ETV Bharat / state

ପଣ୍ୟ ପରିବହନ କ୍ଷେତ୍ରରେ ପାରାଦ୍ବୀପ ବନ୍ଦରର ନୂଆ ରେକର୍ଡ

author img

By

Published : Mar 21, 2023, 10:28 AM IST

paradip port set record in cargo handling
ପଣ୍ୟ ପରିବହନ କ୍ଷେତ୍ରରେ ପାରାଦ୍ବୀପ ବନ୍ଦରର ନୂଆ ରେକର୍ଡ

ପାରାଦ୍ବୀପ ବନ୍ଦର କାର୍ଗୋ ହ୍ୟାଣ୍ଡଲିଂ ବା ପଣ୍ୟ କରବାରରେ ନୂଆ ରେକର୍ଡ କରିଥିବା ନେଇ ତଥ୍ୟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ପଣ୍ୟ ପରିବହନ କ୍ଷେତ୍ରରେ ପାରାଦ୍ବୀପ ବନ୍ଦରର ନୂଆ ରେକର୍ଡ

ଜଗତସିଂହପୁର: ପଣ୍ୟ କରବାରରେ ନୂଆ ରେକର୍ଡ କରିଛି ପାରାଦ୍ବୀପ ବନ୍ଦର । କାର୍ଗୋ ହ୍ୟାଣ୍ଡଲିଂ ବା ପଣ୍ୟ କରବାରରେ ପାରାଦ୍ବୀପ ପୋର୍ଟ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଯାହା ଓଡିଶା ପାଇଁ ଗର୍ବ ଆଣି ଦେଇଛି । ପାରାଦ୍ବୀପ ବନ୍ଦର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବନ୍ଦରର ନୂଆ ଆଇରନ ଓର ବର୍ଥରେ jsw ପିଟିପି ଏଲ ଦ୍ବାରା 1ଲକ୍ଷ 50 ହଜାର 470 ମେଟ୍ରିକ ଟନ ଆଇରନ ଓର ମାଇନ୍ସ ବୋଝେଇ କରି ରେକର୍ଡ ସୃଷ୍ଟି କରିଛି ।

ଏହି ପଣ୍ୟ ଏମଭି ଆରେବେଲା ନାମକ ଜାହାଜରେ ଲୋଡ଼ କରାଯାଇଥିବା ବନ୍ଦର ପକ୍ଷରୁ କୁହାଯାଇଛି । ପୂର୍ବରୁ ପାରାଦ୍ବୀପ ବନ୍ଦରରେ 1ଲକ୍ଷ 50 ହଜାର 40 ମେଟ୍ରିକ ଟନ ପଣ୍ୟ ବୋଝେଇ କରାଯାଇଥିବା ବେଳେ ତାହାର ରେକର୍ଡକୁ ଅତିକ୍ରମ କରିଛି । ଏହି ସଫଳତା ପାଇଁ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ ପାରାଦ୍ବୀପ ବନ୍ଦର ପ୍ରାଧିକାରଣ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ପାରାଦ୍ବୀପ ବନ୍ଦରର ଏହି ରେକର୍ଡ ପୂର୍ବ ଭାରତ ବନ୍ଦରମାନଙ୍କ ମଧ୍ୟରେ ପ୍ରଥମ । ପଣ୍ୟ ପରିବହନ କ୍ଷେତ୍ରରେ ପାରାଦ୍ବୀପ ବନ୍ଦର ଅନ୍ୟ ବନ୍ଦର ତୁଳନାରେ ବେଶ ଆଗରେ ରହିଛି ।

ଲୁହା ପଥରଠାରୁ ଆରମ୍ଭ କରି କୋଇଲା ପରିବହନ କ୍ଷେତ୍ରରେ ମଧ୍ୟ ପାରାଦ୍ବୀପ ବନ୍ଦର ରେକର୍ଡ କରିଛି । ପୂର୍ବ ଭାରତରେ ଥିବା 9ଟି ବନ୍ଦର କୋଲକାତାର ହଳଦିଆ ବନ୍ଦର, ବିଶାଖାପାଟନମ ବନ୍ଦର, କାମରାଜର ବନ୍ଦର, ଚେନ୍ନାଇ ବନ୍ଦର, କୋଚିନ ବନ୍ଦର, ନିୟୁ ମଙ୍ଗାଲୋର ବନ୍ଦର ଜେଏନପିଟି ବନ୍ଦର ଓ ଦିନ ଦୟାଲ ବନ୍ଦର ମଧ୍ୟରୁ ପଣ୍ୟ କାରବାର କ୍ଷେତ୍ରରେ ପାରାଦ୍ବୀପ ବନ୍ଦର ଦ୍ବୀତୀୟ ସ୍ଥାନରେ ରହିଛି । ପାରାଦ୍ବୀପ ବନ୍ଦର ଦେଶର ପ୍ରମୁଖ ବନ୍ଦର ମାନଙ୍କ ମଧ୍ୟରେ ଆସିଛି । ଯାହାକୁ ନେଇ ବନ୍ଦର ଅଧ୍ୟକ୍ଷ ଖୁସିବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ...ଆମ ହସ୍ପିଟାଲ ଯୋଜନା, ଜିଲ୍ଲାପାଳଙ୍କୁ ମିଳିଲା ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା

ଚଳିତ ବର୍ଷ ଜାନୁଆରୀରେ କାର୍ଗୋ ପରିବବନ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ପାରାଦ୍ବୀପ ବନ୍ଦର । ପାରାଦ୍ବୀପ ବନ୍ଦର ଚଳିତ ଆର୍ଥିକ ବର୍ଷରେ ୧୩୦ ମିଲିୟନ ମେଟ୍ରିକ ଟନ କାର୍ଗୋ ପରିଚାଳନା ପାଇଁ ଲକ୍ଷ୍ୟ ରଖିଥିବା ବନ୍ଦର ଅଧ୍ୟକ୍ଷ କହିଛନ୍ତି । ଏହି ଲକ୍ଷ୍ୟ ପୂରଣ ହେଲେ ପାରାଦ୍ୱୀପ ବନ୍ଦର ବିଶ୍ୱସ୍ତରୀୟ ବନ୍ଦର ଭାବେ ମାନ୍ୟତା ପାଇପାରିବ । ତେବେ ୨୦୨୨/୨୩ ବର୍ଷ ଶେଷ ସୁଦ୍ଧା ୧୩୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.