ETV Bharat / state

ସୁକିନ୍ଦାରେ କଟା ଗୋଡ ପରେ ଡ୍ରେନରୁ ମିଳିଲା ଗଳିତ ମୃତଦେହ

author img

By

Published : May 23, 2022, 1:28 PM IST

ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ, କଟା ଗୋଡ ପରେ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ, କଟା ଗୋଡ ପରେ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସୁକିନ୍ଦା ଅଞ୍ଚଳରେ ରାସ୍ତା କଡ଼ରୁ ମଣିଷ କଟା ଗୋଡ଼ ପରେ ଆଜି ଡ୍ରେନ ଭିତରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ଯାଜପୁର: ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ । ରାସ୍ତା କଡ଼ରୁ ମଣିଷ କଟା ଗୋଡ଼ ପରେ ଆଜି ଡ୍ରେନ ଭିତରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଗତ ଦୁଇଦିନ ତଳେ ରାସ୍ତା କଡରୁ ଏକ କଟା ଗୋଡ ଉଦ୍ଧାର କରାଯାଇଥିଲା । ତେବେ ଏ ଗୋଡ କାହାର ତାହା ଜଣାପଡିନଥିବା ବେଳେ ମଙ୍ଗଳପୁର ଛକ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ ମଧ୍ୟରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ ଖାଲି ବ୍ୟାଗ, ଏଟିଏମ୍ କାର୍ଡ ଜବତ ହୋଇଛି ।

ଅଧିକ ପଢନ୍ତୁ:-ସୁକିନ୍ଦାରେ ଚାଞ୍ଚଲ୍ୟ, ରାସ୍ତାକଡରେ ପଡିଛି ମଣିଷର କଟା ଗୋଡ

ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ, କଟା ଗୋଡ ପରେ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସୂଚନାଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକେ ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀର କର୍ମଚାରୀ ଓ ଓଡ଼ିଶା ପୋଲିସର ସ୍ଵତନ୍ତ୍ର ସାଇଣ୍ଟଫିକ ଉପସ୍ଥିତରେ ଜେସିବି ମେସିନ ସାହାଯ୍ୟରେ ଡ୍ରେନ ସ୍ଲାପ ଉଠାଯାଇ ମୃତଦେହକୁ ଉଦ୍ଧାର କରିଥିଲା । ତେବେ ମୃତଦେହରେ ଗୋଟିଏ ଗୋଡ଼ ନଥିବା ଦେଖିବାକୁ ମିଳିଥିବା ବେଳେ ପୂର୍ବରୁ ରାସ୍ତା କଡରୁ ଉଦ୍ଧାର ହୋଇଥିବା ଗୋଡ ଏହି ଅଜଣା ବ୍ୟକ୍ତିଙ୍କ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ ଅଧିକ ଯାଞ୍ଚ କରିବା ପରେ ଘଟଣା ସ୍ପଷ୍ଟ ହେବ ।

ତେବେ ଉଦ୍ଧାର ହୋଇଥିବା ମୃତଦେହଟି ଜଣେ ମାନସିକ ଭିନ୍ନକ୍ଷମଙ୍କର ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି । ଏହି ବ୍ୟକ୍ତି ଜଣକ ଡ୍ରେନରେ ପଡିବା ପରେ ପ୍ରାଣ ହରାଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। । ଉଭୟ ସୁକିନ୍ଦା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ସତ ସାମ୍ନାକୁ ଆସିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.