ETV Bharat / snippets

ଋଣ ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା

author img

By ETV Bharat Odisha Team

Published : May 27, 2024, 8:38 AM IST

ଋଣ ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା
ଋଣ ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା (ଇଟିଭି ଭାରତ ଓଡ଼ିଶା)

ଢେଙ୍କାନାଳ: ଋଣ କିସ୍ତି ସୁଝି ନପାରି ଆତ୍ମହତ୍ୟା କଲେ ମହିଳା । ଢେଙ୍କାନାଳ ଜଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁଷଳ ପଞ୍ଚାୟତର ଶୁଣ୍ଢିକାଟେଣୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମୃତ ମହିଳା ହେଉଛନ୍ତି ସେହି ଗାଁର ଗତୀକୃଷ୍ଣ ମାଝୀଙ୍କ ପତ୍ନୀ ଭାଗ୍ୟଶ୍ରୀ ମାଝୀ (୩୦) । ସୂଚନା ଅନୁସାରେ ବର୍ଷେ ପୂର୍ବରୁ ଏକ ଘରୋଇ କମ୍ପାନୀରୁ ଭଗ୍ୟଶ୍ରୀ ୬୦ ହଜାର ଟଙ୍କା ଋଣ କରିଥିଲେ । ତାଙ୍କ ସ୍ଵାମୀ ଜଣେ ଦିନ ମଜୁରିଆ ହୋଇଥିବାରୁ ପରିବାରରେ ଆର୍ଥିକ ସଙ୍କଟ ଲାଗିରହିଥିଲା । ଋଣ ଟଙ୍କାକୁ ପରିଶୋଧ କରିବା ପାଇଁ ମାସକୁ ମାସ କିସ୍ତି ଟଙ୍କା ଦିଆଯାଉଥିଲା । କିନ୍ତୁ ସ୍ବାମୀଙ୍କ ଦେହ ଖରାପ ହୋଇଥିବାରୁ ୩-୪ ମାସ କିସ୍ତି ଟଙ୍କା ଦେଇପାରୁନଥିଲେ । ଯାହା ଫଳରେ ସେ ମାନସିକ ଚିନ୍ତାରେ ରହୁଥିଲେ । ଆଜି ଘରେ କେହିନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.