ETV Bharat / state

ଢିଙ୍କିଆରେ ଉତ୍ତେଜନା: ପୋଲିସ ଧସେଇ ପଶିବାକୁ ଉଦ୍ୟମବେଳେ ବିରୋଧ କଲେ ମହିଳା

author img

By

Published : Jan 1, 2022, 7:25 PM IST

ଢ଼ିଙ୍କିଆରେ ପୋଲିସ ପକ୍ଷରୁ ଧସେଇ ପଶିବାକୁ ଉଦ୍ୟମ କରିଛି । ହଜାର ହଜାର ମହିଳା ଏହାକୁ କରିଛନ୍ତି ବିରୋଧ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ଢିଙ୍କିଆରେ ଉତ୍ତେଜନା: ପୋଲିସ ଧସେଇ ପଶିବାକୁ ଉଦ୍ୟମ ବେଳେ ବିରୋଧ କଲେ ମହିଳା
ଢିଙ୍କିଆରେ ଉତ୍ତେଜନା: ପୋଲିସ ଧସେଇ ପଶିବାକୁ ଉଦ୍ୟମ ବେଳେ ବିରୋଧ କଲେ ମହିଳା

ଜଗତସିଂହପୁର : ପ୍ରସ୍ତାବିତ jsw ପ୍ରକଳ୍ପର ଢ଼ିଙ୍କିଆ ଅଞ୍ଚଳରେ ଆଜି(ଶନିବାର) ପୋଲିସ ପକ୍ଷରୁ ଧସେଇ ପଶିବାକୁ ଉଦ୍ୟମ କରାଯାଇଛି। ଏହା ଜଣା ପଡିବା ପରେ ଢ଼ିଙ୍କିଆର ହଜାର ହଜାର ମହିଳା ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅପରପକ୍ଷରେ ଜଗତସିଂହପୁର ଏସପି କହିଛନ୍ତି ଯେ, ପୋଲିସ ଢ଼ିଙ୍କିଆ ଚତୁଃପାର୍ଶରେ ମୁତୟନ ଅଛନ୍ତି । ଢ଼ିଙ୍କିଆ ଗାଁ ଭିତରେ ପୋଲିସ ପଶିବାକୁ ଉଦ୍ୟମ କରିବା କଥା ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ।

ଢିଙ୍କିଆରେ ଉତ୍ତେଜନା: ପୋଲିସ ଧସେଇ ପଶିବାକୁ ଉଦ୍ୟମ ବେଳେ ବିରୋଧ କଲେ ମହିଳା

ପୋଲିସ କେବେ ବି ଗାଁ ଭିତରକୁ ପ୍ରବେଶ କରି ନ ଥିବା ଜଗତସିଂହପୁର ଏସପି ଅଖିଲେଶ୍ୱର ସିଂ କହିଛନ୍ତି । ଗ୍ରାମବାସୀଙ୍କ କହିବା କଥା କମ୍ପାନୀକୁ ପାନ ବରଜ ଓ ଜମି ଦେବାକୁ ଚାହୁଁ ନ ଥିବା ଲୋକଙ୍କୁ ପୋଲିସ ଜୋର ଜବରଦସ୍ତ କରିବା ସହ ବିନା ଅନୁମତିରେ ପାନ ବରଜକୁ ମାପ ଚୁପ କରାଯାଉଛି । ପରେ ତାଙ୍କ ବରଜକୁ ଭଙ୍ଗା ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଆଜି ଢ଼ିଙ୍କିଆ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.