ETV Bharat / state

ମହିଳାଙ୍କୁ ଏସିଡ୍ ଆକ୍ରମଣ ଘଟଣା, 4 ଅଭିଯୁକ୍ତ ଗିରଫ

author img

By

Published : Mar 6, 2023, 8:43 PM IST

ମହିଳାଙ୍କୁ ଏସିଡ ଆକ୍ରମଣ ଘଟଣାରେ 4 ଜଣ ଅଭିଯୁକ୍ତଙ୍କୁ ଝାରସୁଗୁଡା ଜିଲ୍ଲା ଲଇକେରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ

acid attack case
acid attack case

acid attack case

ଝାରସୁଗୁଡା : ମହିଳାଙ୍କୁ ଏସିଡ ଆକ୍ରମଣ ଘଟଣା। ଗତ ଫେବୃଆରୀ 7 ତାରିଖ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର କାଦୋବାହାଲ ଜଙ୍ଗଲରେ ମୋହିନୀ ବାଗଙ୍କୁ ହୋଇଥିଲା ଏସିଡ ଆକ୍ରମଣ । ଏହି ଘଟଣାରେ 4 ଜଣ ଅଭିଯୁକ୍ତଙ୍କୁ ଝାରସୁଗୁଡା ଜିଲ୍ଲା ଲଇକେରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ତେବେ ଗିରଫ ଅଭିଯୁକ୍ତମାନେ ଏସିଡ ଆକ୍ରମଣ ପାଇଁ ଯୋଜନା କରିଥିବା ସମ୍ବଲପୁର ଜିଲ୍ଲା ମହୁଲପାଳି ଥାନା ଅଞ୍ଚଳର ପୂର୍ଣ୍ଣମୀ କେଛୋ ଓ ବିଜୟ ଭଁଏସା ଏବଂ ଏସିଡି ଫିଙ୍ଗି ଥିବା ଯୁବକ ଦ୍ବୟ ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି ଥାନା ଅଞ୍ଚଳର ସୁଶାନ୍ତ ବନଛୋର ଓ ଆଲୋକ ବନଛୋର ବୋଲି ଝାରସୁଗୁଡା SP ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ସୂଚନା ଅନୁଯାୟୀ ପୀଡିତା ମୋହିନୀ ବାଗ ଓ ଅଭିଯୁକ୍ତ ପୂର୍ଣ୍ଣମୀ କେଛୋ ମଧ୍ୟରେ କୌଣସି କାରଣ ବଶତଃ ଅନେକ ଦିନରୁ କଳହ ଥିଲା l ଫଳରେ ପୂର୍ଣ୍ଣମୀ ପ୍ରତିଶୋଧ ନେବା ପାଇଁ ନିଜର ଜଣେ ବନ୍ଧୁ ବିଜୟଙ୍କ ସହ ମିଶି ଏସିଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ l ଏନେଇ ସୁଶାନ୍ତ ବନଛୋର ଓ ଆଲୋକ ବନଛୋର କୁ ସୁପାରୀ ଦେଇଥିଲେ l ଏହାପରେ ଆଲୋକ ଓ ସୁଶାନ୍ତ ଏହି ଏସିଡ଼ ଆକ୍ରମଣ କରିଥିଲେ lଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ଅର୍ଡା ସରକାରୀ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟ କରୁଥିଲେ ବିଧବା ମହିଳା ମୋହିନୀ ବାଗ। ସେ ଗତ ଫେବୃଆରୀ ୭ ତାରିଖ ଅପରାହ୍ନରେ ସ୍କୁଲରୁ ଫେରୁଥିବା ସମୟରେ ଏସିଡ ମାଡର ଶିକାର ହୋଇଥିଲେ l ସେ ନିଜ ସ୍କୁଟିରେ ଏକାକି ଘରକୁ ଫେରୁଥିବା ବେଳେ କାଦୋବାହାଲ ଜଙ୍ଗଲ ମେଟାକାନି ମନ୍ଦିର ନିକଟରେ ତାଙ୍କୁ ଅଟକାଇ ଥିଲେ 2 ଦୁର୍ବୁତ୍ତ ଆଲୋକ ଓ ସୁଶାନ୍ତ l ହେଲେ ମୋହିନୀ କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତ ଦ୍ବୟ ସାଙ୍ଗରେ ଆଣିଥିବା ଏକ ଏସିଡ଼ ବୋତଲରୁ ମୋହିନୀଙ୍କ ଉପରେ ଏସିଡ ଫିଙ୍ଗି ଫେରାର ହୋଇଯାଇଥିଲେ l

ଏହା ମଧ୍ୟ ପଢନ୍ତୁ-Saradha Scam: ଘୋଟାଲରେ ସମ୍ପୃକ୍ତ ମମତା ! କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଚିଠି

ତେବେ ଏନେଇ ପରିବାର ଲୋକଙ୍କ ଏତଲା ଆଧାରରେ ଲଇକେରା ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲା l ଅନ୍ୟପଟେ ମୋହିନୀ ଗୁରତର ଅବସ୍ଥାରେ କଟକ SCB ମେଡିକାଲର ସର୍ଜରୀ ବିଭାଗରେ ଚିକିତ୍ସିତ ଅଛନ୍ତି l ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବାବେଳେ ତାଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଥିବା ଝାରସୁଗୁଡା SP ସୂଚନା ଦେଇଛନ୍ତି l

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.