ETV Bharat / politics

ପ୍ରବଳ ବର୍ଷାରେ ରୋଡ ସୋ’ କଲେ ଧର୍ମେନ୍ଦ୍ର, ମୟୂରଭଞ୍ଜରେ ମାଗିଲେ ଭୋଟ - BJP Leader Dharmendra Pradhan

author img

By ETV Bharat Odisha Team

Published : May 27, 2024, 8:50 AM IST

Dharmendra Pradhan Campaign: ପ୍ରବଳ ବର୍ଷା ମଧ୍ୟରେ ନିର୍ବାଚନ ପ୍ରଚାର କଲେ ଧର୍ମେନ୍ଦ୍ର ପ୍ରଧାନ। ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦା ଠାରେ ଧର୍ମେନ୍ଦ୍ରଙ୍କ ରୋଡ଼ ସୋ’ । ଅଧିକ ପଢ଼ନ୍ତୁ,

Dharmendra Pradhan Campaign
Dharmendra Pradhan Campaign (ETV Bharat Odisha)

ରାଇରଙ୍ଗପୁର: ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି। ତା ମଧ୍ୟରେ ଉଭୟ ବିଜେଡ଼ି ଓ ବିଜେପି ଦଳର ଷ୍ଟାର ପ୍ରଚାରକ ମାନେ ଘନ ଘନ ମୟୂରଭଞ୍ଜ ଗସ୍ତ କରି ହାଇଭୋଲ୍ଟେଜ ପ୍ରଚାର ଜାରି ରଖିଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ରହିଥିଲା ବେଳେ ବର୍ଷା ପାଗ ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା । କେବଳ ମୋରୋଡା ଓ ବାରିପଦାରେ ନିର୍ବାଚନୀ ପ୍ରଚାରରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀଙ୍କୁ ମୋରୋଡା ନିର୍ବାଚନ ମଣ୍ଡଳୀର ସାତଭାୟା ଠାରେ ଆୟୋଜିତ ଶୋଭା ମଞ୍ଚକୁ ପାଛଟି ଆଣିଥିଲେ ବିଜେପିର ବରିଷ୍ଠ ନେତା ଓ କର୍ମକର୍ତ୍ତା।

Dharmendra Pradhan Campaign (ETV Bharat Odisha)

ପ୍ରବଳ ବର୍ଷା ହେଲେ ମଧ୍ୟ ଦଳୀୟ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବେଶ ଉତ୍ସାହ ସହିତ ସଭାସ୍ଥଳରେ ଲାଗି ରହି ଥିଲା ଖଚାଖଚ ଭିଡ। ଧର୍ମେନ୍ଦ୍ର ନିଜ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶାରେ ଏଥର ବିଜେପିର ସରକାର ହେବାକୁ ଯାଉଛି। ତେବେ ଏଥର ଡବଲ ଇଞ୍ଜିନ ସରକାର ଗଠନ କରି ଡବଲ ବିକାଶ କରିବା ପାଇଁ ଜନ ସାଧରଣଙ୍କୁ ଉଦବୋଧନରେ କହିଥିଲେ । ଅନ୍ୟପଟେ ରାଜ୍ୟରେ ସରକାର ହେଲେ କଣ ସବୁ କରାଯିବ ତାର ଏକ ଲମ୍ବା ତାଲିକା ଜନତାଙ୍କୁ ଶୁଣାଇଥିଲେ। ଓଡିଶାରେ ସରକାର ହେଲେ ଧାନର ଏମଏସପି ମୂଲ୍ୟ 3100, ବାର୍ଦ୍ଧକ୍ୟ ଭତ୍ତା ତିନି ହଜାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପଚାଶ ହଜାର ମିଳିବାର ପ୍ରତିଶୃତି ଦେଇଥିଲେ ଧର୍ମେନ୍ଦ୍ର। ଓଡିଶାରୁ ଭଡାଟିଆ ତାମିଲ ସରକାରଙ୍କୁ ପରିବର୍ତ୍ତନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ କେନ୍ଦ୍ରମନ୍ତ୍ରୀ। ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ସାଂସଦ ପ୍ରାର୍ଥୀ ନବଚରଣ ମାଝି ଏବଂ ମୋରଡ଼ା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପାଇଁ ଜନସାଧାରଣଙ୍କ ନିକଟରେ ଭୋଟ ଭିକ୍ଷା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ନିର୍ବାଚନ ରଣକ୍ଷେତ୍ରରେ ଅଶୋକ ଦାସ, ବାସୁଦେବପୁରରେ ବାଜି ମାରିବ କି କଂଗ୍ରେସ ? - Congress Election Campaign

ଏହି ଅବସରରେ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ମୋରୋଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ସଭାପତି କାନ୍ଦ୍ରା ସରେନଙ୍କ ସମେତ ଅନେକ ବିଜେପି ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରବଳ ବର୍ଷା ସତ୍ତ୍ବେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ସେଠାରୁ କାର୍ଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରିପଦା ସହର ପହଞ୍ଚି ସନ୍ଧ୍ୟା ସମୟରେ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ଥାନୀୟ ପୋଲିସ ଲାଇନ ପଡିଆ ଠାରୁ ଏହି ରୋଡ ସୋ ବାହାରି ଷ୍ଟେସନ ବଜାର ଠାରେ ସମାପ୍ତ ହେଇଥିଲା। ବର୍ଷା ସତ୍ତ୍ୱେ ଏହି ରୋଡ ସୋରେ ଶତାଧିକ ସମର୍ଥକ ଯୋଗ ଦେଇଥିଲେ। ରୋଡ ସୋ ମାଧ୍ୟମରେ ଜନସାଧାରଣ ସମର୍ଥନ ଲୋଡିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ରୋଡ ସୋରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୋକସଭା ପ୍ରାର୍ଥୀ ନବ ଚରଣ ମାଝି ଓ ବାରିପଦା ବିଧାୟକ ପ୍ରାଥି ପ୍ରକାଶ ସୋରେନ ଉପସ୍ଥିତ ଥିଲେ। ଓଡ଼ିଶାରୁ ଭ୍ରଷ୍ଟାଚାରି, ଲୋକ ବିରୋଧୀ ସରକାରର ପରିସମାପ୍ତି ଘଟିବ ଏବଂ ବିଜେପି ଓଡିଶାରେ ସରକାର କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.