ETV Bharat / state

ଗୁରୁଙ୍କୁ ପୂଜା କରି ନିଆରା ଢଙ୍ଗରେ ଛାତ୍ରଛାତ୍ରୀଙ୍କ ନୂଆଁଖାଇ ଭେଟଘାଟ ଉତ୍ସବ

author img

By

Published : Sep 5, 2022, 7:13 PM IST

students celebrate teachers day and nuakhai bhetghat in jharsuguda
ଗୁରୁଙ୍କୁ ପୂଜା କରି ନିଆରା ଢଙ୍ଗରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଳନ କଲେ ଛାତ୍ରଛାତ୍ରୀ

ପବିତ୍ର ଗୁରୁ ଦିବସ ଅବସରରେ ଝାରସୁଗୁଡ଼ା ପଞ୍ଚପଡା ସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଗୁରୁ ଦିବସ ପାଳନ କରିବା ସହ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରିଛନ୍ତି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଆଜି ପବିତ୍ର ଗୁରୁ ଦିବସ । ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆଜିର ଦିନ ପାଳନ କରାଯାଏ । ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ପଞ୍ଚପଡା ସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ କୁନିକୁନି ଛାତ୍ରଛାତ୍ରୀ ଗୁରୁ ଦିବସ ପାଳନ କରିଛନ୍ତି (Students Celebrate Teachers Day)। ଏହି ପରିପ୍ରେକ୍ଷୀରେ ସ୍କୁଲ ପରିସରରେ ନିଆରା ଢଙ୍ଗରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି ।

ଗୁରୁଙ୍କୁ ପୂଜା କରି ନିଆରା ଢଙ୍ଗରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଳନ କଲେ ଛାତ୍ରଛାତ୍ରୀ

ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଅଞ୍ଜଳି ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥଲେ । ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅଧ୍ୟାପିକା ମନ୍ଦାକିନୀ ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ "ଗୁରୁ ହିଁ ଜୀବନ୍ତ ଈଶ୍ୱର" ବୋଲି କହିଥିଲେ । ଝାରସୁଗୁଡା ବ୍ଲକର ପୂର୍ବତନ ଶିକ୍ଷା ନିରୀକ୍ଷକ କ୍ଷୀରୋଦ୍ର ପ୍ରଧାନଙ୍କୁ ଶ୍ରେଷ୍ଠ ଗୁରୁର ମାନ୍ୟତା ଦିଆଯାଇ ସମ୍ମାନୀତ କରାଯାଇଥିଲା ।

ସ୍ଥାନୀୟ ସ୍ତରରେ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ରୂପାନନ୍ଦ ଚୌଧୁରୀ, ଜୟଶଙ୍କର ପଟେଲ, ଅନ୍ନପୂର୍ଣ୍ଣା ପୁଝାରୀ ଆଦିଙ୍କୁ ସ୍ଵତନ୍ତ୍ର ଭାବରେ ସମ୍ମାନୀତ କରାଯାଇଛି । ଏନେଇ ସ୍କୁଲ ସମ୍ପାଦକ କହିଛନ୍ତି, "ସମାଜକୁ ଏକ ନିଆରା ବାର୍ତ୍ତା ଦେବା ଦେବା ପାଇଁ ଏଭଳି ପ୍ରୟାସ କରାଯାଇଛି । ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ କରାଯାଇଛି । ଯାହା ପିଲାଙ୍କୁ ପ୍ରଭାବିତ କରି ଭିନ୍ନ ଶିକ୍ଷା ପ୍ରଦାନ କରିବ ।"

ଏହା ମଧ୍ୟ ପଢ଼ନ୍ତୁ: ଆଜି ପବିତ୍ର ଗୁରୁଦିବସ, ଗୁରୁଙ୍କୁ ପୂଜା କଲେ ରାଜଧାନୀର ଛାତ୍ରଛାତ୍ରୀ

ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ୍ ଯୋଗଦେଇ ଉଦଘାଟନ କରିଥିଲେ । କୁନିକୁନି ଛାତ୍ରଛାତ୍ରାମୀନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ସଭିଙ୍କ ମନ ମୋହିଥିଲେ । ଅଭିଭାବକଙ୍କ ସମତେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.