ETV Bharat / state

ସିବିଆଇ ଜାଲରେ ପାରାଦ୍ୱୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ; ଘରୁ ବୈଦେଶିକ ମୁଦ୍ରା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ

author img

By ETV Bharat Odisha Team

Published : Oct 13, 2023, 11:11 AM IST

Updated : Oct 13, 2023, 1:12 PM IST

ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ଘରେ ସିବିଆଇ ରେଡ୍
ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ଘରେ ସିବିଆଇ ରେଡ୍

ସିବିଆଇ ଜାଲରେ ପାରାଦ୍ବୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ । ଘରୁ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ସହ ବିଦେଶୀ ମଦ ଜବତ । ଅଧିକ ପଢନ୍ତୁ

ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ଘରେ ସିବିଆଇ ରେଡ୍

ପାରାଦ୍ବୀପ: ପାରାଦ୍ବୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ଘରେ ସିବିଆଇ ରେଡ୍ । କାଲି ସନ୍ଧ୍ୟା ପରଠାରୁ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ରେଡ୍ କରୁଛି ସିବିଆଇ । ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ପାରାଦ୍ବୀପ ସ୍ଥିତ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ତେବେ ଏହି ଚଢାଉ ବେଳେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ମିଳିଛି । କେବଳ ମୁଦ୍ରା ନୁହେଁ, ବିଭିନ୍ନ ବ୍ରାଣ୍ଡ୍‌ର ବିଦେଶୀ ମଦ, ପ୍ରସାଧନ ସାମଗ୍ରୀ ସହିତ ୧ କୋଟିରୁ ଅଧିକ ଟଙ୍କା ଜବତ କରିଛି ତଦନ୍ତକାରୀ ସଂସ୍ଥା ।

ମିଳିଥିବା ସୂଚନା ଅନୁଯାୟୀ, ପାରାଦ୍ୱୀପ ବନ୍ଦର ସ୍ୱାସ୍ଥ୍ୟ ସଂଗଠନର ବରିଷ୍ଠ ଅଧିକାରୀ ଥିବା ଡାକ୍ତର ରାଜେନ୍ଦ୍ର ନାରାୟଣ ହେଲଥ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବା ପାଇଁ ଜଣେ ଏମିନେସ ସିପିଂ ଏଜେଣ୍ଟଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ସମ୍ପର୍କରେ ସପିଂ ଏଜେଣ୍ଟ ଜଣକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ସିବିଆଇର ଯୋଜନା ଅନୁସାରେ, ଗତକାଲି(ଗୁରୁବାର) ସନ୍ଧ୍ୟାରେ ଏଜେଣ୍ଟ ଜଣକ ୫୦ ଟଙ୍କା ଧରି ପାରାଦ୍ବୀପ ଭୂଇଁଆ ଛକ ନିକଟକୁ ଯାଇଥିଲେ ଏବଂ ଟଙ୍କା ଦେବାକୁ କହି ଡାକ୍ତର ରାଜେନ୍ଦ୍ର ନାରାୟଣଙ୍କୁ ଡକାଇଥିଲେ ।

ଏହାମଧ୍ୟ ପଢନ୍ତୁ : ଲାଞ୍ଚ ନେଇ ଫସିଲେ ଆରଆଇ, ରେଡ୍ ହ୍ୟାଣ୍ଡେଡ୍ ଧରିଲା ଭିଜିଲାନ୍ସ

ରାଜେନ୍ଦ୍ର ସେଠାରେ ପହଞ୍ଚି ଟଙ୍କା ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ସିବିଆଇ ଟିମ୍ ତାଙ୍କୁ ମାଡି ବସିଥିଲା । ଏହି ଘଟଣାରେ ସିବିଆଇ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରିବା ସହିତ ତାଙ୍କର ଅଫିସ, ଘର ଏବଂ ଅନ୍ୟ ଠିକଣାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢାଉ କରିଥିଲା । ରେଡ୍ ବେଳେ ଅନେକ ତଥ୍ୟ ପଦାକୁ ଆସିଥିବା ଜଣାପଡିଛି । ଲାଞ୍ଚ ଖୋର୍ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବୈଦେଶିକ ମୁଦ୍ରା, ବିଦେଶୀ ବ୍ରାଣ୍ଡର ମଦ ଏବଂ ପ୍ରସାଧନ ସାମଗ୍ରୀ ସମେତ ୧ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି ।

ସିବିଆଇ ପକ୍ଷରୁ ଡା ରାଜେନ୍ଦ୍ର ନାରାୟଣଙ୍କର ପାରାଦ୍ୱୀପ ସ୍ଥିତ ସରକାରୀ ବାସଭବନ, ଭଡ଼ାଘର ଓ ବାଲେଶ୍ଵରରେ ଥିବା ପୈତୃକ ଘରେ ଏକାକାଳୀନ ଚଢ଼ାଉ ହୋଇଛି । ତେବେ ଆଜି(ଶୁକ୍ରବାର) ସକାଳୁ ମଧ୍ୟ ପୁଣି ଥରେ ତାଙ୍କ ଘରେ ରେଡ୍ ଜାରି ରହିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated :Oct 13, 2023, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.