ETV Bharat / state

ପାନ୍ଥନିବାସରେ ଚାଲିଥିଲା ସେକ୍ସ ରାକେଟ, 3 ଯୁବକ ଗିରଫ

author img

By ETV Bharat Odisha Team

Published : Dec 9, 2023, 12:42 PM IST

Jagatsinghpur Sex Racket: ଓଟିଡିସିର ପାନ୍ଥନିବାସରେ ଚାଲିଥିଲା ସେକ୍ସ ରାକେଟ । ପୋଲିସ 3 ଯୁବକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ମୁମ୍ବାଇର । ଅଧିକ ପଢନ୍ତୁ

Sex Racket
Sex Racket

Sex Racket

ଜଗତସିଂହପୁର: ଶିଆଳି ସମୁଦ୍ରବେଳାଭୂମୀରେ ଥିବା ଓଟିଡିସିର ପାନ୍ଥନିବାସରେ ଚାଲିଥିଲା ସେକ୍ସ ରାକେଟ । ଚଢାଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କଲା ଏରସମା ପୋଲିସ । ସେକ୍ସ ରାକେଟରେ ସମ୍ପୃକ୍ତ ଦୁଇଜଣ ଯୁବକଙ୍କ ସହ ମୁମ୍ବାଇରୁ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଓଟିଡିସି ଘରକୁ ବେଆଇନ ଜବରଦଖଲରେ ରଖି କିଛି ଯୁବକ ସେକ୍ସ ରାକେଟ ଚଳାଇଥିଲେ । ତିନି ଗିରଫ ଅଭିଯୁକ୍ତ ହେଉଛନ୍ତି ବଟକୃଷ୍ଣ ପାତ୍ର, ଚନ୍ଦ୍ରକାନ୍ତ ମଣ୍ଡଳ ଓ ଆନନ୍ଦ ଦାସ।

ଏହା ମଧ୍ୟ ପଢନ୍ତୁ-କଲେଜରେ ସେକ୍ସ ରାକେଟ୍ କାରବାର, ରାତ୍ରି ଜଗୁଆଳକୁ ଗିରଫ କଲା ପୋଲିସ

ଗତ କିଛିଦିନ ତଳେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅଲଣା ଗ୍ରାମର ଆନନ୍ଦ ଦାସ ନାମକ ଜଣେ ଯୁବକ ଯୁବତୀଙ୍କୁ ଓଟିଡିସି ପାନ୍ଥନିବାସକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ । ଏଥିସହ ସେହି ମୁହୂର୍ତ୍ତର ଅଶ୍ଳୀଳ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ପରବର୍ତ୍ତୀ ସମୟରେ ଯୁବତୀଙ୍କ ସହ ସମ୍ପର୍କ ଖରାପ ହେବାରୁ ସେହି ଅଶ୍ଳୀଳ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ଯୁବକ । ଏହାପରେ ଯୁବତୀ ଜଣଙ୍କ ଏନେଇ ଏରସମା ଥାନାରେ ଏତଲା ଦେଇଥିଲେ । ସେହି ଦିନ ଠାରୁ ଅଭିଯୁକ୍ତ ଆନନ୍ଦ ଫେରାର ଥିଲା । ଏରସମା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅନୁସନ୍ଧାନ ଚାଲିଥିବା ବେଳେ ଅଭିଯୁକ୍ତ ଆନନ୍ଦ ଦାସକୁ ମୁମ୍ବାଇରୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ହୋଟେଲରେ ଚାଲିଥିଲା ସେକ୍ସ ରାକେଟ: ମ୍ୟାନେଜର ସମେତ ୭ ଗିରଫ

ଏହାପରେ ସେକ୍ସ ରାକେଟ ଚଳାଇବା ଏ ଆନନ୍ଦ ଦାସଙ୍କୁ ସହଯୋଗ କରିବା ଅଭିଯୋଗରେ ବଟକୃଷ୍ଣ ପାତ୍ର ଓ ଚନ୍ଦ୍ରକାନ୍ତ ମଣ୍ଡଳଙ୍କୁ ପୋଲିସ ଗିରଫ କରିଥିଲା । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଆଉ କେତେ ଜଣ ଏହି ରାକେଟରେ ସାମିଲ ରହିଛନ୍ତି ସେନେଇ ମଧ୍ୟ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ପଚରାଉଚରା ମଧ୍ୟ କରିବ । ତେବେ ଓଟିଡିସି ପକ୍ଷରୁ ନିର୍ମାଣ କରାଯାଇଥିବା ଘରକୁ ଯୁବକମାନଙ୍କୁ କିଏ ଦେଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଗତ ଅକ୍ଟୋବରରେ ଭଦ୍ରକ ଆରଡି ଫାଣ୍ଡି ଅଞ୍ଚଳର ଏକ ହୋଟେଲ ଉପରେ ଚଢାଉ କରିଥିଲା ଧୁଷୁରୀ ଥାନା ପୋଲିସ । ହୋଟେଲରେ ଚାଲିଥିଲା ବେଧଡକ ସେକ୍ସ ରାକେଟ । ସେଠାରେ ଯାଞ୍ଚ ପରେ ତିନି ଜଣ ରୂପଜୀବୀ, ତିନି ଜଣ ଯୁବକ ସହ ସେକ୍ସ ରାକେଟ ଚଲାଉଥିବା ହୋଟେଲ ମ୍ୟାନେଜରକୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.