ETV Bharat / state

ସମୁଦ୍ରରୁ ଉଦ୍ଧାର 20 ଧୀବରଙ୍କୁ ବାଂଲାଦେଶ ତଟରକ୍ଷୀଙ୍କୁ ହସ୍ତାନ୍ତର

author img

By

Published : Jan 9, 2022, 7:41 PM IST

ଭାରତ ଜଳ ସୀମା ମଧ୍ୟରୁ ଉଦ୍ଧାର 20 ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ତଟରକ୍ଷୀଙ୍କୁ ହସ୍ତାନ୍ତର । ଡିସେମ୍ବର 26 ରେ ଭାରତୀ ସମୁଦ୍ରରୁ ପାରାଦ୍ବୀପ ମାଛ ଧରାଳି ଉଦ୍ଧାର କରିଥିଲେ । ଅଧିକ ପଢନ୍ତୁ

ସମୁଦ୍ରରୁ ଉଦ୍ଧାର 20 ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ତଟରକ୍ଷୀଙ୍କୁ ହସ୍ତାନ୍ତର
ସମୁଦ୍ରରୁ ଉଦ୍ଧାର 20 ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ତଟରକ୍ଷୀଙ୍କୁ ହସ୍ତାନ୍ତର

ପାରାଦ୍ବୀପ: ଭାରତ ଜଳ ସୀମା ମଧ୍ୟରେ ଭାସୁଥିବା ବାଂଲାଦେଶର 20 ଜଣ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀଙ୍କୁ ହସ୍ତାନ୍ତର କଲା ତଟରକ୍ଷୀ ବାହିନୀ । ଏମାନେ ବାଟବଣା ହୋଇ ଭାରତୀୟ ସମୁଦ୍ର ମଧ୍ୟରେ ଫସି ରହିଥିଲେ । ଗତ ଡିସେମ୍ବର 26 ରେ ଭାରତୀୟ ତଟରକ୍ଷୀ 20 ଜଣଙ୍କୁ ଉଦ୍ଧାର କରିଥିଲେ ।

ସମୁଦ୍ରରୁ ଉଦ୍ଧାର 20 ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ତଟରକ୍ଷୀଙ୍କୁ ହସ୍ତାନ୍ତର

ସୂଚନା ଅନୁଯାୟୀ, ବାଂଲାଦେଶର 20 ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଆସିଥିଲେ । ଏହିସମୟରେ ସେମାନଙ୍କ ବୋଟ ଖରାପ ହୋଇ ଯାଇଥିଲା । ସେମାନେ ଭୋକ ଉପାସରେ ଗଭୀର ସମୁଦ୍ରରେ ଭାସୁଥିବା ସମୟରେ ତାଙ୍କୁ ପାରାଦ୍ୱୀପରୁ ମାଛ ମାରିବା ପାଇଁ ଯାଇଥିବା ଭାରତୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରି ପାରାଦ୍ୱୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲେ । ପାରାଦ୍ୱୀପ ପୋଲିସ ସେମାନଙ୍କ ଖାଇବା ଓ ରହିବା ବ୍ୟବସ୍ଥା କରିବା ସହ ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ହସ୍ତାନ୍ତର କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ୧୫ ଦିନ ମଝି ଦରିଆରେ ବାଂଲାଦେଶୀ ମାଛଧରାଳୀ, ଉଦ୍ଧାର କଲେ ଓଡିଶା ମତ୍ସ୍ୟଜୀବୀ

ଆଜି(ରବିବାର) ଭାରତୀୟ ତଟରକ୍ଷୀ ବାହିନୀ ସେମାନଙ୍କୁ ନିରାପଦ ଭାବେ ବାଂଲାଦେଶ ତଟରଖି ବାହିନୀଙ୍କୁ ହସ୍ତାନ୍ତର କରିଛନ୍ତି ।ଯାହାକୁ ନେଇ ବାଂଲାଦେଶ ତଟରକ୍ଷୀ ବାହିନୀ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀ ଓ ଉଦ୍ଧାର କରିଥିବା ମତ୍ସ୍ୟଜୀବୀମାନଙ୍କ ଠାରେ କୃତଜ୍ଞତା ଜଣାଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.