ETV Bharat / city

ଆଜି ପବିତ୍ର ଗୁରୁଦିବସ, ଗୁରୁଙ୍କୁ ପୂଜା କଲେ ରାଜଧାନୀର ଛାତ୍ରଛାତ୍ରୀ

author img

By

Published : Sep 5, 2022, 1:28 PM IST

ଆଜି ହେଉଛି ପବିତ୍ର ଗୁରୁ ଦିବସ । ଏହି ଅବସରରେ ଭୁବନେଶ୍ବର ୟୁନିଟ ୮ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀ ମାନେ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ

ଆଜି ପବିତ୍ର ଗୁରୁଦିବସ, ଗୁରୁଙ୍କୁ ପୂଜା କଲେ ରାଜଧାନୀର ଛାତ୍ରଛାତ୍ରୀ
ଆଜି ପବିତ୍ର ଗୁରୁଦିବସ, ଗୁରୁଙ୍କୁ ପୂଜା କଲେ ରାଜଧାନୀର ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ଗୁରୁଦିବସ । ଗୁରୁ ଶିଷ୍ୟ ପରମ୍ପରାକୁ ସୁଦୃଢ଼ କରିବା ପାଇଁ ଆଜି ଦିନର ମହତ ଉଦ୍ଦେଶ୍ୟ ରହିଛି । ତେବେ ଏହି ଅବସରରେ ଭୁବନେଶ୍ବର ୟୁନିଟ ୮ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀ ମାନେ ଗୁରୁଙ୍କୁ ପୂଜାର୍ଚ୍ଚାନା କରିଛନ୍ତି । ଗୁରୁଙ୍କ ବିନା ଜୀବନରେ କେହି କେବେ ସଫଳ ହୋଇନାହାନ୍ତି । ଜୀବନର ପ୍ରତି କ୍ଷଣରେ ଯାହାଙ୍କଠୁ କିଛି ଶିଖିବାକୁ ମିଳେ ସେ ଗୁରୁ ପାଲଟି ଯାଆନ୍ତି । ଜୀଇଁବାର ମାନେ ହେଉ କି ଜ୍ଞାନ ସବୁଠି ତିଆରି ହୁଏ ଗୁରୁ ଶିକ୍ଷ୍ୟର ସୁସମ୍ପର୍କ । ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି । ଜୀବନର ପ୍ରଥମ ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ । ଈଶ୍ବରଙ୍କ ଅନ୍ୟ ରୂପ ଗୁରୁ ।

ଏହା ବି ପଢନ୍ତୁ- Teachers Day 2022: ଗୁର-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ

ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । ଶାସନ ଅନୁଶାସନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁ । ବାପା ମାଆଙ୍କ ପରେ ଜୀବନରେ ଯିଏ ଶିକ୍ଷା ଦିଅନ୍ତି ସେ ହେଲେ ଗୁରୁ । ଗୁରୁ ହେଉଛନ୍ତି ସ୍ବୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କର ଚଳନ୍ତି ପ୍ରତିମା । ସେଇଥି ପାଇଁ ତ କୁହନ୍ତି, 'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର'।

ଆଜି ପବିତ୍ର ଗୁରୁଦିବସ, ଗୁରୁଙ୍କୁ ପୂଜା କଲେ ରାଜଧାନୀର ଛାତ୍ରଛାତ୍ରୀ

ଏହି ପବିତ୍ର ଦିବସ ଅବସରରେ ବିଦ୍ୟାଳୟର ଛାତଛାତ୍ରୀମାନେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋରେ ମାଲ୍ୟାର୍ପଣ ଅର୍ପଣ କରି ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ନିଜ ଅନୁଷ୍ଠାନର ଗୁରୁଜୀଙ୍କୁ ଫୁଲଚନ୍ଦନ ସହିତ ପୂଜା କରିଛନ୍ତି । ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏହି ଗୁରୁ ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଖାଲି ଏହି ଅନୁଷ୍ଠାନ ନୁହେଁ, ଆଜି ପ୍ରତିଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ ଗୁରୁଙ୍କୁ ପୂଜା କରିଛନ୍ତି ।

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଆସିଥିବା ଗୁରୁଙ୍କୁ ସ୍ମରଣ କରିଥାନ୍ତି । ତେବେ କେବଳ ଆମେ ଯାହାଠୁ ଶିକ୍ଷା ଗ୍ରହଣ କରୁ ସେ ଗୁରୁ ନୁହନ୍ତି, ବରଂ ଛୋଟ ହେଉ କି ବଡ଼ ପାଠ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷଣୀୟ କଥା ଶିଖିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଗୁରୁ ରୂପେ ବିବେଚନ କରାଯାଏ । ଏଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ନିଶ୍ଚିତ ଭାବରେ ଗୁରୁଙ୍କ ଭୂମିକା ରହିଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.