ବଣାଇ ବିଧାୟକଙ୍କ ଆଇନ ଅମାନ୍ୟ ଆନ୍ଦୋଳନ, ବଣାଇ ବ୍ଲକକୁ ଧସାଇ ପଶିଲେ ଶହ ଶହ କର୍ମକର୍ତ୍ତା

By ETV Bharat Odisha Team

Published : Nov 10, 2023, 9:38 PM IST

thumbnail

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗରେ ବଣାଇ ବିଧାୟକଙ୍କ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ ଜୋରଦାର କରାଯାଇଛି । ରାଜ୍ୟ ସରକାରଙ୍କୁ ବିରୋଧ କରି ଶହ ଶହ ସିପିଆଇଏମ କର୍ମକର୍ତ୍ତା ବଣାଇ ବ୍ଲକ ଅଫିସରେ ଧସେଇ ପଶିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ପୋଲିସ ସହ ବିକ୍ଷୋଭକାରୀଙ୍କ ଧସ୍ତାଧସ୍ତି ହୋଇଥିଲା । ରାଜ୍ୟ ସରକାର ବଣାଇ ପ୍ରତି ବୈମାତୃକ ମନଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ।

ଆଜି(ଶୁକ୍ରବାର) ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ବଣାଇ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ଆରଡିଡି ବହୁମୁଖୀ ଖେଳ ପଡ଼ିଆରୁ ଶହ ଶହ ସଂଖ୍ୟାରେ ସିପିଆଇଏମ କର୍ମକର୍ତ୍ତାମାନେ ମୁଖ୍ୟ ରାସ୍ତା ଦେଇ ବିଶାଳ ରାଲି କରିଥିଲେ । ତେବେ ବ୍ଲକ ଅଫିସକୁ ଧସେଇ ପସିବା ବେଳେ ପୋଲିସ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଯେଉଁପାଇଁ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । 

ଏହାମଧ୍ୟ ପଢନ୍ତୁ..ରାଉରକେଲାର କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି( ମାର୍କ୍ସବାଦୀ) ସହିତ ମିଶି ବିକ୍ଷୋଭକାରୀମାନେ 18 ଟି ଦାବି ଉପସ୍ଥାପନ କରିଥିଲେ ।' ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ପଞ୍ଚାୟତକୁ 50 ଲକ୍ଷ ଟଙ୍କାର ଅନୁଦାନ ଆବଣ୍ଟନକୁ ତୀବ୍ର ବିରୋଧ କରାଯାଇଥିଲା । ତେବେ ଏହି ଯୋଜନା ପ୍ରକ୍ରିୟାରେ ସରପଞ୍ଚଙ୍କ ଭୂମିକାକୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ବିକ୍ଷୋଭକାରୀ । ଏଥିସହ ବଣାଇଗଡ କଲେଜକୁ ସଂପୂର୍ଣ୍ଣ ସରକାରୀ କଲେଜ ଭାବେ ଘୋଷଣା କରିବା, ବଣାଇ ସରକାରୀ ଡାକ୍ତରଖାନାରେ ଡାକ୍ତର ଏବଂ ନର୍ସମାନଙ୍କ ପାଇଁ ଉନ୍ନତ ଅବସ୍ଥା ସହ ନୂତନ ଡାକ୍ତର ଓ ନର୍ସ ନିଯୁକ୍ତି ପାଇଁ ଦାବି କରିଥିଲେ ବିକ୍ଷୋଭକାରୀ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.