ETV Bharat / state

ସୁକିନ୍ଦାରେ ଚାଞ୍ଚଲ୍ୟ, ରାସ୍ତାକଡରେ ପଡିଛି ମଣିଷର କଟା ଗୋଡ

author img

By

Published : May 21, 2022, 1:18 PM IST

ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ୫୩ ନଂମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲ ନିକଟ ରାସ୍ତାରୁ ଅଜଣା ବ୍ୟକ୍ତିଙ୍କ କଟା ଗୋଡ଼ ଉଦ୍ଧାର କରାଯାଇଛି । କଟା ଗୋଡ଼ଟି କାହାର ଓ ଏଠାକୁ କେମିତି ଆସିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

ରାସ୍ତା କଡରୁ କଟା ଗୋଡ ଉଦ୍ଧାର
ରାସ୍ତା କଡରୁ କଟା ଗୋଡ ଉଦ୍ଧାର

ଯାଜପୁର: ରାସ୍ତା କଡରେ ପଡିଛି କଟା ଗୋଡ, ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ୫୩ ନଂମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲ ନିକଟ ରାସ୍ତାରୁ ଅଜଣା ବ୍ୟକ୍ତିଙ୍କ କଟା ଗୋଡ଼ ଉଦ୍ଧାର କରାଯାଇଛି । ତେବେ ଏହି କଟା ଗୋଡ଼ଟି କାହାର ଓ ଏଠାକୁ କେମିତି ଆସିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଟା ଗୋଡଟିକୁ ଉଦ୍ଧାର କରିଥିବା ବେଳେ ଅଧିକ ତଦନ୍ତ ପାଇଁ କେନ୍ଦ୍ରାପଡ଼ାରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ଅଧିକ ସୂଚନା ମିଳିପାରିବ ବୋଲି ସୁକିନ୍ଦା ଥାନା ଅଧିକାରୀ କହିଛନ୍ତି ।

ରାସ୍ତା କଡରୁ କଟା ଗୋଡ ଉଦ୍ଧାର

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ କଟା ଗୋଡ଼ କେଉଁଠୁ ଆସିଲା ଓ ଏହାକୁ କିଏ ଏହି ସ୍ଥାନରେ ପକାଇଲା ଓ ଯଦି କଟା ଗୋଡ ଏଇଠି ତେବେ ପୁରା ଶରୀର କେଉଁଠି ସେନେଇ ଛାନଭିନ ଆରମ୍ଭ ହୋଇଛି । ପୁରା ଶରୀର ମିଳିବା ପରେ କଟା ଗୋଡଟି କାହାର ଓ ତାଙ୍କ ପରିଚୟ ମିଳିପାରିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.