ETV Bharat / state

JSW Project: ଢ଼ିଙ୍କିଆରେ ଜୋର ଜବରଦସ୍ତ ବରଜ ଭାଙ୍ଗିଲା ପୋଲିସ

author img

By

Published : Jan 4, 2022, 9:06 PM IST

Updated : Jan 4, 2022, 9:31 PM IST

JSW Project: Dhinkia villagers alleged police forcibly demolish their pan baraj
JSW Project: ଢ଼ିଙ୍କିଆରେ ଜୋର ଜବରଦସ୍ତ ବରଜ ଭାଙ୍ଗିଲା ପୋଲିସ

ଏରସମା ବ୍ଲକ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ଜୋର ଜବରଦସ୍ତ ପୋଲିସ ପାନ ବରଜ ଭାଙ୍ଗୁଥିବା ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ଜଗତସିଂହପୁର: ଏରସମା ବ୍ଲକ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ଜୋର ଜବରଦସ୍ତ ପୋଲିସ ପାନ ବରଜ ଭାଙ୍ଗୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଗ୍ରାମବାସୀ ଏହି ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଶତାଧିକ ପୋଲିସ ଢ଼ିଙ୍କିଆ ଗ୍ରାମକୁ ଘେରାବନ୍ଧୀ କରିବା ସହ ଆଜି(ମଙ୍ଗଳବାର) ସକାଳୁ ଗ୍ରାମର 5 ରୁ ଅଧିକ ଲୋକଙ୍କ ପାନ ବରଜକୁ ଜୋର ଜବରଦସ୍ତ ମାପ ଚୁପ କରିବା ସହ ତିନୋଟି ପାନ ବରଜକୁ ଭାଙ୍ଗି ଦେଇଛନ୍ତି ।

JSW Project: ଢ଼ିଙ୍କିଆରେ ଜୋର ଜବରଦସ୍ତ ବରଜ ଭାଙ୍ଗିଲା ପୋଲିସ

ଏହାମଧ୍ୟ ପଢନ୍ତୁ: ଢିଙ୍କିଆରେ ଉତ୍ତେଜନା: ପୋଲିସ ଧସେଇ ପଶିବାକୁ ଉଦ୍ୟମବେଳେ ବିରୋଧ କଲେ ମହିଳା

ଏହି ଖବର ପହଞ୍ଚିବା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଗ୍ରାମବାସୀ ଏକାଠି ହୋଇ ଏହାକୁ ବିରୋଧ କରିବା ସହ ଛୋଟ ପିଲା ଓ ମହିଳାଙ୍କୁ ଧରି ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଳିଛି। ନିଜ ପାନ ବରଜକୁ ଢ଼ିଙ୍କିଆବାସୀ ଦେବାକୁ ଚାହୁଁ ନଥିବାବେଳେ ପୋଲିସ ଲଗାଇ ପ୍ରଶାସନ ଜୋର ଜବରଦସ୍ତ ଭାଙ୍ଗିବାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି ।

ପୋଲିସ ପ୍ରଶାସନ କଣ ପାଇଁ ଢ଼ିଙ୍କିଆରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଚଳାଇଛି, ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଜଗତସିଂହପୁର SPଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇ ପାରିନାହିଁ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Jan 4, 2022, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.