ETV Bharat / state

ଭୂତ ଭୟରେ ଭୟଭୀତ ଗ୍ରାମବାସୀ, ସଚେତନ କରାଉଛି ପ୍ରଶାସନ

author img

By ETV Bharat Odisha Team

Published : Sep 14, 2023, 6:59 PM IST

ଭୂତ ଭୟରେ ଭୟଭୀତ ଦଧିମାଛ ଗାଡ଼ିଆ ଗ୍ରାମବାସୀ । ସମସ୍ତେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଛି। ଅଧିକ ପଢନ୍ତୁ

ghost fear in the village
ଭୂତ ଭୟରେ ଭୟଭୀତ ଗ୍ରାମବାସୀ

ଭୂତ ଭୟରେ ଭୟଭୀତ ଗ୍ରାମବାସୀ

ଖୋର୍ଦ୍ଧା: ଭୂତ ଭୟରେ ଭୟଭୀତ ଗ୍ରାମବାସୀ । କାଇପଦର ପଞ୍ଚାୟତ ଅନ୍ତର୍ଗତ ଦଧିମାଛ ଗାଡ଼ିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜିର ବିଜ୍ଞାନ ଯୁଗରେ ଲୋକଙ୍କ ମନରେ ଏବେବି ଗୁଣି ଗାରେଡ଼ିର ଭୟ ରହିଛି । ପିଲାମାନଙ୍କ ଦେହରେ ଭୁତ ସବାର ହେଉଥିବା କହୁଛନ୍ତି ଗ୍ରାମବାସୀ । ଯେଉଁଥିପାଇଁ ଭୟରେ ଛାତ୍ରୀମାନଙ୍କୁ ସ୍କୁଲ ଛାଡ଼ୁ ନାହାନ୍ତି ଅଭିଭାବକ । ଏପରି କି ନିଜ ଘରେ ନ ରଖି ବନ୍ଧୁ ବାନ୍ଧବଙ୍କ ଘରେ ରଖିଛନ୍ତି । କେହି କେହି ଏହାକୁ ଗୁଣି ଗାରେଡ଼ି ସନ୍ଦେହ କରୁଥିବାବେଳେ ଗୁଣି ଗାରେଡ଼ିରୁ ମୁକ୍ତ ପାଇଁ ପୂଜା ପାଠର ସହାୟତା ନେଉଛନ୍ତି। ସେପଟେ ପ୍ରଶାସନ ତରଫରୁ ଗାଁରେ ସଚେତନତା ମଧ୍ୟ ଚାଲିଛି ।


ସେପଟେ ଭୂତ ଭୟରେ ପିଲାମାନେ ସ୍କୁଲକୁ ଯାଉ ନାହାନ୍ତି। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଏମିତି ମାସେରୁ ଊର୍ଦ୍ଧ୍ବ ଦିନ ହେଲାଣି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲା କାଇପଦର ପଞ୍ଚାୟତ ଦଧିମାଛ ଗାଡ଼ିଆ ଗାଁର ଏକ ସାହିରେ କିଛି ଝିଅ ପିଲାଙ୍କୁ ଗୁଣି କରାଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସେହିପରି ଆଉ ଏକ ପିଲାକୁ ରାତିରେ ମଶାଣି ପାଖରେ ଗଡୁ ଥିବାର ଦେଖିବାକୁ ମିଳିଥିଲା ବୋଲି ଗ୍ରାମବାସୀମାନେ କହିଛନ୍ତି। ତେବେ ଭୂତ ଭୟରେ ଗ୍ରାମରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ଏହା ବି ପଢନ୍ତୁ...Ghost Fear: ଭୂତ ଭୟରେ ଗାଁ ମାଟି ମାଡୁନାହାନ୍ତି ଲୋକେ

ସୂଚନା ଅନୁସାରେ, ଏହି ଗାଁରେ 6 ଜଣ ଝିଅ ପିଲା ଏହି ଗୁଣି ଗାରେଡ଼ିରେ ଆକ୍ରାନ୍ତ ହେବା ସନ୍ଦେହରେ ଗୁଣିଆର ସହଯୋଗ ଲୋଡ଼ିଛନ୍ତି । ଝିଅ ମାନଙ୍କୁ ଗୁଣି କରାଯାଉଥିବା ସନ୍ଦେହରେ ବନ୍ଧୁ ବାନ୍ଧବ ଘରେ ଛାଡ଼ି ଦିଆଯାିଛି । ଗାଁରେ ଲୋକଙ୍କ ମଧ୍ୟରେ ଥିବା ଅନ୍ଧ ବିଶ୍ୱାସକୁ ନେଇ ଯୁକ୍ତି ତର୍କ ମଧ୍ୟ ଚାଲୁଛି । ତେବେ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେହିପରି ଭୟରେ ସ୍କୁଲକୁ ଛାତ୍ରଛାତ୍ରୀ ମାନେ ଯାଉନଥିବା ଦେଖିବାକୁ ମିଳିଛି ।

ତେବେ ଦଧିମାଛ ଗାଡିଆ ଗ୍ରାମରେ ଥିବା ସ୍କୁଲରେ ମୋଟ 288 ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ଗତ ସୋମବାରଠାରୁ କ୍ରମାଗତ ଭାବେ ଉପସ୍ଥାନ କମ ରହୁଥିବା ଦେଖିବାକୁ ମିଳିଛି । ସେହିପରି ଆଜି ମଧ୍ୟ ମାତ୍ର 78 ଜଣ ଛାତ୍ରଛାତ୍ରୀ ସ୍କୁଲ ଯାଇଥିବାବେଳେ ଅନେକ ସିଟ୍‌ ଖାଲି ପଡ଼ିଛି । ଗାଁରେ ଆଜି ହେତୁବାଦୀ ଦେବେନ୍ଦ୍ର ସୁତାର ପହଞ୍ଚି ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଭୂତ ନଥିବା ସମ୍ପର୍କରେ ସଚେତନ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.