ETV Bharat / state

ବେଦାନ୍ତ ଆଗରେ ଧାରଣା ଦେଲେ ଗ୍ରାମବାସୀ, ଅଞ୍ଚଳର ବିକାଶରେ ଭାଗିଦାର ହେଉନଥିବା ଅଭିଯୋଗ

author img

By ETV Bharat Odisha Team

Published : Nov 13, 2023, 8:54 PM IST

ବେଦାନ୍ତ ଆଗରେ ଧାରଣା ଦେଲେ ଗ୍ରାମବାସୀ, ଅଞ୍ଚଳର ବିକାଶରେ ଭାଗୀଦାର ର ହେଉନଥିବା ଅଭିଯୋଗ
ବେଦାନ୍ତ ଆଗରେ ଧାରଣା ଦେଲେ ଗ୍ରାମବାସୀ, ଅଞ୍ଚଳର ବିକାଶରେ ଭାଗୀଦାର ହେଉନଥିବା ଅଭିଯୋଗ

ବେଦାନ୍ତ ଗେଟ ନଂ ୨ ଆଗରେ ବଞ୍ଜାଜାରୀ ଓ ଚିଠୁଆପଡ଼ା ଲୋକଙ୍କ ପ୍ରତିବାଦ । ବେଦାନ୍ତ ପ୍ରତିଶୃତି ଦେଇ ପୂରଣ କରୁନଥିବା ଅଭିଯୋଗ । ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବି କଲେ ଅଞ୍ଚବାସୀ । ଅଧିକ ପଢନ୍ତୁ

ବେଦାନ୍ତ ଆଗରେ ଧାରଣା ଦେଲେ ଗ୍ରାମବାସୀ, ଅଞ୍ଚଳର ବିକାଶରେ ଭାଗିଦାର ହେଉନଥିବା ଅଭିଯୋଗ

ଝାରସୁଗୁଡା: ବେଦାନ୍ତ କମ୍ପାନୀ ଆଗରେ ଗ୍ରାମବାସୀଙ୍କ ପ୍ରତିବାଦ । ବେଦାନ୍ତ କମ୍ପାନୀ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇ ପ୍ରତିଶୃତି ନରଖିବାରୁ ଆଜି ବଞ୍ଜାଜାରୀ ଓ ଚିଠୁଆପଡ଼ାର ଶତାଧିକ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବେଦାନ୍ତ ଆଲୁମିନା ଗ୍ରାମର ବିକାଶରେ ସହାୟକ ହେଉନାହିଁ ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଝାରସୁଗୁଡ଼ାରେ ବେକାରୀ ସମସ୍ୟା ଲାଗି ରହିଥିବା ବେଳେ କମ୍ପାନୀ ସ୍ଥାନୀୟ ନିଯୁକ୍ତି ଓ ସିଏସ୍ଆର୍ ଦ୍ୱାରା ହେଉଥିବା ବିକାଶ ମୂଳକ କାର୍ଯ୍ୟ ଠିକ ଭାବରେ ସମ୍ପାଦନ କରୁନାହିଁ । ଏହାର ପ୍ରତିବାଦରେ ଆଜି ବେଦାନ୍ତର ୨ନଂ ଗେଟ ସମ୍ମୁଖରେ ଶହ ଶହ ଅଞ୍ଚଳବାସୀ ହୋହଲ୍ଲା କରିଥିଲେ ।

ସୂଚନା ଆନଯାୟୀ ଝାରସୁଗୁଡ଼ା ବଞ୍ଜାଜାରୀ ଓ ଚିଠୁଆପଡ଼ାର ସ୍ଥାନୀୟ ବାସିନ୍ଦା ବିଭିନ୍ନ ଦାବି ନେଇ ବେଦାନ୍ତ ଗେଟକୁ ବନ୍ଦ କରିଛନ୍ତି । ବେଦାନ୍ତର ୨ନଂ ଗେଟକୁ ଲାଗି ରହିଥିବା ଚିଠୁଆପଡ଼ା,ବଞ୍ଜାଜାରୀ ,ଦଲକିର ଆଖପାଖ ଅଞ୍ଚଳର ସମସ୍ତ ରାସ୍ତା ବେଦାନ୍ତର ଭାରିଯାନ ଚଳାଚଳ ପାଇଁ ସ୍ଥାନୀୟ ଲୋକଙ୍କ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଉ ନାହିଁ । ଫଳରେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଏହାର ପ୍ରତିବାଦରେ ଆଜି ବେଦାନ୍ତର ୨ନଂ ଗେଟକୁ ବନ୍ଦ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଆଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନକୁ ବଢି ଚାଲିଛି । ଫଳରେ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁୁଖୀନ ହେଉଛନ୍ତି । ଅଞ୍ଚଳରେ ବେକାରୀ ସମସ୍ୟା ବଢି ଚାଲିଥିବା ବେଳେ ସ୍ଥାନୀୟ ଯୁବତ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି ହୋଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ହଟିବୁ ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଥିଲେ ।ତେବେ ଏହି ପ୍ରତିବାଦକୁ ଦୃଷ୍ଟିରେ ରଖିଝାରସୁଗୁଡା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ....ସିଜିମାଳି ପାହାଡରେ ଖଣି ଖନନକୁ ବିରୋଧ, ଆଦିବାସୀଙ୍କ ମେଳି

ସେପଟେ ଜିଲ୍ଲା ପ୍ରଶାସନର ଅଧ୍ୟକ୍ଷତାରେ ଉଭୟ ଗ୍ରାମବାସୀ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଆଲୋଚନା କରି ଏହି ସମସ୍ୟାର ସମାଧାନ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ତହସିଲଦାର କୌଶିକ ମେହେର । ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ....ବଣାଇ ବିଧାୟକଙ୍କ ଆଇନ ଅମାନ୍ୟ ଆନ୍ଦୋଳନ, ବଣାଇ ବ୍ଲକକୁ ଧସାଇ ପଶିଲେ ଶହ ଶହ କର୍ମକର୍ତ୍ତା


ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.