥିଲା । ସୀମିତ ସଂଖ୍ୟକ ସଦସ୍ୟଙ୍କ ଅଂଶଗ୍ରହଣରେ କେବଳ ନୀତିକାନ୍ତି ରକ୍ଷା ହୋଇଥିଲା । ମାତ୍ର ଚଳିତ ଥର କଟକଣା ମୁକ୍ତ ପୂଜାକୁ ଅନୁମତି ମିଳିଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ- ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଉତ୍ସବମୁଖର କଳାହାଣ୍ଡି ଜିଲ୍ଲା

ଏନେଇ ଜନତା ଦୁର୍ଗା ପୂଜା କମିଟି ସଭାପତି ଧୀରେନ ପଟ୍ଟନାୟକ କହିଛନ୍ତି, "ବିଗତ ଦୁଇବର୍ଷର କୋଭିଡ କଟକଣା ପରେ ବହୁତ ଧୁମଧାମରେ ପୂଜାକୁ ପାଳନ କରୁଛୁ । ବର୍ଷା ସତ୍ତ୍ବେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.