ETV Bharat / state

ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ଅଭିଯୋଗରେ ବିଜେପିର ବିକ୍ଷୋଭ

author img

By

Published : Jul 1, 2021, 5:37 PM IST

ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ଅଭିଯୋଗରେ ବିଜେପିର ବିକ୍ଷୋଭ
ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ଅଭିଯୋଗରେ ବିଜେପିର ବିକ୍ଷୋଭ

ଦାନଗଦି ବ୍ଲକ ନିକଟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡିରୁ ଧାନ ଉଠିବାରେ ଅବ୍ୟବସ୍ଥା ଓ ସରକାରଙ୍କ ଦ୍ଵାରା ଚାଷୀଙ୍କୁ ଅବହେଳା ପ୍ରତିବାଦରେ ବିଜେପିର ଆନ୍ଦୋଳନ । ଅଧିକ ପଢନ୍ତୁ...

ଯାଜପୁର: ଦାନଗଦି ବ୍ଲକ ନିକଟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡିରୁ ଧାନ ଉଠିବାରେ ଅବ୍ୟବସ୍ଥା ଓ ସରକାରଙ୍କ ଦ୍ଵାରା ଚାଷୀଙ୍କୁ ଅବହେଳା ପ୍ରତିବାଦରେ ବିଜେପିର ଆନ୍ଦୋଳନ । ଆଜି(ଗୁରୁବାର) ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଦୁଇ ଘଣ୍ଟା ପାଇଁ ଦାନଗଦି ଛକରେ ବିଜେପି ପକ୍ଷରୁ ରାସ୍ତାରୋକ ।

ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ଅଭିଯୋଗରେ ବିଜେପିର ବିକ୍ଷୋଭ

ସୂଚନା ମୁତାବକ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଠିକ ସମୟରେ ଧାନ କିଣିବା ଓ କୃଷି ଯନ୍ତ୍ରପାତି ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ଦାନଗଦି ବ୍ଲକ ଅଧ୍ୟକ୍ଷ ସୁଧାଂଶୁ ଶେଖର ଭଞ୍ଜ, ବିଜେପି ରାଜ୍ୟ ପରିଷଦ ସଭ୍ୟ ପ୍ରଶାନ୍ତ କୁମାର ରାୟ ଓ ବିଜେପି ଯୁବନେତା ରଞ୍ଜନ କୁମାର ସାହୁଙ୍କ ନେତୃତ୍ବରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି । ଫଳରେ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାବେଳେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.