ETV Bharat / health

ରନ୍ଧା ତେଲକୁ ପୁନର୍ବାର ବ୍ୟବହାର କରୁଥିଲେ ସାବଧାନ ! - Reuse Oil Is Dangerous

author img

By ETV Bharat Odisha Team

Published : May 27, 2024, 8:57 AM IST

Reuse Oil: ରନ୍ଧା ତେଲକୁ ପୁନର୍ବାର ବ୍ୟବହାର କରିବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଜାଣନ୍ତୁ କାରଣ ଓ ନିରାକରଣ ।

Reuse Oil
Reuse Oil (ETV Bharat)

ହାଇଦ୍ରାବାଦ: ସାଧାରଣତଃ ଭାରତୀୟମାନେ ଯେକୌଣସି ରୋଷେଇ କରିବା ସମୟରେ ତେଲ ବ୍ୟବହାର କରିଥାନ୍ତି । ଏହି ତେଲର ଉପଯୋଗ ଭିନ୍ନ ଭିନ୍ନ ଉପାୟରେ ହୋଇଥାଏ । ଏମିତିବି କିଛି ବ୍ୟକ୍ତି ବିଶେଷ ଥାଆନ୍ତି ଯେଉଁମାନେ ଖାଦ୍ୟ ରାନ୍ଧିବାବେଳେ ବ୍ୟବହୃତ ତେଲକୁ ପୁନର୍ବାର ବ୍ୟବହାର କରିଥାନ୍ତି । ତେବେ ପ୍ରଶ୍ନ ଉଠୁଛି, କ'ଣ ତେଲ ପୁନର୍ବାର ବ୍ୟବହାର କରିବା ଉଚିତ କି ?

କହିରଖୁଛୁ ଯେ, ବ୍ୟବହୃତ ତେଲକୁ ପୁଣି ଥରେ ବ୍ୟବହାର କରିବା ଦ୍ବାରା ଏହା ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରକ ହୋଇଥାଏ । ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଥରେ ବ୍ୟବହୃତ ହୋଇସାରିଥିବା ପୋଡ଼ା ତେଲକୁ ପୁଣି ଥରେ ବ୍ୟବହାର କରିବା ଦ୍ବାରା ଫ୍ରି ର୍ୟାଡିକିଲ୍ସ ସୃଷ୍ଟି ହୋଇଥାଏ । ଯାହାକି ଇନଫ୍ଲାମେସନ (Inflammation) ଭଳି ରୋଗ ସୃଷ୍ଟି କରିପାରେ ।

ତେଲକୁ ଦ୍ବିତୀୟ ଥର ବ୍ୟବହାର କରିବା ଦ୍ବାରା ଏଥ୍ରୋସ୍କେଲେରୋସିସ ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ । ଯାହା ଦ୍ବାରା ଧମନୀ ବ୍ଲକ ହେବାର ଆଶଙ୍କା ରହିଥାଏ । ଫଳରେ ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ । ଗୋଟିଏ ତେଲକୁ ବାରମ୍ବାର ବ୍ୟବହାର କରିବା ଦ୍ବାରା ଏହା ଶରୀରରେ କଲେଷ୍ଟ୍ରଲ (Cholestrol) ମାତ୍ରା ବଢାଇଥାଏ । ଖାଲି ସେତିକି ନୁହେଁ, ହୃତଘାତ ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ । ଏସିଡିଟି, ଅଲଜାଇମର, ପାର୍କସଂସ ଏବଂ ଗଳାରେ ସମସ୍ୟା ଭଳି ରୋଗ ଦେଖାଦେବାର ଆଶଙ୍କା ଥିବା ନେଇ ବିଶେଷଜ୍ଞ ସତର୍କ କରାଇଛନ୍ତି ।

ଏହା ବି ପଢନ୍ତୁ...ଚିକେନ ଲଭର୍‌ ସାବଧାନ, ଆଦୌ ଖାଆନ୍ତୁ ନାହିଁ ଚିକେନ୍‌ର ଏହି ଅଂଶ ! - Which Chicken Part Is Not To Eat

ଦେଖିବାକୁ ଗଲେ ଥରେ ବ୍ୟବହାର ହୋଇଥିବା ତେଲକୁ ପୁନର୍ବାର ବ୍ୟବହାର କରିବା ଅନୁଚିତ । କିନ୍ତୁ ତେଲ ପୁନଃ ବ୍ୟବହାର ଉପଯୋଗୀ କି ନୁହେଁ ତାହା ଆପଣ ତେଲକୁ କିପରି ବ୍ୟବହାର କରୁଛନ୍ତି ସେ ଉପରେ ନିର୍ଭର କରେ । ଯେପରିକି ଆପଣ ଏହି ତେଲକୁ କେତେ ସମୟ ପର୍ଯ୍ୟନ୍ତ ଗରମ କରିଛନ୍ତି, କେଉଁ ପ୍ରକାରର ରୋଷେଇରେ ବ୍ୟବହାର କରିଛନ୍ତି ତାହା ତେଲର ମାନ ନିର୍ଦ୍ଧାରଣ କରେ । ତେବେ ରନ୍ଧନ ପରେ ବଳକା ତେଲକୁ ତେଲକୁ ଥଣ୍ଡା କରି ତା’ପରେ ଷ୍ଟ୍ରେନର ମାଧ୍ୟମରେ ଏକ ବନ୍ଦ ପାତ୍ରରେ ଢାଳିବା ଉଚିତ୍ | ଏହା କରିବା ଦ୍ବାରା ଖାଦ୍ୟ କଣିକା ଶୀଘ୍ର ଅପସାରିତ ହେବ ଯାହା ତେଲକୁ ନଷ୍ଟ କରିପାରେ ।

(ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଆମେ ଏହି ସୂଚନା ପ୍ରଦାନ କରୁଛୁ । ଏଗୁଡିକ ଅନୁସରଣ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.