ETV Bharat / state

Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, 5ଟି ସ୍ଥାନରେ ଚାଲିଛି ରେଡ୍

author img

By ETV Bharat Odisha Team

Published : Sep 13, 2023, 1:48 PM IST

Updated : Sep 13, 2023, 1:59 PM IST

ଭିଜିଲାନ୍ସ ସ୍କାନରରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଅଧିକ ପଢନ୍ତୁ

vigilance raid on assistant engineer
ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ

ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ

ରାଇରଙ୍ଗପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ପିଏଚ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରିଛି । ସହକାରୀ ଯନ୍ତ୍ରୀ ବାଣେଶ୍ବର ନାୟକ ବାରିପଦା ସ୍ଥିତ ପିଏଚ ଡିଭିଜନ-୧ରେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାୟକଙ୍କ ନାଁରେ ଅନେକ ଦୁର୍ନୀତି ନେଇ ଅଭିଯୋଗ ହୋଇଆସୁଥିଲା ।

ଅଭିଯୋଗ ଆଧାରରେ ବାରିପଦା ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଛି । ସହକାରୀ ଯନ୍ତ୍ରୀ ବାଣେଶ୍ବର ନାୟକଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ଚଢାଉ କରିବା ସହିତ ତାଙ୍କର ସମ୍ପତ୍ତି ସମ୍ପର୍କରେ ଯାଞ୍ଚ କରୁଛି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ଆଉ 5ଟି ସ୍ଥାନରେ ମଧ୍ୟ ରେଡ କରାଯାଉଥିବା ଜଣାପଡିଛି । ଏହି ଚଢାଉ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତରେ ଲାଗିପାରେ ବୋଲିି କୁହାଯାଉଛି ।

ଏହା ବି ପଢନ୍ତୁ...Vigilance Raid: ଅବକାରୀ ASIଙ୍କ ଘରେ ଭିଜିଲାନ୍ସ ରେଡ

ସୂଚନା ଅନୁସାରେ, ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାୟକଙ୍କ ବାରିପଦା ସହରର ରଘୁନାଥପୁରରେ ଥିବା ତିନି ମହଲା ବିଶିଷ୍ଟ ଘର ସମେତ ସରକାରୀ କାର୍ଯ୍ୟାଳୟରେ ରେଡ୍ ହୋଇଛି । ଏହାସହ ବଡସାହି ଥାନା ଅନ୍ତର୍ଗତ ତାଳନ୍ଦ ଗ୍ରାମରେ ଥିବା ପୈତୃକ ଘର ସହିତ ସେଠାରେ ଥିବା ଅନ୍ୟ ଦୁଇ ମହଲା ଘରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଖାଲି ସେତିକି ନୁହେଁ, ବୈଶିଙ୍ଗା ଥାନା ମାଣତ୍ରୀରେ ଥିବା ଯନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ ।

ଏହା ବି ପଢନ୍ତୁ...ଠିକାଦାର ବାପପୁଅଙ୍କୁ ବାନ୍ଧିଲା ଭିଜିଲାନ୍ସ, ଏସ୍‌ସି ଏସ୍‌ଟି ବିଭାଗ ହଷ୍ଟେଲ ନିର୍ମାଣରେ କରିଥିଲେ ବ୍ୟାପକ ଦୁର୍ନୀତି

ତେବେ ଏହି ଚଢ଼ାଉରେ ଭିଜିଲାନ୍ସ ଟିମର ଦୁଇ 2 ଏଏସପି, 3 ଜଣ ଡିଏସପିଙ୍କ ସମେତ ଅନ୍ୟ ଭିଜିଲାନ୍ସ ଅଫିସର ଓ କର୍ମଚାରୀମାନେ ସାମିଲ ଅଛନ୍ତି । ସେପଟେ ଭିଜିଲାନ୍ସ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି । ପୂର୍ବରୁ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅନେକ ସରକାରୀ ଅଧିକାରୀ ଭିଜିଲାନ୍ସ ସ୍କାନରକୁ ଆସିଥିବାର ନଜିର ରହିଛି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated :Sep 13, 2023, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.