ETV Bharat / state

କଲେଜରେ ସେକ୍ସ ରାକେଟ୍ କାରବାର, ରାତ୍ରି ଜଗୁଆଳକୁ ଗିରଫ କଲା ପୋଲିସ

author img

By ETV Bharat Odisha Team

Published : Nov 9, 2023, 10:30 PM IST

police busted a sex racket
କଲେଜରେ ସେକ୍ସ ରାକେଟ୍ କାରବାର

ବଲାଙ୍ଗୀର ସ୍ଥିତ ଏକ କଲେଜରେ ସେକ୍ସ ରାକେଟ ଚାଲିବା ଅଭିଯୋଗରେ ରାତ୍ରି ଜଗୁଆଳୀ ଗିରଫ ହୋଇଛି । ଏଭଳି ଅନୈତିକ କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଛାନଭିନ କରୁଛି । ଅଧିକ ପଢନ୍ତୁ

କଲେଜରେ ସେକ୍ସ ରାକେଟ୍ କାରବାର

ବଲାଙ୍ଗୀର: ବଲାଙ୍ଗୀରରେ ଏକ କଲେଜରେ ସେକ୍ସ ରାକେଟ ଚାଲିବା ଅଭିଯୋଗ । ଏହି ରାକେଟରେ ସମ୍ପୃକ୍ତ ଥିବା ରାତ୍ର ଜଗୁଆଳିକୁ ଗିରଫ କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଏକ କଲେଜରୁ ଏଭଳି ଆସିଛି । ଅଭିଯୋଗ ଆଧାରରେ ପାଟଣାଗଡ଼ ପୋଲିସ ରାତିରେ ସମ୍ପୃକ୍ତ କଲେଜରେ ଚଢାଉ କରିଥିଲା । କଲେଜର ରାତ୍ରି ଜଗୁଆଳି ଓ ଜଣେ ମହିଳାଙ୍କୁ ଅସଞ୍ଜତ ଅବସ୍ଥାରେ ପୋଲିସ ଧରିଥିଲା । ସେହିପରି ରାତିର ଅନ୍ଧାରର ସୁଯୋଗ ନେଇ ଅନ୍ୟ ଅଭିଯୁକ୍ତମାନେ ସେଠାରୁ ଫେରାର ମାରିବାରେ ସଫଳ ହୋଇଥିଲେ ।

ତେବେ ଏହି ଅନୈତିକ କାରବାରର ମୁଖ୍ୟ ଅଭିଯୁକ୍ତ ଏହି କଲେଜର ରାତ୍ରି ଜଗୁଆଳି ଟିକେରାମ ମାଝୀ ବୋଲି କୁହାଯାଉଛି । ଦୀର୍ଘ ମାସ ହେବ ବାହାର ଜିଲ୍ଲାରୁ ଯୁବତୀ ଆଣି ରାତି ସମୟରେ ଏହି କଲେଜରେ ଏଭଳି କାରବାର ହେଉଥିଲା । ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଚଢାଉ କରିଥିଲା । ଏଥିରେ ଜଗୁଆଳି ଟିକେରାମ୍ ମାଝିଙ୍କୁ ଗିରଫ କରିଛି ପୋଲିସ । ସେହିପରି ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି । ତେବେ ଏହି କାରବାରରେ କଲେଜର ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି ।


ସେପଟେ ପାଟଣାଗଡ଼ SDPO ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି, "ବିଶ୍ଵସ୍ତ ସୂତ୍ରରୁ ପୋଲିସ ଏହାର ସୂଚନା ପାଇଥିଲା । ଏହାପରେ କଲେଜରେ ରାତିରେ ଚଢାଉ କରିଥିଲା । ଯେଉଁଥିରେ ପାଟଣାଗଡ଼ ଥାନା ଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ । ତେବେ ସେଠୁ ରାତ୍ରି ଜଗୁଆଳି ଟିକେରାମ ମାଝୀ ଓ ଜଣେ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ପୋଲିସ ଧରିଥିଲା । ତେବେ ରାତ୍ରି ଜଗୁଆଳି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବାବେଳେ ବାହାରୁ ଯୁବତୀ ଆଣି ଏହି ଅନୈତିକ କାମ ଚାଲିଥିବା ଅଭିଯୋଗ ହୋଇଛି ।" ସେହିପରି ଅନ୍ଧାରର ସୁଯୋଗ ନେଇ ଅନ୍ୟମାନେ ଫେରାର ହୋଇ ଯାଇଥିବାବେଳେ ତାଙ୍କୁ ପୋଲିସ ଶୀଘ୍ର ଧରିବ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ...ହୋଟେଲରେ ଚାଲିଥିଲା ସେକ୍ସ ରାକେଟ: ମ୍ୟାନେଜର ସମେତ ୭ ଗିରଫ


ସୂଚନା ଅନୁସାରେ, ପାଟଣାଗଡ଼ ଅଞ୍ଚଳରେ ସେକ୍ସ ରାକେଟ ଅଭିଯୋଗ ନୂଆ ଘଟଣା ନୁହେଁ, କିଛି ମାସ ତଳେ ଜଣେ ଏବିଇଓଙ୍କ ଘରୁ ମଧ୍ୟ ଏଭଳି କିଛି ଯୁବକ ସହିତ ଜଣେ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଧରିଥିଲା। ତେବେ ଏଠାରେ ଏଭଳି ଅନୈତିକ କାରବାର ବଢୁଥିବାବେଳେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.