ETV Bharat / state

ଲାଞ୍ଚ ନେଇ ଫସିଲେ ଆରଆଇ, ରେଡ୍ ହ୍ୟାଣ୍ଡେଡ୍ ଧରିଲା ଭିଜିଲାନ୍ସ

author img

By ETV Bharat Odisha Team

Published : Sep 16, 2023, 5:41 PM IST

ସୂଚନା ପାର୍ଟିସନ କେଶର ଫଇସଲା କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗି ଗିରଫ ହେଲେ ଆରଆଇ । ଭିଜିଲାନ୍ସ ବିଭାଗ ପକ୍ଷରୁ ଆରଆଇଙ୍କ କାର୍ଯ୍ୟାଳୟ, ଭଡା ଘର ସମେତ ପୈତୃକ ଘର ଉପରେ ଚଢ଼ାଉ କରାଯାଇଛି । ଅଧିକ ପଢନ୍ତୁ

vigilance nabs revenue inspector
ଲାଞ୍ଚ ନେଇ ଧରାପଡିଲେ ଆରଆଇ

ଲାଞ୍ଚ ନେଇ ଧରାପଡିଲେ ଆରଆଇ

ଜଗତସିଂହପୁର: ମହଙ୍ଗା ପଡିଲା ଲାଞ୍ଚ ମାଗିବା । ଲାଞ୍ଚ ମାଗି ଗିରଫ ହୋଇଛନ୍ତି ରାଜସ୍ବ ନୀରିକ୍ଷକ । ସୂଚନା ପାର୍ଟିସନ କେଶର ଫଇସଲା କରିବା ପାଇଁ ୪ ହଜାର ଟଙ୍କା ଦାବି କରିଥିଲେ ଆରଆଇ। ଆଉ ଲାଞ୍ଚ ନ ଦେବାରୁ ବ୍ୟକ୍ତିଙ୍କ କାମ ହୋଇନଥିଲା। ବାରମ୍ବାର ଦୌଡିବା ପରେ ବାଧ୍ୟ ହୋଇ ଭିଜିଲାନ୍ସ ଧରାଇଦେଲେ ଲୋକେ। ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ବାହାରଣା ରାଜସ୍ବ ନୀରିକ୍ଷକ । ଆରଆଇ ରମାକାନ୍ତ ବେହେରାଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ।

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ କଟକ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ସର୍କଲ ଆରଆଇ ରମାକାନ୍ତ ବେହେରାଙ୍କୁ ଗିରଫ କରିଛି। ୪ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଆରଆଇଙ୍କ କାର୍ଯ୍ୟାଳୟ, ଭଡାଘର ଓ କଟକ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ କଣ୍ଟିଲୋ ସ୍ଥିତ ପୈତୃକ ଘରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବାଲିକୁଦା ତହସିଲ ଅନ୍ତର୍ଗତ ସରଣା ଗ୍ରାମର ନିକୁଞ୍ଜ କିଶୋର ସ୍ୱାଇଁଙ୍କର ପାର୍ଟିସନ କେଶର ଫଇସଲା ହେବାର ଥିଲା। ଯେଉଥିପାଇଁ ଆରଆଇ ରମାକାନ୍ତ ବେହେରା ତାଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନିକୁଞ୍ଜ କିଶୋର ଲାଞ୍ଚ ନ ଦେବାରୁ ତାଙ୍କର କେଶର ଫଇସଲା ହୋଇନଥିଲା। ବାରମ୍ବାର ଆର ଆଇ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ସେ କଟକ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିଜିଲାନ୍ସ।

ଏହା ବି ପଢନ୍ତୁ...Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, 5ଟି ସ୍ଥାନରେ ଚାଲିଛି ରେଡ୍

ଏହା ବି ପଢନ୍ତୁ..Vigilance Raid: ଅବକାରୀ ASIଙ୍କ ଘରେ ଭିଜିଲାନ୍ସ ରେଡ

ତେବେ ୪ ହଜାର ଟଙ୍କାରେ ରାସାୟନିକ ପ୍ରଲେପ ଦେଇ ଦେବାପାଇଁ ନିକୁଞ୍ଜଙ୍କୁ ନିର୍ଦ୍ଦେଶ ଦେଇଥିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସର ନିର୍ଦ୍ଦେଶ ଅନୁସାରେ, ଯୋଜନା ମୁତାବକ ଆରଆଇଙ୍କ ନିକଟରେ ଲାଞ୍ଚ ଦେବାକୁ ପହଞ୍ଚିଥିଲେ ନିକୁଞ୍ଜ। ସେହି ସମୟରେ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲା ଭିଜିଲାନ୍ସ ଟିମ୍। ନିକୁଞ୍ଜ ଆଜି ଲାଞ୍ଚ ଟଙ୍କାକୁ ସମ୍ପୃକ୍ତ ଆରଆଇ ରମାକାନ୍ତକୁ ଦେବା ସମୟରେ ସେଠାରେ ଛପି ରହିଥିବା ଭିଜିଲାନ୍ସ ବିଭାଗର କର୍ମଚାରୀ ତାଙ୍କୁ କାବୁ କରି ନେଇଥିଲେ। ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆରଆଇଙ୍କ କାର୍ଯ୍ୟାଳୟ,ଭଡା ଘର ସମେତ ପୈତୃକ ଘର ଉପରେ ଚଢ଼ାଉ କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.