ETV Bharat / state

୩ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶକୁ ହସ୍ତାନ୍ତର, ଗତବର୍ଷ ବାତ୍ୟାରେ ଭାରତୀୟ ଜଳ ସୀମାକୁ ଭାସି ଆସିଥିଲେ

author img

By

Published : Jul 15, 2023, 7:16 AM IST

୨୦୨୨ ଅକ୍ଟୋବର ମାସରେ ହୋଇଥିବା ବାତ୍ୟା ସିତ୍ରଙ୍ଗ ସମୟରେ ସମୁଦ୍ରରେ ଭାରତୀୟ ଜଳ ସୀମାକୁ ଭାସି ଆସିଥିବା ୩ ବାଂଲାଦେଶୀ ମତ୍ସ୍ୟଜୀବୀ ଗତକାଲି(ଶୁକ୍ରବାର) ନିଜ ଦେଶକୁ ଫେରିଛନ୍ତି । ପ୍ରାୟ ୮ ମାସ ପରେ ସେମାନଙ୍କୁ ନିଜ ଦେଶକୁ ଫେରିବାର ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

୩ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶକୁ ହସ୍ତାନ୍ତର
୩ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶକୁ ହସ୍ତାନ୍ତର

ପାରାଦ୍ବୀପ: ପାରାଦ୍ବୀପରେ ଫସି ରହିଥିବା ୩ ବାଂଲାଦେଶୀ ମତ୍ସ୍ୟଜୀବୀ ଗତକାଲି(ଶୁକ୍ରବାର) ନିଜ ଦେଶକୁ ଫେରିଛନ୍ତି । ଏଥି ନେଇ ପାରାଦ୍ବୀପ ଜଟାଧାରୀ ମୁହାଣ ମେରାଇନ୍ ପୋଲିସର ଏକ ଟିମ୍ ୩ ମତ୍ସ୍ୟଜୀବୀଙ୍କୁ ନେଇ ଦୁଇ ଦେଶର ସୀମାରେ ହସ୍ତାନ୍ତର କରିବା ପାଇଁ ଯାଇଛନ୍ତି । ଗତକାଲି (ଶୁକ୍ରବାର) ସକାଳୁ ୩ ମତ୍ସ୍ୟଜୀବୀଙ୍କୁ ନେଇ ଜଟାଧାରୀ ମୁହାଣ ମେରାଇନ୍ ପୋଲିସ କୋଲକାତା ଅଭିମୁଖେ ଯାଇଥିବା ଜଣାପଡ଼ିଛି । ସେଠାରୁ ଶହେ କିଲୋମିଟର ଦୂରରେ ଥିବା ବାଂଲାଦେଶ ସୀମା ପର୍ଯ୍ୟନ୍ତ ନେଇ ସେମାନଙ୍କୁ ହସ୍ତାନ୍ତର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସୂଚନାନୁଯାୟୀ, ଗତ ଅକ୍ଟୋବର ମାସରେ 'ସିତ୍ରଙ୍ଗ' ବାତ୍ୟା ପ୍ରଭାବରେ ଭାରତୀୟ ସୀମାକୁ ଭାସି ଆସିଥିବା ୩ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା । ସେହି ସମୟରେ ବାତ୍ୟା ପ୍ରଭାବରେ ବାଂଲାଦେଶର ୫ଟି ଟ୍ରଲର ନଷ୍ଟ ହେବା ସହିତ ସମସ୍ତ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ନିଖୋଜ ହୋଇ ଯାଇଥିଲେ । ତେବେ ସେଥି ମଧ୍ୟରୁ ଭାରତୀୟ ସୀମା ଭିତରେ ୩ ଜଣ ମତ୍ସ୍ୟଜୀବୀ ୫ ଦିନ ଧରି ଭାସୁଥିବା ବେଳେ ସେମାନଙ୍କୁ 'ବାବା ରଘୁନାଥ ଓ ତ୍ରୀଶକ୍ତି' ନାମକ ଦୁଇଟି ଟ୍ରଲର ସାହାଯ୍ୟରେ ଉଦ୍ଧାର କରାଯାଇ ପାରାଦ୍ବୀପ ଅଣାଯାଇଥିଲା । ପ୍ରଥମେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିକିତ୍ସା କରାଯାଇ ତାଙ୍କୁ ଖାଦ୍ୟପେୟ ସହ ବସ୍ତ୍ର ପ୍ରଦାନ କରାଯାଇଥିଲା । ତେବେ ୩ ଜଣ ଯାକ ନିଜର ପରିଚୟପତ୍ର ଦେଖାଇ ପାରିନଥିବାରୁ ଦୀର୍ଘ ୮ ମାସ ଧରି ଜିଲ୍ଲା ପ୍ରଶାସନ ସମସ୍ତ ଖର୍ଚ୍ଚ ବହନ କରିବା ସହିତ ୩ ଜଣଙ୍କୁ ପାରାଦ୍ବୀପର ଅଠରବାଙ୍କୀ ସ୍ଥିତ ରାତ୍ର ଆଶ୍ରୟସ୍ଥଳରେ ରଖିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ସମୁଦ୍ରରୁ ଉଦ୍ଧାର 20 ଧୀବରଙ୍କୁ ବାଂଲାଦେଶ ତଟରକ୍ଷୀଙ୍କୁ ହସ୍ତାନ୍ତର

ଏହା ଭିତରେ ସେମାନେ କିଭଳି ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ, ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ୩ ଜଣ ଯାକ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତକାଲି(ଶୁକ୍ରବାର)ସକାଳୁ ୩ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ନେଇ ପାରାଦ୍ବୀପ ଜଟାଧାରୀ ମୁହାଣ ଥାନା ପୋଲିସର ଗୋଟିଏ ଟିମ୍ କୋଲକାତା ଯାଇଥିବା ଜଣାପଡିଛି । ସେଠାରୁ ଶହେ କିଲୋମିଟର ଦୂରରେ ଥିବା ବାଂଲାଦେଶ ସୀମାରେ ସେମାନଙ୍କୁ ହସ୍ତାନ୍ତର କରିବେ । ଉଦ୍ଧାର ହୋଇଥିବା ୩ ଜଣ ହେଲେ ବାଂଲାଦେଶ ଭୋଲା ଜିଲ୍ଲାର ମହମ୍ମଦ ନୋଜିସ୍, ମହମ୍ମଦ ମିରାଜ୍ ଓ ମହମ୍ମଦ ମୋଫିଜ୍ । ଦୀର୍ଘ ୯ ମାସ ପରେ ସେମାନେ ନିଜ ଦେଶକୁ ଫେରୁଥିବାରୁ ସମସ୍ତେ ଖୁସିଥିବା ପୋଲିସ ପ୍ରକାଶ କରିଛି ।

ଇଟିଭି ଭାରତ, ଜଗତସିଂହପୁର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.