ETV Bharat / state

ଗୁଣି ଗାରେଡ଼ି ସନ୍ଦେହ, ବଡ଼ ଭାଇର ଜୀବନ ନେଲା ସାନ ଭାଇ !

author img

By ETV Bharat Odisha Team

Published : Oct 2, 2023, 10:37 PM IST

Kalahandi murder
Kalahandi murder

ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ଗୁଣି ଗାରେଡ଼ି ସନ୍ଦେହରେ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ । ଅଧିକ ପଢନ୍ତୁ

ଗୁଣି ଗାରେଡ଼ି ସନ୍ଦେହ, ବଡ଼ ଭାଇକୁ ସାନ ଭାଇର ହତ୍ୟା ଅଭିଯୋଗ

ଭବାନୀପାଟଣା: ବିଜ୍ଞାନ ଯେତେ ଆଗଉ ନା କାହିଁକି ଆଜି ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ରହିଛି ସମାଜ । ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ବଡ଼ ଭାଇକୁ ସାନଭାଇ ଓ 2 ପୁତୁରା ଧାରୁଆ ଅସ୍ତ୍ରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହେଉଛି । ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡା ଗାଁରେ ଘଟିଛି ।

ଗୁଣି ଗାରେଡିକୁ ସନ୍ଦେହ କରି ବଡ଼ଭାଇ ଜଳ ନାଏକଙ୍କୁ ତାଙ୍କ ସାନଭାଇ ପ୍ରଦେଶ ନାଏକ ଓ ୨ ପୁତୁରା ନକୁଳ, ସହଦେବ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ମୃତକଙ୍କ ପୁତୁରା ମାଲକୁନ୍ଦୁ ନାଏକ ଭବାନୀପାଟଣା ସଦର ଥାନାରେ ଲିଖତ ଅଭିଯୋଗ କରିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ଏହା ବି ପଢନ୍ତୁ- ଭୂତ ଭୟରେ ଭୟଭୀତ ଗ୍ରାମବାସୀ, ସଚେତନ କରାଉଛି ପ୍ରଶାସନ

ଅଭିଯୁକ୍ତମାନଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ ଗୁଣିଗାରେଡିକୁ ନେଇ ପୂର୍ବରୁ ଅନେକ ଥର ୨ ଭାଇଙ୍କ ମଧ୍ୟରେ ଝଗଡ଼ା ହେଇଆସୁଥିଲା । ବଡ଼ଭାଇ ଜଳ ନିଜ ଚାଷ ଜମିକୁ ଯାଉଥିଲେ । ଏହି ସମୟରେ ଜଳଙ୍କ ସାନଭାଇ ପ୍ରଦେଶ ଓ ତାଙ୍କ ଦୁଇ ପୁଅ ନକୁଳ ଓ ସହଦେବ ମିଶି ଏକ ଧାରୁଆ ଅସ୍ତ୍ରରେ ପଛପଟୁ ଆକ୍ରମଣ କରିଥିଲେ । ପରେ ସେ ପଡ଼ିଯିବାରୁ ୩ ଜଣ ଅଭିଯୁକ୍ତ ମିଶି ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିବା ଅଭିଯୋଗ ହୋଇଛି ।

ପରେ ଚିତ୍କାର ଶୁଣି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ୩ ବାପପୁଅଙ୍କୁ ଅଟକ ରଖି ସଦର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ସାହାଯ୍ୟରେ ମୃତଦେହ ଉଦ୍ଧାର କରିବା ସହ ଏନେଇ ଏକ ମାମଲା ରୁଜୁ କରି ୩ ଜଣ ବାପା ପୁଅକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୂଚନା ଥାଉ କି ବିଜ୍ଞାନ ଯୁଗରେ ଆଜି ବି ଲୋକଙ୍କ ମନରେ ଗୁଣି ଗାରେଡି ଓ ଭୂତ ଭୟ ରହିଛି । ଏଭଳି ଏକ ସମାନ ଘଟଣା ସେପ୍ଟେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଥିଲା । କାଇପଦର ପଞ୍ଚାୟତ ଅନ୍ତର୍ଗତ ଦଧିମାଛ ଗାଡ଼ିଆ ଗ୍ରାମରେ ଲୋକେ ଭୂତ ଭୟରେ ପିଲାଙ୍କୁ ସ୍କୁଲକୁ ଛାଡ଼ି ନଥିଲେ । ପିଲାମାନଙ୍କ ଦେହରେ ଭୂତ ଲାଗୁଥିବା କହିଥିଲେ ଗ୍ରାମବାସୀ । ଏପରିକି ନିଜ ଘରେ ନ ରଖି ବନ୍ଧୁ ବାନ୍ଧବଙ୍କ ଘରେ ରଖିଥିଲେ । କେହି କେହି ଏହାକୁ ଗୁଣି ଗାରେଡ଼ି ସନ୍ଦେହ କରୁଥିବାବେଳେ ଗୁଣି ଗାରେଡ଼ିରୁ ମୁକ୍ତ ପାଇଁ ପୂଜା ପାଠର ସହାୟତା ନେଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.