ETV Bharat / state

ଇଟିଭି ଭାରତର ପ୍ରଭାବ; ଦିବ୍ୟାଙ୍ଗ ସାବିତ୍ରୀଙ୍କୁ ହ୍ବିଲ ଚେୟାର ଦେଲା ପ୍ରଶାସନ

author img

By

Published : Nov 11, 2020, 2:08 PM IST

ଦିବ୍ୟାଙ୍ଗ ସାବିତ୍ରୀଙ୍କୁ ହ୍ବିଲ ଚେୟାର ଦେଲା ପ୍ରଶାସନ
ଦିବ୍ୟାଙ୍ଗ ସାବିତ୍ରୀଙ୍କୁ ହ୍ବିଲ ଚେୟାର ଦେଲା ପ୍ରଶାସନ

ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ । ଦୀର୍ଘ 2 ବର୍ଷ ଧରି ପ୍ରଶାସନର ନଜର ଆଢୁଆଳରେ ରହିିଥିବା ଦିବ୍ୟାଙ୍ଗ ସାବିତ୍ରୀ ଦାସଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ । ଏନେଇ ଅଧିକ ପଢନ୍ତୁ...

ଯାଜପୁର:ବ୍ୟାସନଗର ମ୍ୟୁନିସିପାଲଟି ଦିବ୍ୟାଙ୍ଗ ମହିଳାଙ୍କୁ ହାତ ବଢାଇଲା ଜିଲ୍ଲା ପ୍ରଶାସନ । ଟ୍ରେନରେ ଗୋଡ କଟି ଯାଇ ଦିବ୍ୟାଙ୍ଗ ସାଜିଥିବା ସାବିତ୍ରୀଙ୍କୁ ଯୋଗାଇ ଦେଇଛନ୍ତି ଏକ ହ୍ବିଲ ଚେୟାର । ଗତ କିଛି ଦିନ ପୂର୍ବରୁ ଇଟିଭି ଭାରତରେ ଏହି ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ପ୍ରଶାସନ । ଆଗକୁ ଭତ୍ତା କାର୍ଡ ଓ ଆବାସ ଯୋଜନାରେ ଖୁବଶୀଘ୍ର ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଛି ପ୍ରଶାସନ ।

ଦିବ୍ୟାଙ୍ଗ ସାବିତ୍ରୀଙ୍କୁ ହ୍ବିଲ ଚେୟାର ଦେଲା ପ୍ରଶାସନ

ବ୍ୟାସନଗର ଖଣ୍ଡାହତା ଆଦିବାସୀ ସାହିର ସାବିତ୍ରୀ ଦାସ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚି ପାରିନଥିଲା । ଭତ୍ତା କିମ୍ବା ଦିବ୍ୟାଙ୍ଗ କାର୍ଡ ନଥିବାବେଳେ ଏକ ଷ୍ଟୁଲ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଘୁଷୁଡି ଘୁଷୁଡି ଯିବା ଆସିବା କରୁଥିଲେ । ଆଉ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ନିଜ ପାଇଁ ହ୍ବିଲ ଚେୟାର କିଣିବାକୁ ସେ ସମର୍ଥ ନୁହଁନ୍ତି । ଫଳରେ କାମଧନ୍ଦା ନ ପାଇ ଭାରି ଅନଟନ ଓ ଅସୁବିଧାରେ ଜୀବନ କାଟୁଥିଲେ ସାବିତ୍ରୀ । ଏ ସମ୍ପର୍କରେ ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ଜଣାଇବା ସହ ଖବର ପ୍ରସାରଣ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ମିଳିଛି । ପୌର ପ୍ରଶାସନ ପକ୍ଷରୁ ସାବିତ୍ରୀଙ୍କୁ ହ୍ବିଲ ଚେୟାର ସାଇକେଲ ଓ ଅନ୍ୟ ସମସ୍ତ ପ୍ରତିଶୃତି ମିଳିବା ପରେ ସାବିତ୍ରୀ ବେଶ ଖୁସି ଥିବା ଜଣାପଡିଛନ୍ତି ।

ଏ ଖବର ପଢନ୍ତୁ: ଦିବ୍ୟାଙ୍ଗ ସାବିତ୍ରୀଙ୍କୁ ମିଳୁନି ସରକାରୀ ସୁବିଧା, ଭଙ୍ଗା ଷ୍ଟୁଲ ପାଲଟିଛି ସାହାରା

ସୂଚନାଯୋଗ୍ୟ, ଦୀର୍ଘ 2 ବର୍ଷ ପୂର୍ବେ ମଦ୍ୟପ ସ୍ବାମୀ ନିର୍ଯାତନା ସହି ନ ପାରି ଅପା ଘରକୁ ଚାଲିଆସିଥିଲେ ସାବିତ୍ରୀ । ଏଠାରେ ରହି କାମଧନ୍ଦା କରି ନିଜର ପେଟପୋଷୁ ଥିଲେ । ଦିନେ ମଜୁରୀ ସାରି ବାଲେଶ୍ଵରରୁ ଯାଜପୁର ରୋଡକୁ ଟ୍ରେନରେ ଫେରିବା ସମୟରେ ଦୁର୍ଘଟଣା ଘଟି ନିଜର 2 ଟି ଗୋଡ ହରାଇ ଥିଲେ । ସେବେ ଠାରୁ ସାବିତ୍ରୀ ଏକ ଦିବ୍ୟାଙ୍ଗ ପରି ଜୀବନ କାଟୁଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.